Advertisment

Success Story: BBA ପାଠ ଛାଡ଼ି ଚା’ ବିକିଲେ; ଏବେ କୋଟିପତି

BBA ପଢିବାକୁ ଅଷ୍ଟ୍ରେଲିଆ ଗଲେ। କିଛି ଦିନ ପରେ ପାଠ ଛାଡି ଚା’ ବିକ୍ରି କରିବା ଆରମ୍ଭ କଲେ। ଆଜି ସେ କୋଟି କୋଟି ଟଙ୍କା କମ୍ପାନୀର ମାଲିକ। ତାଙ୍କ ଅଧିନରେ ଏବେ ୪୦ ଜଣ କର୍ମଚାରୀ କାମ କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Success Story Of Sanjith Konda

Success Story

ବାଙ୍ଗାଲୋର ବାସିନ୍ଦା ସଞ୍ଜିତ କୋଣ୍ଡା ଚାରି ବର୍ଷ ପୂର୍ବେ ୧୮ ବର୍ଷ ବୟସରେ ଅଷ୍ଟ୍ରେଲିଆ ଯାଇଥିଲେ। ସେ ମେଲବୋର୍ଣ୍ଣର ଲ’ ଟ୍ରୋବ୍‌ ୟୁନିଭର୍ସିଟିରେ ବ୍ୟବସାୟ ଅଧ୍ୟୟନ ପାଠ୍ୟକ୍ରମରେ ନାଁ ଲେଖାଇଥିଲେ। କିଛି ଦିନ ପରେ ପାଠ ଛାଡି ଚା’ ବିକ୍ରି କରିବା ଆରମ୍ଭ କରିଥିଲେ ଏବଂ ଆଜି ସେ କୋଟି କୋଟି ଟଙ୍କା କମ୍ପାନୀର ମାଲିକ। ତାଙ୍କର ଷ୍ଟାର୍ଟଅପ୍‌ର ନାଁ ହେଉଛି ଡ୍ରପ୍‌ଆଉଟ୍ ଚାୱାଲା। ତେବେ ଅଷ୍ଟ୍ରେଲିଆରେ ପଢିବା ଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ଆରମ୍ଭ ପର୍ଯ୍ୟନ୍ତ ସଞ୍ଜିତ କୋଣ୍ଡାଙ୍କ ଯାତ୍ରା ଏତେ ସହଜ ନଥିଲା। ଆସନ୍ତୁ ଜାଣିବା…

Advertisment

ସଞ୍ଜିତ କୋଣ୍ଡା ବିବିଏରେ ଆଡ୍‌ମିଶନ୍‌ ନେବା ପରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପଢିବାକୁ ଆସିଥିଲେ। ଖର୍ଚ୍ଚ ଉଠେଇବା ପାଇଁ ସେ ସେତେବେଳେ ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନରେ ବାସନ ଧୋଉଥିଲେ। ନାଇଟ୍‌ ସିଫ୍ଟରେ ପେଟ୍ରୋଲ୍‌ ପମ୍ପ୍‌ରେ କାମ କରୁଥିଲେ। ଏହା ପରେ ସେ ଛାତ୍ର ପରିଷଦରେ ନିର୍ବାଚିତ ହୋଇ ଛାତ୍ରବୃତ୍ତି ପାଇବା ଆରମ୍ଭ କଲେ। ଏସବୁରୁ ଯେଉଁ ଟଙ୍କା ରୋଜଗାର ହେଉଥିଲା ସେ ଏହାକୁ ସଞ୍ଚୟ କରି ଡ୍ରପ୍ ଆଉଟ୍ ଚାଇୱାଲା ନାମକ ଏକ ଚା’ ଷ୍ଟଲ୍ ଖୋଲିଥିଲେ।

ଅଧିକ ପଢ଼ନ୍ତୁ: ସୋସିଆଲ୍ ମିଡିଆକୁ ବ୍ୟବହାର କରି କିପରି ରୋଜଗାର କରିବେ; ଜାଣନ୍ତୁ ଆଞ୍ଚଲ୍‌ଙ୍କ ଠାରୁ

