• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Elderly Woman

Loot
ବୃଦ୍ଧାଙ୍କୁ ମାରିଲେ ଚୂନା... ଘରେ ପଶିଲେ, ଦେଖୁ ଦେଖୁ ଲୁଟି ନେଲେ

ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ । ସ୍ପଷ୍ଟ ଦିବାଲୋକରେ ଦିନବେଳା ଆସିଲେ ଦୁଇ ଜଣ ଯୁବକ । ଗେଟ ଖୋଲି ଘରେ ପଶିଲେ । ଜଣେ ଘର ବାରଣ୍ଡାରେ ରହିଲେ ଆଉ ଜଣେ ବାହାରେ ରହି ସ୍ଥିତି ପରଖୁଥିଲା ।

Carried on trolley for cremation
କେବେ ଜାଗିବ ମଣିଷପଣିଆ ?

ଝିଅ ମାନେ ପରଜାତିରେ ବିବାହ ହେଲେ ବୋଲି ମୃତ୍ୟୁ ପରେ ମା’କୁ ମିଳିଲାନି ଚାରି କାନ୍ଧ। ଶେଷରେ ବୃଦ୍ଧା ମା’ର ମରଶରୀର ମଶାଣି ଯାଏଁ ଟ୍ରଲିରେ ବୁହା ହୋଇଗଲା। ଅଭିଯୋଗ ଆସିଛି, ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ।

Elderly woman gets husband's pension after 46 years of his death
୪୬ବର୍ଷ ପରେ ମିଳିଲା ପେନସନ୍,୯୧ ବର୍ଷର ବୃଦ୍ଧା ପାଇବେ ମୃତ ଶିକ୍ଷକ ସ୍ୱାମୀଙ୍କ ଭତ୍ତା

ମହିଳାଙ୍କୁ ପେନସନ୍ ଓ ବକେୟା ଅର୍ଥଦ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Borewell
ଜୀବନ ନେଇଗଲା ମୃତ୍ୟୁର ଯନ୍ତା ପକାଇଥିବା ବୋରୱେଲ୍ ଗାତ

୮୧ ବର୍ଷିୟା ବୃଦ୍ଧା । ୨୦ ଫୁଟର ଗର୍ତ୍ତ । ଘଣ୍ଟା ଘଣ୍ଟାର ସଂଘର୍ଷ । ଭିତରେ ଫସିଥିଲେ ମହିଳା, ବାହାରେ ଚାଲିଥିଲା ରେସ୍କ୍ୟୁ ଟିମର ଅପରେସନ୍ । ଜୀ ଜାନ୍ ଲଗାଇଦେଇଥିଲେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ । ବୃଦ୍ଧାଙ୍କୁ ବଞ୍ଚାଇ ରଖିବା ପାଇଁ ପାଇପ୍ ଯୋଗେ ଅହରହ ପଠାଯାଉଥିଲା ଅମ୍ଲଜାନ । ମଝିରେ ମଝିରେ ଧୈର୍ଯ୍ୟ ଧରିବା ପାଇଁ ଗାତ ଭିତରକୁ ଡାକ ଛାଡୁଥିଲେ। ଆଉ ଏପଟେ ସମାନ୍ତରାଳ ଗାତ ଖୋଳାଯାଉଥିଲା ଜେସିବି ସହାୟତାରେ । କାରଣ ୨୦ ଫୁଟ ତଳେ ଫସିରହିଥିବା ଏହି ଗାତ ପଟୁ ସଂପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ଅସମ୍ଭବ। ତେଣୁ ସମାନ୍ତରାଳ ଗାତ ଖୋଳି ତାଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଥିଲା ରେସ୍କ୍ୟୁ ଟିମ୍ ।

