Advertisment

ମୋ ସ୍ୱାମୀର ତ କାମ ହେଉନି...ତୁମ ବିଜୁ ସ୍ୱାସ୍ଥ୍ୟକାର୍ଡ଼ ମୁଁ କରିବି କଣ ?

ଗଜପତି ମୋହନା ଟେଡ଼ାମା ଗାଁର ଦୁଃଖୀ ମଲ୍ଲିକ । ୫ ବର୍ଷ ପୂର୍ବରୁ ଦୁଃଖୀଙ୍କ ସ୍ୱାମୀ କୃଷ୍ଣଙ୍କୁ ଏମିତି ରୋଗ ମାଡ଼ିବସିଲା ଯେ ଉଠିବା ବସିବା ବି ତାଙ୍କ ପାଖରେ କଷ୍ଟସାଧ୍ୟ ହେଲା । ସ୍ୱାମୀ ବିଛଣାରେ ପଡ଼ିବା ପରେ ପୂରା ପରିବାରର ବୋଝ ଏବେ ଦୁଃଖୀଙ୍କ ଉପରେ । ମାଆର କଷ୍ଟକୁ ହାଲୁକା କରିବାକୁ ବଡ଼ ପୁଅ ଦାଦନ ଖଟିବାକୁ ଯାଇଛି ଆଉ ଝିଅ ବାଙ୍ଗାଲୋରରେ ସିଲେଇ ଶିଖୁଛି । ପିଲାମାନେ ଯାହା ଯେତିକି ଦେଉଛନ୍ତି ସେତିକିରେ ବଡ଼ କଷ୍ଟରେ ଚଳୁଛି ପରିବାର ।

author-image
Sarbeswar
ଅଦ୍ୟତନ ହୋଇଛି
Woman seeks financial assistance

Woman seeks financial assistance

ଅଣ୍ଟା ନଇଁ ଯାଉଛି, ହେଲେ ସ୍ୱାମୀକୁ ଟେକି ଟେକି ଦାଣ୍ଡ ପିଣ୍ଡାରୁ ଘରକୁ ନେଉଛି… ତ ପୁଣି ଘରୁ ବାହାର କରୁଛି । ଦାଣ୍ଡ ପିଣ୍ଡାରେ ସ୍ୱାମୀ ବଡ଼ କଷ୍ଟରେ ବସିଛି । କେତେବେଳେ ପୁଣି ପଖାଳ ଗଣ୍ଡାଏ ଖୁଆଇ ଦିଏ ସ୍ତ୍ରୀ । ସ୍ୱାମୀର କଷ୍ଟକୁ ସ୍ତ୍ରୀ ଦେଖିପାରୁନି କି ସହିପାରୁନି । ହେଲେ ପରିସ୍ଥିତି ସାମ୍ନାରେ ସତେ ଯେମିତି ସେ ହାର ମାନିଛି ।

Advertisment

ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୫ ବର୍ଷ ହେଲା ଏମିତି ଯନ୍ତ୍ରଣାରେ ଯୁଝି ହେଉଛି ସ୍ୱାମୀ । ଆଉ ଦିନରାତି ସ୍ୱାମୀର ସେବା କରିଚାଲିଛି ସ୍ତ୍ରୀ । ପାଖରେ ଆଠଣାଟିଏ ବି ନାହିଁ । ସ୍ୱାମୀର ଚିକିତ୍ସା କରାଇବା ଲାଗି ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ହତାଶ ହେଲେଣି କିନ୍ତୁ ସାହାଯ୍ୟ କିଛି ମିଳିନି । ଏବେ ଭାଗ୍ୟ ଉପରେ ସବୁକିଛି ଛାଡ଼ିଦେଇଛନ୍ତି ।

ଗଜପତି ମୋହନା ଟେଡ଼ାମା ଗାଁର ଦୁଃଖୀ ମଲ୍ଲିକ । ୫ ବର୍ଷ ପୂର୍ବରୁ ଦୁଃଖୀଙ୍କ ସ୍ୱାମୀ କୃଷ୍ଣଙ୍କୁ ଏମିତି ରୋଗ ମାଡ଼ିବସିଲା ଯେ ଉଠିବା ବସିବା ବି ତାଙ୍କ ପାଖରେ କଷ୍ଟସାଧ୍ୟ ହେଲା । ସ୍ୱାମୀ ବିଛଣାରେ ପଡ଼ିବା ପରେ ପୂରା ପରିବାରର ବୋଝ ଏବେ ଦୁଃଖୀଙ୍କ ଉପରେ । ମାଆର କଷ୍ଟକୁ ହାଲୁକା କରିବାକୁ ବଡ଼ ପୁଅ ଦାଦନ ଖଟିବାକୁ ଯାଇଛି ଆଉ ଝିଅ ବାଙ୍ଗାଲୋରରେ ସିଲେଇ ଶିଖୁଛି । ପିଲାମାନେ ଯାହା ଯେତିକି ଦେଉଛନ୍ତି ସେତିକିରେ ବଡ଼ କଷ୍ଟରେ ଚଳୁଛି ପରିବାର ।

Advertisment

ଦିନ ଯେତିକି ଯେତିକି ଗଡୁଛି କୃଷ୍ଣଙ୍କ ଦୁଃଖ ସେତିକି ସେତିକି ବଢୁଛି । ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟକାର୍ଡ଼ ମିଳିଛି । ହେଲେ କାର୍ଡ଼ କେମିତି ବ୍ୟବହାର ହେବ ସେନେଇ କିଛି ଜାଣିନାହାନ୍ତି ଦୁଃଖୀ । କାର୍ଡ଼ ଖଣ୍ଡେ ଦେଇ ବସିଗଲା ପ୍ରଶାସନ, ଆଉ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦୁଃଖୀଙ୍କ ପରିବାର ।

କୃଷ୍ଣ ଦିବ୍ୟାଙ୍ଗ ହେବା ପରେ ବି ତାଙ୍କୁ ମାସିକ ଭତ୍ତା ମିଳିନି କି ସରକାରୀ ସୁବିଧା ମିଳିପାରିନି । ଏବେ ପୂରା ପରିବାର ଉପରେ ବୋଝ ପାଲଟିଯାଇଛନ୍ତି କୃଷ୍ଣ । ତେବେ ପୂରା ଘଟଣା ଜାଣିବା ପରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ କହିଛନ୍ତି, ଯଦି ତାଙ୍କର ବିଜୁ ସ୍ବାସ୍ଥ୍ୟ କାର୍ଡ ରହିଛି ସେହିକାର୍ଡ଼ରେ ତାଙ୍କର ଚିକିତ୍ସା ହୋଇ ପାରିବ ଏବଂ ତାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ...

(ମୋହନାରୁ ମିହିର ଜତିଙ୍କ ରିପୋର୍ଟ)

BSKY Card
Advertisment
Advertisment