ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି।
ଟୁନି ବଂଚିଥିବା ବେଳେ ବଡ ଝିଅର ବାହାଘର କରିଦେଇଥିଲେ। ହେଲେ ଏବେ ବି ତିନିଝିଅ ଘରେ ଏମିତି ଏକାକି ରହୁଛନ୍ତି। ବଂଚିବା ପାଇଁ ବଡ ସଂଘର୍ଷ କରୁଛନ୍ତି ଏଇ ଭଉଣୀ। ବେଲାରେ ଭାତ ଆଣି ଶାଗ ଲଗେଇ ସାନ ଭଉଣୀଙ୍କୁ ଖୁଆଇ ଦେଉଛି ବଡ ଭଉଣୀ ମାଧୁରୀ। ଖାଲି ଖୁଆଇ ଦେଉଛି ତାହା ନୁହେଁ ନିଜେ ଘରଟା ଯାକର ପାଇଟି ବି କରୁଛି। କେତେବେଳେ ଘର ଓଳାଉଛି ତ ଆଉ କେତେବେଳେ ରୋଷେଇ କରୁଛି। ନିଜେ ସ୍ୱପ୍ନ ଦେଖିବା ବୟସରେ ଅନ୍ୟ ଭଉଣୀଙ୍କର ସ୍ୱପ୍ନ ପୂରଣ ପାଇଁ ଅନବରତ କରୁଛି ପରିଶ୍ରମ।
ବିଶ୍ୱାସ ନହେଲେ ବି ସତ...ବଂଚି ଥାଉଥାଉ ନିଜ ପାଇଁ କବର ଖୋଳୁଛନ୍ତି ବୃଦ୍ଧ । ଏମିତି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସୌରି ଗାଁରେ । ସ୍ଥାନୀୟ ଅଂଚଳର ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ଲକ୍ଷ୍ମଣଙ୍କୁ ୮୦ ବର୍ଷ ହେଲାଣି...ଆଉ ଜେଙ୍ଗିଙ୍କୁ ୭୦ ଟପିଲାଣି । ଉଭୟଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ପିଲାମାନେ ବିବାହ କରିବା ପରେ ଏବେ ଅନ୍ୟତ୍ର ରହୁଛନ୍ତି
ଦର୍ଶକବନ୍ଧୁ ୧୭ ଦିନ ହେଲାଣି ପୁଅ ଘରୁ କୁଆଡେ ପଳାଇଯାଇଛି। ଯାଇଛି ଯେ ଯାଇଛି ଆଉ ଆସିବାର ନା ଧରୁନି। ଭେଣ୍ଡିଆ ପୁଅ ଘରୁ ପଳାଇଥିବାରୁ ଏବେ ସମସ୍ତେ ଚିନ୍ତାରେ। ଏ ହେଉଛନ୍ତି ସୌମ୍ୟରଂଜନ। ହାଟଡିହି ଆଂଚଳିକ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ସେ ପାଠ ପଢନ୍ତି । କଲେଜ୍ରେ ବି ତାଙ୍କୁ ସମସ୍ତେ ଭଲପାଆନ୍ତି। ମାତ୍ର ୨ ମାସ ତଳେ ଭଉଣୀଙ୍କର ବିବାହ ବି ହୋଇଛି। ହେଲେ ହଠାତ୍ ଘରୁ କୁଆଡେ ପଳେଇଥିବାରୁ ଏବେ ପୂରା ପରିବାର ଚିନ୍ତାରେ।
ସୁଲୋଚନାଙ୍କ ଦୁଃଖ ଏତିକିରେ ସରିନି...ପୁଅ ଆତ୍ମହତ୍ୟା କରିଦେଲା, ବୋହୂ ଘର ଛାଡି ପଳେଇଲା। ସ୍ୱାମୀ ବି କ୍ୟାନସରରେ ଆଖି ବୁଜିଲେ। ଆଉ ଏତିକି ଦୁଃଖ ଦେଇ ଭଗବାନ ଖୁସି ହେଲେନି ଯେ ଝିଅକୁ ବି ନେଇଗଲେ। ଏବେ ଏକା ଏକା ବଞ୍ଚିବା ସହିତ ଏଇ ରୋଗୀଣା ନାତୁଣୀର କରୁଛନ୍ତି ଦେଖାଶୁଣା । ଏଇ ବୟସରେ ଆଉ ଖଟିପାରୁନାହାନ୍ତି। ତେଣୁ ନିଜର ଅସହାୟତା କଥା କହୁ କହୁ କ୍ୟାମେରା ସାମ୍ନାରେ ସେ କାନ୍ଦି ପକାଇଛନ୍ତି।