Elderly woman
ଏ କେମିତିକା ବ୍ୟବସ୍ଥା? ୫୦୦ ଟଙ୍କା ଭତ୍ତା ଲାଗି ଟ୍ରଲିରେ ବୁହା ହେଲେ ବୃଦ୍ଧା

ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ । ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବୟସ ୯୫ ହେଲାଣି । ସରକାରୀ ନିୟମ ଅନୁସାରେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳିବାର କଥା । ହେଲେ ୭ ଶହ ତ ଦୂରର କଥା ୫୦୦ ଟଙ୍କା ଭତ୍ତା ବି ତାଙ୍କ ଲାଗି ସ୍ୱପ୍ନ ହୋଇଛି । ପ୍ରଥମତଃ ଘର ପାଖରେ ଭତ୍ତା ଟଙ୍କା ମିଳୁଥିଲା । ହେଲେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟଙ୍କୁ ଯାଇଥିଲା ଭତ୍ତା ଟଙ୍କା

Elderly woman
କୋକିଳାଙ୍କ କମାଲ୍‌ : ଦେଶୀ ଷ୍ଟାଇଲ୍‌ରେ ରୋଷେଇ କରି ସୋସିଆଲ ମିଡିଆରେ ମଚାଉଛନ୍ତି ଧୁମ୍‌

ବୟସ ୮୦ ପାର୍‌ ହେଲାଣି । ଦେଶୀ ଷ୍ଟାଇଲ୍‌ରେ କରୁଛନ୍ତି କାଚମାର୍କ ରୋଷେଇ । ବିରିଖା ଶିଳରେ ମସଲା ବଟା...ପୁଣି ସୋରିଷ ତେଲର ଛୁଙ୍କ । ସିଏ ପୁଣି ସିରାମୁଣ୍ଡି ଶୁଖୁଆର ପାଗ ସହିତ ସଜନା ଗଛର ଶାଗ । ଓଃ...ଦେଖିଲା ବେଳକୁ ଖାଇବାକୁ ଇଚ୍ଛା ହେଉନି...ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଶହଶହ ଗୃହିଣୀ ଶୁଖୁଛନ୍ତି ରୋଷେଇ

elderly woman
ହୃଦୟ ବିଦାରକ : ୪ ପୁଅ ଜନ୍ମ କରିଥିଲା ବୋଲି ଦାଣ୍ଡରେ ଘୋଷାରି ହେଉଛି ମାଆ

୪-୪ଟି ପୁଅ ଜନ୍ମ କରିଥିଲା । ୬ ଦିନ ହେଲାଣି ବୁଢୀ ମାଆ କହୁଛି ମତେ କିଛି ଖାଇବାକୁ ମିଳୁନି...ରାତି ହେଉ କି ଦିନ ଏମିତି ରାସ୍ତାରେ ଘୋଷାରି ହୋଇ ବଞ୍ଚିଛନ୍ତି ଜୀବନ । ସେପଟେ ପୁଅ କହୁଛନ୍ତି, ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର।

Elderly woman
ଜନ୍ମକଲା ମାଆକୁ ଏମିତି ପୁରସ୍କାର ଦେଲେ ପାଞ୍ଚ ପୁଅ ଝିଅ

ଗଛମୂଳେ ବିତୁଛି ମାଆର ଜୀବନ । ମାଆକୁ ମିଳିଲା ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେବା ଆଉ ପେଟ କାଟି ପେଟ ପୁରାଇବାର ପୁରସ୍କାର । ବଳ ସରିଗଲା ବୋଲି ପଦାକୁ କାଢିଦେଲେ ନିଜ ପରିବାର । ପାଞ୍ଚ ପୁଅ ଝିଅ ଥିବା ସତ୍ତ୍ୱେ ଗଛତଳେ ଜୀବନ କାଟୁଛନ୍ତି ବୃଦ୍ଧା।

Elderly woman seeks financial assistance for sons’ treatment
ସ୍ୱାମୀ ଚାଲିଗଲେ...ରୋଗରେ ପଡିଛି ପୁଅ : ଚିକିତ୍ସା ଲାଗି ସହାୟତା ମାଗୁଛି ମାଆ

