Advertisment

ଆଖିକୁ ଦିଶୁନି...ସେ ହାର ମାନିନି...ଆଇଏଏସ୍‌ ହେବାର ଦେଖୁଛି ସ୍ୱପ୍ନ

ଷ୍ଟେଜ୍‌ ଉପରେ ପୂରା ତାଳ ଓ ଲୟରେ ଗୀତ ଏମିତି ଗାଉଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀମାନେ ବି ତାଳି ମାଡ଼ କରୁଛନ୍ତି । ୧୮ ବର୍ଷିୟା ଆଶା ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ସଙ୍ଗୀତ ପ୍ରତି ପିଲା ଦିନରୁ ରହିଛି ଅହେତୁକ ଦୁର୍ବଳତା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନକୁ ଛୁଇଁ ପାରିଛନ୍ତି । ତେବେ ଆଶାଙ୍କ ବାପା ଦିନ ମଜୁରିଆ କାମ କରୁଥିବା ବେଳେ ମାଆ ପର ଘରେ କାମ କରନ୍ତି । ଏତେ ସବୁ କଷ୍ଟ ପରେ ବି ଆଶା ହାର ମାନିନାହାନ୍ତି ବରଂ ଗୋଟିଏ ଭଲ ସିଙ୍ଗର କିମ୍ବା ଆଇଏଏସ୍‌ ହେବା ଲାଗି ସ୍ୱପ୍ନ ଦେଖୁଛନ୍ତି ଆଶା।

author-image
Sarbeswar
ଅଦ୍ୟତନ ହୋଇଛି
IAS

IAS

ଆଖିକୁ ଦିଶୁନି ସତ ହେଲେ କଣ୍ଠରେ ବିଜେ କରିଛନ୍ତି ସରସ୍ୱତୀ । ୮୦ ଦଶକର ଗୀତକୁ ସେ ଏମିତି ଗାଉଛନ୍ତି ଯାହାକୁ ଶୁଣିବା ପରେ ଆପଣଙ୍କୁ ବାରମ୍ବାର ଶୁଣିବାକୁ ଇଚ୍ଛା ହେବ । କଟକ ତୁଳସୀପୁର ମଧୁସୂଦନ ନଗରରେ ରହୁଛନ୍ତି ଯୁକ୍ତ ଦୁଇରେ ପାଠ ପଢୁଥିବା ଛାତ୍ରୀ ଆଶା ବାହାଦୁର। ଆଖିକୁ ଦିଶୁନି ସତ ହେଲେ ଭଗବାନ ତାଙ୍କ ଗଳାରେ ଯେଉଁ ଯାଦୁ ଦେଇଛନ୍ତି ତାହା ସମସ୍ତଙ୍କୁ ଆକୃଷ୍ଟ କରୁଛି । ଖାଲି ଆକୃଷ୍ଟ କରୁଛି ତାହା ନୁହେଁ ବରଂ ସମସ୍ତଙ୍କ ମନମୁଗ୍ଧ କରିଦେଉଛି । କେହି କେହି ଏହା ଆଶାଙ୍କ ପାଇଁ ବରଦାନ ବୋଲି କହିବାକୁ ବି ପଛାଉନାହାନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଉପାନ୍ତରୁ ଅଲିମ୍ପିକ ସ୍ୱପ୍ନ, ତୀରନ୍ଦାଜ ପ୍ରଶିକ୍ଷଣ ନେଉଛନ୍ତି ୬୦ରୁ ୭୦ ଆଦିବାସୀ ଯୁବକ

ଷ୍ଟେଜ୍‌ ଉପରେ ପୂରା ତାଳ ଓ ଲୟରେ ଗୀତ ଏମିତି ଗାଉଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀମାନେ ବି ତାଳି ମାଡ଼ କରୁଛନ୍ତି । ୧୮ ବର୍ଷିୟା ଆଶା ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ସଙ୍ଗୀତ ପ୍ରତି ପିଲା ଦିନରୁ ରହିଛି ଅହେତୁକ ଦୁର୍ବଳତା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନକୁ ଛୁଇଁ ପାରିଛନ୍ତି । ତେବେ ଆଶାଙ୍କ ବାପା ଦିନ ମଜୁରିଆ କାମ କରୁଥିବା ବେଳେ ମାଆ ପର ଘରେ କାମ କରନ୍ତି । ଏତେ ସବୁ କଷ୍ଟ ପରେ ବି ଆଶା ହାର ମାନିନାହାନ୍ତି ବରଂ ଗୋଟିଏ ଭଲ ସିଙ୍ଗର କିମ୍ବା ଆଇଏଏସ୍‌ ହେବା ଲାଗି ସ୍ୱପ୍ନ ଦେଖୁଛନ୍ତି ଆଶା।

Advertisment

ଆମେ ଅନେକ ବ୍ୟକ୍ତିଙ୍କୁ ଦେଖିଛନ୍ତି ଯେଉଁମାନେ ଦୃଷ୍ଟିବାଧିତ ହେବା ପରେ ନିଜକୁ ଦିବ୍ୟାଙ୍ଗ ମନେ କରନ୍ତି । ହେଲେ ଆଶା ଏମିତି ଜଣେ ଯୁବତୀ ଯିଏ କି ଜନ୍ମରୁ ଦୃଷ୍ଟିବାଧିତ ହେବା ପରେ ବି ହାର ମାନିନାହାନ୍ତି ବରଂ ଗୀତ ଗାଇ ଲୋକଙ୍କ ମନ କିଣି ନେଇଛନ୍ତି ।

(କଟକରୁ ବିଶ୍ୱଜିତି ଆଚାର୍ଯ୍ୟଙ୍କ ରିପୋର୍ଟ)

Divyang IAS
Advertisment
Advertisment