ଏବେ ସୁଦ୍ଧା ସୁଧୀର ୧୫ ଶହରୁ ଅଧିକ ପୁରୁଣା ଓ ଦାମୀ ସାମଗ୍ରୀ ସାଇତି ରଖିଛନ୍ତି। ବହୁ ପୁରୁଣା ଦାମୀ ଘଡ଼ି, ବିଦେଶୀ ନୋଟ, ପୁରାତନ ମୁଦ୍ରା, ପେନ, ପେନ୍ସିଲ, ଚଷମା, ଟୋପି, ମୁଦି ଓ ବଙ୍କୁଲି ବାଡ଼ି ଆଦି ରହିଛି ସୁଧୀରଙ୍କ ପାଖରେ
୧୯୯୮ ଏପ୍ରିଲ ପହିଲାରୁ ଗୋଟିଏ ପୁରୁଣା ସିଲେଇ ମେସିନ୍ ସାହାଯ୍ୟରେ ସାହିର ୫ ଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ | ଆଉ ସେହିଦିନ ଠାରୁ ପଛକୁ ଚାହିଁନାହାନ୍ତି ରଞ୍ଜିତା । ସେ ପ୍ରଥମେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବେ ୨୦୦୧ ରେ ନିଯୁକ୍ତି ପାଇଥିଲେ | ତେବେ ଘର ଠାରୁ ପ୍ରାୟ ୨୩ କିମି ଦୂର ସ୍କୁଲକୁ ଯିବାକୁ ପଡ଼ିବାରୁ ବଦଳି ପାଇଁ ପ୍ରଶାସନ ନିକଟରେ ଗୁହାରି କରି ନିରାଶ ହୋଇଥିଲେ ।
ଭୂମିହୀନ ହିତାଧିକାରୀଙ୍କୁ ଥଇଥାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଛି କାହିଁ କେତେ ଯୋଜନା l ଆଉ ଏହି ଯୋଜନା ଲାଗି ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି l ତେବେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କିଭଳି ପହଁଚୁଛି ତାହା ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରିହେଉଛି
ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ୧୭ବର୍ଷୀୟ ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି। ଏଥିପାଇଁ କିନ୍ତୁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା।
ବାପା-ମାଆ ବୃଦ୍ଧ ହେଲେଣି, ରୋଜଗାର କରିବାକୁ ଅଂଟାରେ ବି ଆଉ ବଳ ନାହିଁ । ୮ ପ୍ରାଣୀ କୁଟୁମ୍ବଙ୍କୁ ଚଳେଇବା ଲକ୍ଷ୍ମୀଙ୍କ ପାଖରେ ବି ବଡ଼କଷ୍ଟ। ସେଥିପାଇଁ ତ ନିଜ ଦୁଃଖ ବଖାଣିବାକୁ କୋଟପାଡରୁ କୋରାପୁଟ ଆସିଥିଲେ, ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇବାକୁ । ହେଲେ ଓଟିଭି ଟିମ୍ ଏମାନଙ୍କୁ ଯେତେବେଳେ ଦେଖିଥିଲା ସେମାନେ କାନ୍ଦିବାକୁ ଲାଗିଥିଲେ। କାହିଁକି କାନ୍ଧୁଛନ୍ତି ପଚାରିବାରୁ ଗୋଟି ଗୋଟି କରି ସବୁ ଦୁଃଖ ବଖାଣିଥିଲେ