ମାସିକ ମିଳୁଥିବା ବିଧବା ଭତ୍ତା ଓ କୋଡିଏ କିଲୋ ରାସନ ହିଁ ଜୀବନ ଜିଇଁବାର ଏକମାତ୍ର ପନ୍ଥା । କପୁରଙ୍କ ବଡ଼ପୁଅ ରୂପଧର ଜନ୍ମରୁ ମାନସିକ ରୋଗୀ । ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସେ ଭଲ ହେଲେନି । ମଝିଆ ପୁଅ ଭୀମସେନ ଓ ସାନ ପୁଅ ପ୍ରଦୀପ କୁଲିମଜୁରୀ କରି ପରିବାର ଚଳାଉଥିଲେ । କିନ୍ତୁ ଦଇବର ବିଧାନ ସେମାନଙ୍କ ପାଇଁ ଅଲଗା ଥିଲା ବୋଧହୁଏ

Awas yojana
୬ ଫୁଟିଆ ଘରେ ୩ ଜଣ...ଆବାସ ଘର ଲାଗି ଏମାନେ କାଳେ ଯୋଗ୍ୟ ନୁହଁନ୍ତି ?

ମଣିଷ ଯୋଉଠି ବସୁଛି, କୁକୁର ବି ସେଇଠି ଶୋଉଛି । ଘର ଭିତରେ ଦିକିଦିକି ଚୁଲି ଜଳୁଛି । କେତେବେଳେ ଭାତ ଗଣ୍ଡାକ ହେବ ତାକୁ ସତେ ଯେମିତି ଅପେକ୍ଷା କରି ରହିଛି ବୁଢୀ ମାଉସୀ । ବୟସ ବି କିଛି କମ୍‌ ନୁହେଁ । ୭୩ ପାର୍‌ ହେଲାଣି । ପରିଣତ ବୟସରେ ଘର ଛପର କରିବା ବି ତା ପକ୍ଷରେ କଷ୍ଟ । ସେଇଠି ନୂଆ ଘର କରିବା କଥା ସ୍ୱପ୍ନ ସେ ଦେଖିବ ବା କାହିଁକି? କହିପାରନ୍ତି, ଆବାସ ଯୋଜନାରେ ତ ଶହଶହ ଲୋକଙ୍କୁ ଘର ମିଳୁଛି । ତାଙ୍କୁ କାହିଁକି ମିଳିଲାନି?

Orphaned Grandson
ନାତି ପାଠପଢ଼ି ବଡ଼ ମଣିଷ ହେବ; ଅହରହ ଖଟୁଛି ଜେଜେମାଆ

ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ ନମିଳିଲେ କେମିତି ଆଗକୁ ବଢିବ ଶିବା ?

Old Lady Live In Toilet
ପଚାରୁନାହାନ୍ତି ପୁଅ-ବୋହୂ...୮ ଫୁଟିଆ ପାଇଖାନାରେ ବିତୁଛି ଜୀବନ

୮ଫୁଟ୍‌ ଉଚ୍ଚ, ୪ ଫୁଟ ଚଉଡା ହେବ କି ନାହିଁ ପାଇଖାନା । କିନ୍ତୁ ସେହି ପାଇଖାନା ଭିତରେ ରହୁଛନ୍ତି ଜଣେ ବୃଦ୍ଧା ।

Elderly Woman Injured In Elephant Attack In Bonai
କମୁନି ଦନ୍ତାଙ୍କ ଉତ୍ପାତ

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଂଚଳ ରେ ଦୀର୍ଘ କମୁନି ହାତୀଙ୍କ ଉପଦ୍ରବ । 15ଦିନ ହେବ ଦନ୍ତା ହାତୀଙ୍କ ଉତ୍ପାତ ଯୋଗୁ ଗ୍ରାମରେ ତାଟି କବାଟ ପଡିଛି । ସେପଟେ ଗତକାଲି ଡରେଇକଲା ନିକଟରେ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ।