Advertisment

ହାବିଲଦାର ରାଜେଶ ସାହୁ; ସେନାରେ କ୍ୟାରିୟର ଚାହୁଁଥିବା ଯୁବପିଢିଙ୍କ ଦକ୍ଷ ଗୁରୁ

ତାଙ୍କ କ୍ୟାମ୍ପର ମୋଟ ୪୨ ପିଲାଙ୍କ ଭିତରୁ ୩୦ ଜଣ ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ରାଜେଶଙ୍କୁ ନେଇ ଜିଲ୍ଲା ବ୍ୟାପୀ ଚର୍ଚ୍ଚା।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Havildar Rajesh Sahu

ପ୍ରଫେସନାଲ ଟ୍ରେନିଂ, ପ୍ରଫେସନାଲ ଆଟିଚ୍ୟୁଡ୍। ତାରି ଭିତରୁ ବାହାରିଛନ୍ତି ପରଫେକ୍ଟ ପ୍ରଡକ୍ଟ। ଜୟପୁର ବିକ୍ରମଦେବ କଲେଜ ପଡ଼ିଆରେ ତାଲିମ୍ ମୁଦ୍ରାରେ ଥିବା ସବୁ ଯୁବକ ଯୁବତୀ ଚାଖିଛନ୍ତି ସଫଳତାର ସ୍ୱାଦ। ନିକଟରେ କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ କନଷ୍ଟେବଳ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ସମସ୍ତେ। ତେବେ ଏମାନଙ୍କ ସଫଳତା ପଛରେ ଯାହାର ପ୍ରମୁଖ ହାତ ରହିଛି, ସେ ହେଉଛନ୍ତି ଟ୍ରେନର ଭୂମିକାରେ ଥିବା ରାଜେଶ କୁମାର ସାହୁ।

Advertisment

ରାଜେଶ ଏବେ କୋରାପୁଟ OSAP ତୃତୀୟ ବାଟାଲିୟନର ଜଣେ କାର୍ଯ୍ୟରତ ହାବିଲଦାର। ଅବିଭକ୍ତ କୋରାପୁଟ ଜିଲ୍ଲାର ସେନା ଓ ପୋଲିସ ବାହିନୀରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବପିଢିଙ୍କ ପାଇଁ ସେ ଜଣେ ଦକ୍ଷ ଗୁରୁ। ଡ୍ୟୁଟି ପରେ ତାଙ୍କୁ ମିଳିଥିବା ଫାଙ୍କା ସମୟରେ ସେ ଏପରି ପିଲାଙ୍କୁ ଟ୍ରେନିଂ ଦେବାକୁ ପଡ଼ିଆକୁ ଓହ୍ଲାନ୍ତି। ଆଉ ତାଙ୍କରି ମାର୍ଗ ଦର୍ଶନ ପାଇ ଏଭଳି ବୃତ୍ତିରେ ପାଦ ଦେଲେଣି ୫୦ରୁ ଅଧିକ ଯୁବକ ଯୁବତୀ।

ଅଧିକ ପଢ଼ନ୍ତୁ: ଅବସର ପରେ ଥକିନି ମନ କି ଶରୀର, ପିଲାଙ୍କୁ ସୈନିକ ହେବାର ସ୍ୱପ୍ନ ଦେଖାଉଛନ୍ତି ପୂର୍ବତନ ନୌସେନା ଅଧିକାରୀ

Advertisment

ଅଭାବ ଓ ଅସୁବିଧା ଭିତରେ ନିଜେ ସଂଘର୍ଷ କରି ପୋଲିସ ବାହିନୀରେ ଚାକିରି କରିବା ପରେ ପଛୁଆ ଅଞ୍ଚଳ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଗ୍ରହୀ ଯୁବକ-ଯୁବତୀଙ୍କୁ ଏ କ୍ଷେତ୍ରକୁ ଆଣିବାକୁ ସ୍ୱପ୍ନ ଦେଖିଥିଲେ ରାଜେଶ। ୨୦୧୭ରୁ ଆରମ୍ଭ କରିଥିଲେ ବୃତ୍ତିଗତ ତାଲିମ କେନ୍ଦ୍ର। ବିନା ମୂଲ୍ୟରେ ସେ ପିଲାଙ୍କୁ ତାଲିମ ଦେବା ପରେ ତାଙ୍କ କ୍ୟାମ୍ପରେ ପିଲାଙ୍କ ସଂଖ୍ୟା ବଢ଼ିଥିଲା। ସେ ନିଜେ ଶାରୀରିକ ତାଲିମ ଦେବା ବେଳେ ଲିଖିତ ପରୀକ୍ଷାରେ ପିଲାଏ ଯେମିତି ସଫଳତା ପାଇବେ, ସେଥିପାଇଁ ସିୱା ନାମକ ଏକ ସଂସ୍ଥାର ସହାୟତା ନେଇଥିଲେ। ପିଲାଙ୍କୁ ଉଭୟ ଫିଜିକାଲ ଓ ଏକାଡେମିକ୍ ଟ୍ରେନିଂ ବିନା ମୂଲ୍ୟରେ ମିଳିବା ପରେ ଏହାର ଭରପୁର ଫାଇଦା ଉଠାଇଛନ୍ତି ବହୁ ଯୁବକ ଯୁବତୀ।

ନିକଟରେ କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ଅନୁଷ୍ଠିତ କନଷ୍ଟେବଳ ପରୀକ୍ଷାରେ ତାଙ୍କ କ୍ୟାମ୍ପର ମୋଟ ୪୨ ପିଲାଙ୍କ ଭିତରୁ ୩୦ ଜଣ ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ରାଜେଶଙ୍କୁ ନେଇ ଜିଲ୍ଲା ବ୍ୟାପି ଚର୍ଚ୍ଚା। ରାଜେଶଙ୍କ ଦ୍ବାରା ତାଲିମପ୍ରାପ୍ତ ଯୁବକଯୁବତୀ ପ୍ରତିଥର ସେନା, ଅର୍ଦ୍ଧସାମରିକ ଓ ପୋଲିସ ବାହିନୀ ପରୀକ୍ଷାରେ କିଛି କିଛି ସଂଖ୍ୟାରେ ସଫଳତା ପାଇଥାନ୍ତି। ତେବେ ଏଥର ଏକଥରକେ ଏତେସଂଖ୍ୟାରେ ପିଲା, ଉତ୍ତୀର୍ଣ୍ଣ ହେବା ଘଟଣା ଅନ୍ୟମାନଙ୍କୁ ମନରେ ଉତ୍ସାହ ଭରିଛି। 

ଦେଖନ୍ତୁ ଭିଡିଓ | ଇଏ ଏମିତି ଜଣେ ଯବାନ, ଯିଏ ଛୁଟିରେ ଆସିଲେ ବି ଗାଁ ଟୋକାକୁ ଦିଅନ୍ତୁ ଆର୍ମିଂ ଟ୍ରେନିଂ

Special Story
Advertisment
Advertisment