• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହରିଆଣାର ଭଗବାନୀ ଦେବୀ(Bhagwani Devi)ଙ୍କ ନିଆରା ରେକର୍ଡ । ଭାରତ ପାଇଁ ଗୌରବ ଆଣିବା ସହ ୯୫ ବର୍ଷ ବୟସରେ ଜିତିଛନ୍ତି ତିନିଟି ସ୍ୱର୍ଣ୍ଣପଦକ (gold medals) । ପୋଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମାଷ୍ଟର ଆଥଲେଟିକ୍ ଚାମ୍ପିୟନସିପ (World Masters Athletics Championships)ରେ ଭଗବାନୀ ଦେବୀ ଡିସକସ୍, ସଟପୁଟ୍ ଓ ୬୦ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୯୦ ରୁ ୯୫ ବର୍ଷ ବୟସ ବର୍ଗରେ ଭାଗ ନେଇ ସେ ଏହି ପଦକ ଜିତିଛନ୍ତି । ଆଜି ନୂଆଦିଲ୍ଲୀରେ ସେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପାରମ୍ପରିକ ବାଦ୍ୟର ତାଳେ ତାଳେ ତାଙ୍କୁ ପାଛୋଟି ଆଣିଥିଲେ । 

୨୦୨୨ରେ ବି ମେଡାଲ ଜିତିଥିଲେ ଭଗବାନୀ ଦେବୀ

୨୦୨୨ରେ ଭଗବାନୀ ଦେବୀ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପ ( World Masters Athletics Championships)  ରେ ଅଂଶଗ୍ରହଣ କରିଥିଲେ । ଆଉ ସେହି ପ୍ରତିଯୋଗିତାରେ ବି ତିନି ତିନୋଟି ପଦକ ହାସଲ କରିଥିଲେ । ସେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ, ଡିସ୍କସ୍ ଥ୍ରୋ ଏବଂ ସଟପୁଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।  

ଏବେ ଦିଲ୍ଲୀ ନଜଫଗଡର ମଲିକପୁର ଗାଁରେ ରୁହନ୍ତି ଭଗବାନ୍ ଦେବୀ । ପିଲାଦିନେ କବାଡ଼ି ଖେଳୁଥିଲେ, କିନ୍ତୁ ପରେ ଜୀବନର ଉତଥାନ-ପତନ ଭିତରେ ସେ କବାଡିରୁ ଦୂରେଇ ଯାଇଥିଲେ । ମାତ୍ର ୨୯ ବର୍ଷ ବୟସରେ ସ୍ୱାମୀ ବିଜୟ ଡାଗରଙ୍କୁ ହରାଇଥିଲେ । ଏହା ପରେ ତାଙ୍କର ୧୧ ବର୍ଷର ଝିଅ ମଧ୍ୟ ଆରପାରିକୁ ଚାଲିଗଲା । ଏତେ ବଡ଼ ଦୁନିଆରେ ତାଙ୍କ ପାଇଁ ଏକମାତ୍ର ସାହାଭରଷା ଥିଲା ପୁଅ ହାୱା ଡାଗର ।

Viral Video: ଏଇ ବୟସରେ ବି ଏମିତି ସୁମଧୁର କଣ୍ଠ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ବହୁ କଷ୍ଟରେ ପୁଅକୁ ସେ ବଡ଼ କରିଥିଲେ । ବର୍ତ୍ତମାନ ଭଗବାନ୍ ଦେବୀଙ୍କର ଦୁଇ ନାତି ବିକାଶ ଏବଂ ବିନିତ୍‌ ଉଭୟ ଶିକ୍ଷକତା କରୁଛନ୍ତି । ସମୟ ବଦଳିଛି, ପୂର୍ବଭଳି ଅବସ୍ଥା ନାହିଁ । ବଡ଼ ନାତି ବିକାଶ ଜଣେ ଆନ୍ତର୍ଜାତୀୟ ପାରା ଆଥଲେଟ୍ । ସେ ରାଜୀବ ଗାନ୍ଧୀ କ୍ରୀଡ଼ା ପୁରସ୍କାର ମଧ୍ୟ ପାଇଛନ୍ତି ।

ତେବେ ଆଇମା’ ଦେଶ ପାଇଁ ଗୌରବ ଆଣିଥିବା ପଛରେ ନାତି ବିକାଶ ଡାଗରଙ୍କର ବଡ଼ ହାତ ରହିଛି । ସେ ହିଁ ସବୁବେଳେ ଭଗବାନୀ ଦେବୀଙ୍କୁ ଖେଳିବା ପାଇଁ ଉତ୍ସାହିତ କରନ୍ତି ।