• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅଙ୍ଗଦାନ ମହାପୂଣ୍ୟ । ୨୦୬ ଖଣ୍ତ ହାଡ଼ରେ ଗଢ଼ା ମଣିଷ ଶରୀର । ସୁସ୍ଥ ଜୀବନଟେ ବଞ୍ଚିବାକୁ ହେଲେ ଶରୀରର ସମସ୍ତ ଅଙ୍ଗ ଠିକ୍‌ ଭାବେ ପରିଚାଳିତ ହେବା ନିହାତି ଆବଶ୍ୟକ । ବେଳେବେଳେ କିଛି ରୋଗ କାରଣରୁ ନଚେତ୍‌ ଦୁର୍ଘଟଣା କାରଣରୁ ଆମ ଶରୀରର କିଛି ଅଙ୍ଗ ନଷ୍ଟ ହୋଇଯାଏ । ଏହାପରେ ମଣିଷ ଅକାମୀ ହୋଇଯାଏ । ଏଥିପାଇଁ ସରକାରଙ୍କ ପକ୍ଷରୁ ଅଙ୍ଗଦାନ ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଏହାଫଳରେ ମଣିଷଟେ ଅନ୍ୟର ଜୀବନ ବଞ୍ଚାଇପାରିବ ।

ଆପଣମାନେ ବୋଧହୁଏ ଦେଖିଥିବେ ବା ଶୁଣିଥିବେ ଅନେକ ଲୋକ ମୃତ୍ୟୁ ପୂର୍ବରୁ ନିଜ ମୂଲ୍ୟବାନ ଅଙ୍ଗ ଦାନ କରିଦିଅନ୍ତି, ଯାହାଫଳରେ ଜଣେ ଲୋକ ନିଜର ଜୀବନ ବଞ୍ଚାଇପାରିବ । କେତେବେଳେ କିଏ ଚକ୍ଷୁଦାନ କରୁଛି ତ କିଏ କିଡନୀ ଦାନ କରୁଛି । ତେବେ ତାମିଲନାଡ଼ୁ ମଦୁରାଇରେ ଜଣେ ମହିଳା ଜଣେ ନୁହଁ ତିନି ତିନି ଜଣଙ୍କ ଜୀବନ ବଞ୍ଚାଇପାରିଛନ୍ତି । ବ୍ରେନ୍‌ ଡେଡ୍‌ ହେବା ପରେ ପରିବାର ଲୋକେ ତାଙ୍କ ଶରୀରର ୩ଟି ମୂଲ୍ୟବାନ ଅଙ୍ଗ ଦାନ କରିଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଅମର ହୋଇଗଲେ ଦୁଇ ବନ୍ଧୁ, ମୃତ୍ୟୁ ପରେ ଅଙ୍ଗଦାନ କରି ୧୨ ଜଣଙ୍କୁ ନୂଆ ଜୀବନ ଦେଲେ କ୍ରିସ ଓ ମିତ୍

ମଦୁରାଇର ରଜାଜୀ ସରକାରୀ ମେଜଡିକାଲ୍‌ର ଡିନ୍‌ ଏ. ରଥିନବେଲ କହିଛନ୍ତି ଯେ, ୪୭ ବର୍ଷୀୟ ଏସ୍‌ କାର୍ଥିକା ନିଜର ଲିଭର୍‌, କିଡନୀ, କର୍ଣ୍ଣିଆ, ଚର୍ମ ଓ ହାଡ଼ ଦାନ କରିଛନ୍ତି । ବାସ୍ତବରେ କାର୍ଥିକା ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ମଧ୍ୟ ତାଙ୍କ ଶରୀରରେ କୌଣସି ଉନ୍ନତି ଦେଖିବାକୁ ମିଳିନଥିଲା ।

ଶେଷରେ ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ବୋଲି ଘୋଷଣା କଲେ । ଏହାପରେ ତାଙ୍କ ଦୁଇ ପୁଅ ଅରୁନ୍‌ କୁମାର ଓ ମୁଥୁ କୁମାର ଏବଂ ଝିଅ ଅଙ୍ଗଲା ଇଶ୍ୱରୀ ତାଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଲେ । ରବିବାର ଅପରେସନ୍‌ ପରେ ତାଙ୍କର ଲିଭର୍‌, କିଡନୀ, କର୍ଣ୍ଣିଆ, ଚର୍ମ ଓ ହାଡ଼କୁ ଅନ୍ୟ ଶରୀରରେ ପ୍ରତିରୋପଣ କରାଯାଇଛି । ଅଙ୍ଗ ଦାନ ପରେ ୩ ଜଣ ଏବେ ନୂଆ ଜୀବନ ପାଇଛନ୍ତି। ଏଭଳି ମହତ୍‌ କାର୍ଯ୍ୟ ପାଇଁ ମେଡିକାଲ୍‌ ପକ୍ଷରୁ ତାଙ୍କୁ ଧନ୍ୟବାଦ ଦିଆଯାଇଛି।

ଦେଖନ୍ତୁ ଭିଡିଓ | ଝିଅର ବ୍ରେନ୍‌ ଡେଡ୍‌ ଜାଣିବା ମାତ୍ରେ ଅଙ୍ଗଦାନ ନିଷ୍ପତ୍ତି ନେଇ ଉଦାହରଣ ସାଜିଛନ୍ତି ମାଆ ସୁନୀତା