Advertisment

ସଞ୍ଜିତ କୋଣ୍ଡା ପାଞ୍ଚ ଜଣଙ୍କ ସହ ମେଲବୋର୍ଣ୍ଣର ଏଲିଜାବେଥ୍‌ ଷ୍ଟ୍ରିଟ୍‌ରେ ତାଙ୍କର ପ୍ରଥମ ଆଉଟ୍‌ଲେଟ୍ ଆରମ୍ଭ କରିଥିଲେ। ଏହାର ଆକାର ୫୦ ବର୍ଗ ମିଟର ଥିଲା। ସେ ଯେଉଁ ଆଉଟ୍‌ଲେଟ୍ କିଣିଥିଲେ ସେଠାରେ କରୋନା ମହାମାରୀ ପୂର୍ବରୁ ଚା’ ମିଳୁଥିଲା। କିନ୍ତୁ ବର୍ତ୍ତମାନ ସେ ସେଠାରେ ଚା’କୁ ଲୋକପ୍ରିୟ କରିଦେଇଛନ୍ତି। ପ୍ରଥମ ତିନି ମାସ ପାଇଁ ତାଙ୍କର ବ୍ୟବସାୟ ଟିକିଏ ଧିମା ଚାଲିଥିଲା। କିନ୍ତୁ ପରେ ବେପାର ଜମିଥିଲା।

ଏହା ପରେ ସେ ୱେରିବିରେ ଏକ ମୋବାଇଲ୍ ଟ୍ରକ୍ ଲଞ୍ଚ କରିଥିଲେ। ଏହା ଦ୍ୱାରା ପର୍ବ ଏବଂ ବିବାହ ସମୟରେ ବିଶ୍ୱବିଦ୍ୟାଳୟ ଇଭେଣ୍ଟ୍‌ରେ ଦୋକାନ ଦିଆଯାଉଥିଲା। ଅଗଷ୍ଟ ୨୦୨୨ରେ ସେ ଲା ଟ୍ରୋବ୍‌ ଷ୍ଟ୍ରିଟରେ ୨୭୫ ବର୍ଗ ମିଟରରେ ଦ୍ୱିତୀୟ ଷ୍ଟୋର୍‌ ଖୋଲିଥିଲେ। ବର୍ତ୍ତମାନ ତାଙ୍କ ପାଖରେ ଏକ ଚା’ ଟ୍ରକ୍ ଏବଂ ଦୁଇଟି ଆଉଟଲେଟ୍ ଅଛି। ଏଥିରେ ୪୦ ଜଣ କର୍ମଚାରୀ କାମ କରୁଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ସେ ୧ ମିଲିୟନ ଅଷ୍ଟ୍ରେଲିୟ ଡଲାର (୫.୫୭ କୋଟି ଟଙ୍କା) ରୋଜଗାର କରିଛନ୍ତି।

ସଞ୍ଜିତଙ୍କ ବାପା ଜଣେ ମେକାନିକାଲ୍ ଇଞ୍ଜିନିୟର ଏବଂ ସେ ଗତ ୩୦ ବର୍ଷ ଧରି ରିୟାଦରେ ସାଉଦି ଆରବର ଏକ ତୈଳ କମ୍ପାନୀରେ କାମ କରୁଛନ୍ତି। ତାଙ୍କ ମା’ ଜଣେ ଗୃହିଣୀ। ବାପା ଭଲ ବେତନ ପାଉଥିବାରୁ ସଞ୍ଜିତ କୋଣ୍ଡାଙ୍କର ଟଙ୍କାର ଅଭାବ ନଥିଲା। କିନ୍ତୁ ସେ ନିଜ ଖର୍ଚ୍ଚ ନିଜେ ବହନ କରିବାକୁ ଚାହୁଁଥିଲେ।

Success Story Successful Story
Advertisment
Advertisment