• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସାଙ୍ଗ ହୋଇ ଡକାଡକି ହୋଇ ଆରପାରିକୁ ଚାଲିଗଲେ ବାପା ଆଉ ବଡ଼ ଭାଇ । ବାପା ଯିବା ପରେ ବିଧବା ମାଆ ସାଙ୍ଗକୁ ତିନି ଭଉଣୀ । ପାଖରେ କାଣି କଉଡ଼ିଟିଏ ବି ନାହିଁ । ଘର ଚଳିବ କେମିତି ସେଇ ଚିନ୍ତାରେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ବାହାରିଗଲେ ବଡ଼ ଭଉଣୀ । ମାଆ ଓ ତିନି ଭଉଣୀଙ୍କ ପେଟରେ ଦାନା ମୁଠେ ଦେବା ଲାଗି ଅଷ୍ଟମ ଶ୍ରେଣୀରୁ ପାଠରେ ଡୋର ବାନ୍ଧି ଦେଇଛନ୍ତି ରୂପା ।

କନ୍ଧମାଳ ର କୁମାରୀ ମାଝୀ । ଆଖି ସାମ୍ନାରେ ସ୍ୱାମୀ ଆଉ ମାସେ ପରେ ପୁଅ ସାଙ୍ଗ ଆରପାରିକୁ ଚାଲିଗଲେ । ସ୍ୱାମୀ ଆଉ ପୁଅ ଯିବା ପରେ ୪ ଝିଅଙ୍କୁ ମୁହଁରେ କେମିତି ଆହାର ଦେବେ ସେଇ ଚିନ୍ତାରେ ଦିନରାତି ଭାବି ଆଖିରୁ ଝରାଉଥିଲେ ଲୁହ । ଯେଉଁ ପିଲାଙ୍କୁ ଜନ୍ମ କରିଛି ସେମାନଙ୍କ ପେଟରେ ମୁଠେ ଆହାର ଦେବା ଲାଗି ଦିନରାତି ଏକ କରି କାମ କରୁଥିଲା । ବଡ଼ କଷ୍ଟରେ ଦିନରୁ ଦୁଇ ଓଳି ଖାଇବା ଯୋଗାଡ଼ କରୁଥିଲା । ହେଲେ ଦୈବ ଖେଳିଲା ଖେଳ । ହଠାତ୍‌ ସିଏ ବି ଅସୁସ୍ଥ ହୋଇ ପଡ଼ିଲେ । ବାସ୍‌ ଏହାପରେ କୁମାରୀଙ୍କ ପରିବାରକୁ ଘେରିଗଲା ଦୁଃଖର କଳାବାଦଲ ।

ଅଧିକ ପଢ଼ନ୍ତୁ: ମାଆ ଚାଲିଯିବା ପରେ..ତିନି ଭଉଣୀଙ୍କୁ ମାଆ ପରି ପାଳୁଛି ବଡ ଭଉଣୀ

ବାପା ଚାଲିଗଲେ, ମାଆଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଲା । ପରିବାର ଚଳେଇବା ଲାଗି ଘରୁ ବାହାରି ପଡ଼ିଲେ ବଡ଼ ଝିଅ ରୂପା । ବାହାର ରାଜ୍ୟକୁ ଯାଇ ଦାଦନ ଖଟିବା ସହିତ ଯାହା କିଛି ରୋଜଗାର କରୁଛି ସେତିକିରେ ଘରେ ଥିବା ବିଧବା ମାଆର ପେଟ ପୋଷିବା ସହିତ ସାନ ଭଉଣୀ ବବି, ଲକ୍ଷ୍ମୀ ଓ କୁନିଙ୍କ ମୁହଁରେ ଦେଉଛି ଦାନା । ନିଜେ ସିନା ଅଧାରୁ ପାଠ ଛାଡ଼ିଦେଲା ହେଲେ ତିନିଭଉଣୀ କେମିତି ପାଠ ପଢିବେ, ବଡ଼ ମଣିଷ ହେବେ ସେନେଇ ରୂପା ଦେଖୁଛି ସୁନେଲୀ ସ୍ୱପ୍ନ । ଖାଲି ସ୍ୱପ୍ନ ଦେଖୁଛି ତାହା ନୁହେଁ ବରଂ ତାକୁ ବାସ୍ତବରୂପ ଦେବାକୁ ଅହରହ କରୁଛି ମେହନତ ।

ରୂପାର ଦୁଃଖ ଏତିକିରେ ସରିନି । ମାଆ-ଭଉଣୀ ପାଇଁ ସିନା ବାହାର ରାଜ୍ୟରେ ଦାଦନ ଖଟିବାକୁ ବାହାରିଗଲା ହେଲେ ଘରର ଅବସ୍ଥା ଦେଖିଲେ ଆପଣଙ୍କୁ ଦୁଃଖ ଲାଗିବ । ଝାଟିମାଟି ଘରେ ପାଲ ପଡ଼ିଛି । ତା ଉପରେ ଶୁଖିଲା କାଠ ଦୁଇଖଣ୍ଡ ପଡ଼ିଛି । ଯଦି ଜୋରରେ ବତାଶ ଆସେ ସିଏ ବି ଉଡ଼ିଯିବ । ଏମିତି ଘରେ ରହୁଥିବା ପରେ ବି ତାଙ୍କୁ ମିଳିପାରିନି ଘର । ଖାଲି ଘର କାହିଁକି? ବରଂ ଭତ୍ତା ବି ତାଙ୍କ ଲାଗି ସାତସପନ। କୁମାରୀଙ୍କ ଅବସ୍ଥାକୁ ଦେଖି ତୁରନ୍ତ ତାଙ୍କୁ ସରକାରୀ ସୁବିଧାସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ । ସେପଟେ ବିଡିଓ କହିଛନ୍ତି, ଖୁବଶୀଘ୍ର ତାଙ୍କୁ ମିଳିବ ସରକାରୀ ସହାୟତା।

ଅଧିକ ପଢ଼ନ୍ତୁ: ବାପା-ମାଆ ଯିବା ପରେ ପିଉସୀ କାନ୍ଧରେ ପିଲାଙ୍କ ଭବିଷ୍ୟତ

(ବାଲିଗୁଡ଼ାରୁ ଅଜିତ ନାୟକଙ୍କ ରିପୋର୍ଟ)