କାହା ପାଖେ ହାତ ନପତାଇ ପଢ଼ା ଖର୍ଚ୍ଚ ଉଠାଇବାକୁ ଉଦ୍ୟମ । ବାଲେଶ୍ୱର ଫକୀର ମୋହନ ଜୁନିଅର କଲେଜର ଛାତ୍ର ରୂପକ ।
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ କହୁଛନ୍ତି...ଧୂପ ଦେଇ ଘରେ କାଳିଆର ବନ୍ଦାପନା କରୁଛନ୍ତି। ଆଉ କହୁଛନ୍ତି, ଜୀବନ ଥିବା ପର୍ଯ୍ୟନ୍ତ ଜଗା ପାଖରେ ହେବି ସମର୍ପିତ । ଜୀବନ କେମିତି ନୂଆ ଜୀବନ ପାଇଲେ ତାହା ସେହି ହିଁ କହିପାରିବେ। କାଳିଆର ଇଏ ବିଚିତ୍ର ଲୀଳା ନୁହେଁ ତ ଆଉ କଣ? ଗୁଳି ବେକରେ ବାଜିବା ପରେ ବି ବଞ୍ଚିଯାଇଛନ୍ତି ଜୀବନ
କିଡନୀ ରୋଗରେ ପଡିବା ପରେ ବେଙ୍ଗାଲୁରୁର ଡାକ୍ତର ଫେରାଇଦେବା ପରେ ନିରାଶ ହୋଇ ଏବେ ଜଗା ଭରସାରେ ପଡିଛନ୍ତି ହିମାଂଶୁ। ନଖାଇ ନପିଇ ପ୍ରଥମେ ମାଉସୀ ମାଆ ମନ୍ଦିର ପାଖରେ ଅଧିଆ ପଡିଥିଲେ ଭଦ୍ରକ ଜିଲ୍ଲା ବନ୍ତର ହିମାଂଶୁ ସାହୁ। ହେଲେ ମାଉସୀ ମାଆ ମନ୍ଦିର ସାମ୍ନାରୁ ପୋଲିସ ତଡି ଦେଲା। କୁଆଡେ ଯିବେ? କେମିତି ଯିବେ? କିଛି ଚିନ୍ତା ନକରି ନରେନ୍ଦ୍ର ପୁଷ୍କରଣୀ ପାଖରେ ଏବେ ଠାକୁରଙ୍କ ନାଁ ନେଇ ରହୁଛନ୍ତି ହିମାଂଶୁ।
ଦିବ୍ୟାଙ୍ଗ ହେବା ପରେ ବି ସରକାରୀ ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୫ ଶହ ଟଙ୍କା ଭତ୍ତା। ଏହାଛଡା ଆଉ କିଛି ନାହିଁ। ସରକାରଙ୍କର ରାସନକାର୍ଡ ୟାଙ୍କ ପାଇଁ ସାତସପନ। ଏମିତିକି ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ପଲିଥିନ୍ ଢଙ୍କା ଘରେ ବିତୁଛି ଜୀବନ। ସ୍ୱାମୀ ଦିବ୍ୟାଙ୍ଗ ହୋଇଥିବାରୁ ପରିବାର ଚଳିବାର ଦାୟିତ୍ୱ ନିଥଙ୍କ ସ୍ତ୍ରୀ ସରୋଜୀନିଙ୍କ ଉପରେ। ବେଳେ ବେଳେ ସ୍ଥିତି ଏମିତି ହେଉଛି ଯେ ସରୋଜୀନି ପର ଦୁଆରେ ମୂଲ ଲାଗିବାକୁ ଯାଉଥିବା ବେଳେ ପିଲାମାନେ ଉପାସରେ ବି ରହୁଛନ୍ତି।
