• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସରପଂଚ ହେବ ତ ଏମିତି । ହଠାତ୍‌ କିଛି ବୁଝାପଡୁନଥିବ, ଆଉ ମନରେ ପ୍ରଶ୍ନ ଆସୁଥିବ ସରପଂଚ କଣ କଲେ ଯେ ଆମେ ସରପଂଚ ହେବ ତ ଏମିତି କହିଲୁ ? ଆଜ୍ଞା ହଁ...ସରପଂଚ ମହାଶୟ ଜଣକ ଏମିତି କାମ କରି ଦେଖାଇଛନ୍ତି ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ତ ହେଉଛି। କିନ୍ତୁ ଘଟଣା ଜାଣିବା ପରେ ଆପଣ ବି କରିବେ ପ୍ରଶଂସା ।

ନଈରେ ଡ୍ରୋଜର ପଶି ବାଲି ଖୋଳାଯାଇ ପାଣିକୁ ସଂରକ୍ଷଣ କରି ରଖାଯାଉଛି । କହିପାରନ୍ତି, ଅନେକ ନଈରେ ବି ଏମିତି କରାଯାଏ । ଏଠାରେ ଅଧିକ କଣ? କାରଣ ଲୋକଙ୍କ ପାଇଁ ନିଜେ ସରପଂଚ ନଈରେ ଡ୍ରୋଜରେ ଲଗାଇ ବାଲି ଖୋଳି ପାଣି ସଂରକ୍ଷଣ କରୁଛନ୍ତି । ଫଗୁଣ ମାସରୁ ନଈରେ ପାଣି ନାହିଁ କି ପୋଖରୀରେ ପାଣି ନାହିଁ । ତେଣୁ ବଡ଼ ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ସେଇଥି ଲାଗି ତ ପାଣିର ବ୍ୟବସ୍ଥା କରିବାକୁ ସରଂପଚଙ୍କୁ ନିବେଦନ କଲେ ଲୋକେ । ଆଉ ଲୋକଙ୍କ ଗୁହାରି ଶୁଣିବା ପରେ କେମିତି ସେମାନଙ୍କୁ ଭଲରେ ପାଣି ମିଳିବ ସେନେଇ କଲେ ବନ୍ଦୋବସ୍ତ ।

ଅଧିକ ପଢ଼ନ୍ତୁ: ସାବାସ୍‌ ସମୃଦ୍ଧି ! ତୁମେ ଚାଲିଗଲ ହେଲେ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲ.. ବାପା-ମାଆ ବି ଗର୍ବିତ

ନୂଆପଡା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଆଜି ଏ ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କଲାଣି । ନଦୀରେ କୌଣସି ସ୍ଥାନରେ ପାଣିର ଧାରଟିଏ ବି ନାହିଁ । ତେଣୁ କେମିତି ଚଳିବେ ତାର କୌଣସି ବାଟ ନପାଇ ସରପଂଚଙ୍କୁ ଗୁହାରି କରିଥିଲେ । ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ସୁବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଲେ ସରପଂଚ ସୁନିତା ମେହେର । ନିଜ ପଂଚାୟତ ସିନାପାଲି ଦେଇ ବୋହି ଯାଉଥିବା ଉଦନ୍ତି ନଦୀର ବିଭିନ୍ନ ଘାଟରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଜେସିବି ଲଗାଇ ଚହଳା ସବୁ ଖୋଳିଲେ । ଏଯାଏଁ ୧୪ଟି ସ୍ଥାନରେ ଚହଳା ଖୋଳାଯାଇଥିବା ବେଳେ ଦରକାର ହେଲେ ଆହୁରି ଚହଳା ଖୋଳିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରପଂଚ । ବର୍ତ୍ତମାନ ସୁଦ୍ଧା ଯେତିକି ଚହଳା ଖୋଳାଯାଇଛି ସେତିକିରେ ଲୋକେ ପାଣି ପାଉଥିବା ବେଲେ ଗାଈଗୋରୁମାନେ ବି ପାଣି ପାଉଛନ୍ତି ।

ପାଣି ସମସ୍ୟା ପାଇଁ ସରପଂଚଙ୍କ ପାଖରେ ଗୁହାରି କରିଥିଲେ ଲୋକେ । ଆଉ ସେମାନଙ୍କ ଗୁହାରିକୁ ଗୁରୁତର ସହ ନେଇ ଏମିତି ଚହଳା ଖୋଳି ଦେଲେ ସରପଂଚ । ଯାହାକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା...ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା...ସରପଂଚ ହେବ ତ ଏମିତି ।

(ରିପୋର୍ଟ- ମାୟାଧର ସରାଫ, ନୂଆପଡ଼ା)

ଦେଖନ୍ତୁ ଭିଡିଓ | ସାବାସ୍‌ ଦିଦି...କାଖରେ କୁନି ପିଲାଙ୍କୁ କାଖେଇ ଅଙ୍ଗନବାଡ଼ି ନେଉଛନ୍ତି ପାନମଣୀ...