• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

୬ ଫୁଟିଆ ନୁଆଣିଆଁ ଘର...ଉପରେ ପାଲ ଢଙ୍କା ହୋଇଛି । ମୁଣ୍ଡ ଗଳେଇ ଦେଖିଲେ ଘର ଟିକିଏ ସ୍ପଷ୍ଟ ଦେଖାଯାଉଛି । ଜିନିଷଗୁଡ଼ିକ ଏମିତି ଖୁନ୍ଦା ହୋଇ ରହିଛି ଯେ ଭଲରେ ବସିବା ବି କଷ୍ଟ । ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ଘରେ ତିନିପ୍ରାଣୀ କୁଟୁମ୍ବ ରହୁଛନ୍ତି । ବିଶ୍ୱାସ ହୋଇନପାରେ...ହେଲେ ଏମିତି ଏକ ଘରେ ୧୫ ବର୍ଷ ହେଲାଣି ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗୋଟିଏ ପରିବାର ।

ମଣିଷ ଯୋଉଠି ବସୁଛି, କୁକୁର ବି ସେଇଠି ଶୋଉଛି । ଘର ଭିତରେ ଦିକିଦିକି ଚୁଲି ଜଳୁଛି । କେତେବେଳେ ଭାତ ଗଣ୍ଡାକ ହେବ ତାହାକୁ ସତେ ଯେମିତି ଅପେକ୍ଷା କରି ରହିଛି ବୁଢୀ ମାଉସୀ । ବୟସ ବି କିଛି କମ୍‌ ନୁହେଁ । ୭୩ ପାର୍‌ ହେଲାଣି । ପରିଣତ ବୟସରେ ଘର ଛପର କରିବା ବି ତା ପକ୍ଷରେ କଷ୍ଟ । ସେଇଠି ନୂଆ ଘର କରିବା କଥା ସ୍ୱପ୍ନ ସେ ଦେଖିବ ବା କାହିଁକି? କହିପାରନ୍ତି, ଆବାସ ଯୋଜନାରେ ତ ଶହଶହ ଲୋକଙ୍କୁ ଘର ମିଳୁଛି । ତାଙ୍କୁ କାହିଁକି ମିଳିଲାନି?

 

ରୋଜଗାର ସେମିତି କିଛି ନାହିଁ । ଆବାସ ଘର ଲାଗି ପୂରା ଯୋଗ୍ୟ...ଏହା ପରେ ବି ମିଳୁନି ଘର । ଏମିତି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ରେ । ସ୍ଥାନୀୟ ଅଂଚଳର ପେନିବୁଡି ବରିହା । ବୟସ ବଢିବା ପରେ ଧୀରେ ଧୀରେ ବଳ ବି ଗଲା । ପର ଦୁଆରେ ମୂଲ ଲାଗିବାକୁ ଅଣ୍ଟାରେ ଜୋର ବି ନାହିଁ । ସେଇଥି ଲାଗି ତ ବିଲରେ ଦୁଇ ଝିଅ ବିଲରେ ଖଟୁଛନ୍ତି । ଯେତିକି ରୋଜଗାର ହେଲା ସେତିକିରେ ଖାଇବା ବି କଷ୍ଟସାଧ୍ୟ ।

ଘର ଖଣ୍ଡିଏ ପାଇଁ ବିଡିଓଙ୍କୁ ବାରମ୍ବାର ଗୁହାରି କରିଛନ୍ତି । ହେଲେ ପକ୍କାଘର ଖଣ୍ଡିଏ ପାଇଲେ ନାହିଁ । ତେଣୁ ବାଧ୍ୟ ହୋଇ ଏମିତି ଏକ ଘରେ ନିଜର ଦୁଇ ଝିଅଙ୍କ ସହ ଅତି କଷ୍ଟରେ ଜୀବନ କାଟୁଛନ୍ତି ପେନିବୁଡ଼ି । ଯୋଗ୍ୟ ହେବା ପରେ ବି କାହିଁକି ତାଙ୍କୁ ଘର ଖଣ୍ଡିଏ ମିଳିନି ଆମେ ଏବିଡ଼ିଓଙ୍କୁ ପଚାରିଥିଲୁ । ସେ କହିଛନ୍ତି, ଯୋଗ୍ୟ ଥିଲେ ଘର ମିଳିବ...

ଦର୍ଶକବନ୍ଧୁ ଆବାସ ଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନକୁ ଅନୁରୋଧ କରିଛନ୍ତି ପେନିବୁଡ଼ି । ତାଙ୍କ ଘରର ଅବସ୍ଥା ଦେଖିଲେ ଯିଏ କେହି ବି କହିବ ସେ ଘର ଲାଗି ଯୋଗ୍ୟ କି ନୁହେଁ । ହେଲେ ବଡ଼ ଦୁଃଖର କଥା ଯେ ଏଯାଏଁ ତାଙ୍କୁ ମିଳିପାରିଲାନି ଘର । ଦେଖାଯାଉ ଆଉ କେତେ ଦିନ ଅପେକ୍ଷା ପରେ ପେନିବୁଡ଼ିଙ୍କୁ ମିଳୁଛି ଘର...

(ବିନିକାରୁ ଦିଲ୍ଲୀପ ସାହୁଙ୍କ ରିପୋର୍ଟ)