ବାପା-ମାଆ ଥିବା ବେଳେ ସରକାରଙ୍କ ପକ୍ଷରୁ ଗଣ୍ଡେ ଚାଉଳ ମିଳୁଥିଲା ହେଲେ ଏବେ ସେତିକ ବି ମିଳୁନି। ସାହାଯ୍ୟ କହିଲେ ମାସକୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ମିଳୁଛି ମାତ୍ର ୭୦୦ ଟଙ୍କା। ଏତିକି ଟଙ୍କାରେ ମାସକୁ ୪ ପ୍ରାଣୀ ଚଳିବେ ବା କେମିତି? ଆଉ ଏମିତି ସମୟରେ ଦେବଦୂତ ପରି ଆସି ସାହାଯ୍ୟ କରୁଛନ୍ତି ସଂପର୍କୀୟ ମାମୁଁ। ଯେତିକି ଯାହା ପାଇଲେ ସେତିକିରେ ଏଇ ପିଲାଙ୍କ ମୁହଁରେ ଗଣ୍ଡେ ଆହାର ଦେବାକୁ କରୁଛନ୍ତି ଚେଷ୍ଟା।
ବଲାଙ୍ଗିର ପାଟଣାଗଡ ମଧ୍ୟପୁର ପଂଚାୟତର ସରପଂଚ ରାମ ଗୋପାଳ ନାଏକ। ପେଶା ସିନା ରାଜନୀତି ହେଲେ ନିଶା ପାଠ ପଢାଇବା। ସେଇଥି ପାଇଁ ତ ନିଜସ୍ୱ ଇଚ୍ଛାରେ କୋଚିଂ ସେଣ୍ଟର କରି ପିଲାଙ୍କୁ ପଢାଉଛନ୍ତି ପାଠ। ସ୍ଥାନୀୟ ଅଂଚଳରେ ଥିବା ପୁରୁଣା ଶିଶୁ ମନ୍ଦିର କୋଠାକୁ ସଫା ସୁତୁରା କରି ପଂଚମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୬୫ ଜଣ ପିଲାଙ୍କୁ ପଢାଉଛନ୍ତି ପାଠ। ଖାଲି ପାଠ ପଢାଉଛନ୍ତି ତାହା ନୁହେଁ ବରଂ ପିଲାମାନେ କେମିତି ପାଠ ପଢିବେ ସେନେଇ ମାଗଣାରେ ଯୋଗାଉଛନ୍ତି ଖାତା-କଲମ।
ଦାରିଙ୍ଗବାଡି ଦନେକବାଡି ଗାଁର ସୁନିତା ନାୟକ ଆଉ ତାଙ୍କୁ ବିବାହ କରିଛନ୍ତି ଟିକାବାଲି ବ୍ଲକ ବଡିମୁଣ୍ଡା ଗାଁର ମଳୟ ଦିଗାଳ । ଦୁହେଁ ପ୍ରେମରେ ପଡିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ଭାବେ ସମାଜରେ ଚଳି ଆସୁଛନ୍ତି । ଏମାନଙ୍କର ଖୁସି ଦେଖିଲେ ଆପଣ ବି ଆନନ୍ଦିତ ହେବେ। ଆଇନାରେ ନିଜକୁ ଦେଖି ମଥାରେ ଟୋପାଏ ସିନ୍ଦୁର ପିନ୍ଧନ୍ତି ତ ଆଉ କେତେବେଳେ ପ୍ରେମିକ ମଳୟ ଦିଗାଳ ପାଖରେ ବସି ମୁଣ୍ଡ କୁଣ୍ଡାଇ ଦେଉଛନ୍ତି।
ବାଲେଶ୍ଵର ନୀଳଗିରି ପିଠାହତା ପଂଚାୟତର ଦରଖୋଳି ଗାଁର ସତ୍ୟଭାମା ନାୟକ। ବିବାହ କରିନାହାନ୍ତି...ବାପା-ମାଆ କି ଭାଇ କେହି ନାହାନ୍ତି। ସେଇଥି ପାଇଁ ଆଜିକା ସମୟରେ ଏମିତି ଦୟନୀୟ ଜୀବନ ଜିଉଁଛନ୍ତି ସତ୍ୟଭାମା। ବାପା ଥିବା ବେଳେ ଘର ଖଣ୍ଡିକ କରିଥିଲେ ହେଲେ ସେ ଯିବା ପରେ ରକ୍ଷଣାବେକ୍ଷଣ ଅଭାବରୁ ଘର ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଛି। ତେଣୁ ଜୀବନ ଯେତେବେଳେ ଅଛି ମୁଣ୍ଡ କେଉଁଠି ଗୁଞ୍ଜିବେ?
