• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଦୂଷଣ ସାରା ବିଶ୍ୱ ପାଇଁ ଏକ ସାର୍ବଜନୀନ ସମସ୍ୟା । ଲୋକସଂଖ୍ୟା ବୃଦ୍ଧି ସହ ଗାଡ଼ିମୋଟର ଚଳାଚଳ ଯୋଗୁଁ ଦିନକୁ ଦିନ ପ୍ରଦୂଷଣ ସ୍ଥିତି ଅଣାୟତ ହୋଇପଡ଼ିଲାଣି । ବାୟୁ ପ୍ରଦୂଷଣ, ଶଦ୍ଦ ପ୍ରଦୂଷଣ ହେଉ କି ପ୍ଲାଷ୍ଟିକ ପ୍ରଦୂଷଣର ମୁକାବିଲା ପାଇଁ ବିଶ୍ୱ ସ୍ତରରେ ପ୍ରୟାସ କରାଯାଉଛି । ପରିବେଶର ସୁରକ୍ଷା ପ୍ରତ୍ୟେକ ନାଗରିକର ମୌଳିକ ଦାୟିତ୍ୱ ଓ କର୍ତ୍ତବ୍ୟ।ଏହି କ୍ରମରେ କାଶ୍ମୀରର ଏକ ଗାଁରେ ପ୍ଲାଷ୍ଟିକ ବଦଳରେ ସୁନା ଦେବାର ଏକ ନିଆରା ଉଦ୍ୟମ(Unique initiative) ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ: ଏମିତି ଗାଁ ଯେଉଁଠି ଲୋକେ କିଛି ପିନ୍ଧନ୍ତି ନାହିଁ; ପର୍ଯ୍ୟଟକଙ୍କ ପାଇଁ ବି ଲାଗୁ

କାଶ୍ମୀରର ଅନନ୍ତନାଗ ଜିଲ୍ଲାର ସାଦିୱାରା ଗ୍ରାମ ପଞ୍ଚାୟତର ସରପଞ୍ଚ ଫାରୁକ୍ ଅହମ୍ମଦ ଗନଇ ନିଜ ଅଞ୍ଚଳକୁ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ କରିବାକୁ ଚାହୁଁଛନ୍ତି । ବୃତ୍ତିରେ ପୂର୍ବରୁ ଜଣେ ଓକିଲ ଥିବା ଅହମ୍ମଦ ଏଥିପାଇଁ ଅନେକ ଉଦ୍ୟମ କରିଛନ୍ତି । କିନ୍ତୁ ଗାଁ ଲୋକଙ୍କ ସହଯୋଗ ଅଭାବରୁ ତାଙ୍କର ଅଧିକାଂଶ ଉଦ୍ୟମ ବିଫଳ ପ୍ରମାଣିତ ହୋଇଛି । ଶେଷରେ ବାଧ୍ୟ ହୋଇ ସେ ଏପରି ଏକ ଉପାୟ ବାହାର କରିଛନ୍ତି, ଯେଉଁଥିରେ ଲୋକମାନେ ଚୁପଚାପ୍‌ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ଏହି ଅଭିଯାନର ନାମ ହେଲା ପ୍ଲାଷ୍ଟିକ୍‌ ଦିଅ, ସୁନା ନିଅ (Give Plastic, Take Gold) । 

୨୦୦ କିଲୋଗ୍ରାମ ପ୍ଲାଷ୍ଟିକ ବଦଳରେ ଏକ ସୁନା ମୁଦ୍ରା ଦେବାର ପ୍ରତିଶୃତି ଦେଇଛନ୍ତି ଫାରୁକ୍ ଅହମ୍ମଦ । ତାଙ୍କର ଏହି ଘୋଷଣା ପରେ ଲୋକମାନେ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଅଛନ୍ତି । ଆଉ ଏଥିପାଇଁ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଗାୱ ପ୍ଲାଷ୍ଟିକ୍ ମୁକ୍ତ ହୋଇପାରିଛି । କେବଳ ଏତିକି ନୁହେଁ, ଜାନୁଆରୀ ମାସରେ ତାଙ୍କ ଗାଁକୁ ଜିଲ୍ଲା କମିଶନରଙ୍କ ଦ୍ୱାରା ପ୍ଲାଷ୍ଟିକ୍ ମୁକ୍ତ ଘୋଷଣା କରାଯାଇଛି । ଏଥିସହିତ ଅନନ୍ତନାଗର ସହକାରୀ ବିକାଶ କମିଶନର ରିୟାଜ ଅହମ୍ମଦ କହିଛନ୍ତି, ସାଦିୱାରା କାଶ୍ମୀରର ପ୍ରଥମ ଗ୍ରାମ, ଯାହାକୁ ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ ଘୋଷଣା କରାଯାଇଛି।