ବର୍ତ୍ତମାନ ସମୟରେ ଆମେ ସମସ୍ତେ ଚା’ ପିଉଛନ୍ତି ପ୍ଲାଷ୍ଟିକ୍ କପ୍ରେ। ଯଦି ଆପଣଙ୍କ ଭିତରୁ କେହି କେବେ ମାଟି କପ୍ରେ ଚା ପିଉଥିବେ ତେବେ ତାହାର ମହତ ନିଶ୍ଚୟ ଜାଣିଥିବେ। ସେଇଥି ପାଇଁ ତ ମହିଳାମାନେ ମାଟିରେ କପ୍ ତିଆରି କରି ରେଳ ବିଭାଗକୁ ଯୋଗାଉଛନ୍ତି, ଆଉ ସେଥିରୁ ଯେତିକି ଟଙ୍କା ମିଳୁଛି ତାହା ଏମାନଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରୁଛି
ମେଂଟ୍ରା ଯେତେବେଳେ ଛୋଟ ଥିଲେ ସେହି ସମୟରେ ବାପା କାଳୁ ମଲ୍ଲିକ ଚାଲିଯିବା ପରେ ମାଆ ଛୋଟରୁ ବହୁ କଷ୍ଟରେ ପାଳି ପୋଷି ବଡ଼ କରିଛନ୍ତି। ଆଉ ମାଆର କଷ୍ଟକୁ ଠିକ୍ରେ ବୁଝିପାରିଛନ୍ତି ମେଂଟ୍ରା। ତେଣୁ ଦୋକାନ ଖଣ୍ଡିଏ କରି ମେଂଟାଉଛନ୍ତି ନିଜର ଗୁଜୁରାଣ। ସବୁଠୁ ଆଶ୍ଚର୍ଯ୍ୟର କଥା ମେଣ୍ଟ୍ରା ଶାରୀରିକ ଭାବେ ଶତପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଛନ୍ତି
ଘରର ଦାଣ୍ଡ ଦୁଆରେ ବହିରେ ଆଙ୍ଗୁଳି ଧରି ଭାଇକୁ ପାଠ ପଢାଇବା ସହ ନିଜେ ବି ପଢୁଛି କୁନି ଝିଅ। ଦୁଃଖ ଏତିକିରେ ସରିନି। ବାପା-ମାଆ ଯିବା ପରେ ଅନାଥ ହୋଇଯାଇଥିବା ଏଇ ଦୁଇ କଅଁଳ ପିଲାଙ୍କ ଆଖିରେ ପୂଳାପୂଳା ସ୍ୱପ୍ନ ଭର୍ତ୍ତି ହୋଇ ରହିଛି। ହେଲେ ତାକୁ ବାସ୍ତବ ରୂପ ଦେବାକୁ ସାହା ହେବ କିଏ?
ପ୍ରତିଦିନ ପଂଚାୟତରେ ଲୋକଙ୍କ କାମ କରିବା ପରେ ଶ୍ରମିକ ଭାବରେ କାମ କରୁଛନ୍ତି ବିଭୂତି। ଆଉ ପଂଚାୟତର ପ୍ରତିଟି ଲୋକ ତାଙ୍କୁ ପ୍ରଂଶସା କରିବା ସହିତ ତାଙ୍କର ଏମିତି ପ୍ରୟାସକୁ ତାରିଫ ବି କରୁଛନ୍ତି। ଉଚ୍ଚ ଶିକ୍ଷିତା ହେବା ପରେ ବି ଚାକିରି ମିଳିଲା ନାହିଁ। ତେଣୁ ବୃଦ୍ଧା ମାଆ, ସ୍ତ୍ରୀ ଓ ଝିଅ ମୁହଁରେ ଆହାର ଦେବା ପାଇଁ ଦିନରାତି ଏମିତି ପରିଶ୍ରମ କରୁଛନ୍ତି ବିଭୂତି।
ଭାଇରାଲ ହେଉଥିବା ଭିଡିଓ ଏତେ ହୃଦୟ ବିଦାରକ ଯେ, ଦେଖିବା ବେଳକୁ ସମସ୍ତଙ୍କ ଆଖିରେ ଆସୁଛି ପାଣି । କାରଣ ସେ ଦୃଶ୍ୟକୁ କେଉଁ ଶବ୍ଦରେ ବୁଝାଇବୁ, କେମିତି ବର୍ଣ୍ଣନା କରିବୁ ତାହା ଚିନ୍ତା କରିହେଉନି
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଖାରୁଣୀ ଗାଁର ବନବିହାରୀ ଦାସ। ବୟସ ୮୫ ଡେଇଁଲାଣି। ହେଲେ ଏ ବୟସରେ ବି ପିଲାଙ୍କୁ ପାଠ ପଢାଇବାକୁ ସେ ପାଗଳ ପ୍ରାୟ। ୧୯୬୦ ମସିହାରୁ ଶିକ୍ଷକତା ଆରମ୍ଭ କରିଥିବା ବନ ସାର୍ ଏହାରି ମଧ୍ୟରେ ୨୪ ବର୍ଷ ହେଲାଣି ଚାକିରିରୁ ଅବସର ନେଲେନି
ପାଖାପାଖି ୧୦୦ ହେକ୍ଟର ଜଙ୍ଗଲ ଏବେ ପଦ୍ମିନୀଙ୍କ ପାଇଁ ସୁରକ୍ଷିତ।