ବାଣପୁର ବ୍ଲକ ଅଫିସ ସାମ୍ନାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଥିଲେ ବିଧାୟକ ।
ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି।
କାନ୍ଦ ବୋବାଳିରେ ଫାଟିପଡ଼ୁଛି ଘର। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି । ରହସ୍ୟମୟ ଭାବେ ମାନସଙ୍କ ହତ୍ୟା କରାଯିବା ପରେ ପରିବାର ଲୋକଙ୍କ ୨ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା ଏବଂ ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କୁ ଦାୟୀ କରିଛନ୍ତି
ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ ପୁରୀ ଏସ୍ପି । କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା, ଜଗନ ଖଟେଇ କୋରାପୁଟରୁ ଗିରଫ ହେଲେ ବୋଲି ପୁରୀ ଏସ୍ପି କହିଛନ୍ତି ।
ଭୁବନେଶ୍ୱର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବିସ୍ଫୋରକ ବୟାନ ଦେଇଛନ୍ତି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ପତ୍ନୀ। ମାନସଙ୍କ ପତ୍ନୀ କହିଛନ୍ତି ଯେ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି। ବଡ଼ ନେତା ଓ ମନ୍ତ୍ରୀଙ୍କର ହାତ ଅଛି, ସେମାନଙ୍କୁ ଗିରଫ କରାଯାଉ।
ସେମାନଙ୍କୁ ଫାଶି ହେଲେ ମାନସଙ୍କ ଆତ୍ମା ଶାନ୍ତି ପାଇବ।
ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍ । ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ହୋଇଛି କୃଷ୍ଣଙ୍କୁ ମର୍ଡର । ଫେରାର ୩ ଅଭିଯୁକ୍ତଙ୍କୁ ଅଟକ ରଖିଲା ପୁରୀ ପୋଲିସ ।
ଗତକାଲି ବର ବେଶରେ ଯୁବକ ଜଣକ ଗୋଟିଏ ଗାଡିରେ ଆସିଥିଲେ।
ତଥ୍ୟ ହାସଲ ଲାଗି ଜେରା ପାଇଁ ୨ ଜଣଙ୍କୁ ରିମାଣ୍ଡରେ ନେବ ପୋଲିସ।
ସାଙ୍ଘାତିକ୍, ସଙ୍ଗୀନ...ସେବାୟତ କୃଷ୍ଣ ପ୍ରତିହାରୀଙ୍କ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷ ଡିଲ୍?
ଗିରଫ ଅଭିଯୁକ୍ତମାନେ ହେଲେ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରୀ, ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଓ ବାବା ମହାପାତ୍ର । କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପଛରେ ଏମାନଙ୍କ ମଧ୍ୟରୁ କାହାର ଥିଲା କେଉଁ ରୋଲ୍ ?
ମାନସଙ୍କୁ ମାରିଦେଲା ମେମୋରିଚିପ୍? ଜାଣନ୍ତୁ କଣ ଥିଲା ପୂରା କାହାଣୀ?
ଚିପ୍ରେ କଣ ଥିଲା ଯେ, ମାନସଙ୍କୁ ମାରିଦିଆଗଲା ? କୁଆଡ଼େ ଗଲେ ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ? ଏବେ ବି ଆଢୁଆଳରେ ରହିଯାଇଥିବା ଏଭଳି ଅନେକ ଦିଗର ଖୁଲାସା କରିପାରିନଥିବା ଚାନ୍ଦବାଲି ପୋଲିସ କହିଛି, ଛାନ୍ଭିନ୍ ଜାରି ରହିଛି। ସେପଟେ ଶର୍ମିଷ୍ଠାଙ୍କ ପ୍ରତି ନିରଂଜନଙ୍କ ଅହେତୁକ ଅନୁକମ୍ପାର ପ୍ରମାଣ ଲାଗିଛି ଓଟିଭି ହାତରେ ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା ହୋଇଛି। ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।
କିଏ ଜାଳି ଦେଲା ସୁନା ସଂସାର ? ଗଣଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ? ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକାରପାଇ ଗାଁରେ ଗୋଟିଏ ପରିବାରର ୩ ମୃତ ଓ ୨ ଗୁରୁତର ଘଟଣା ଏବେବି ରହସ୍ୟ ଘେରରେ।
ସବୁ ଘଟଣାର ଷଡ଼ଯନ୍ତ୍ର ରଚିଥିଲେ ଖୋଦ୍ ନିରଞ୍ଜନ ସେଠୀ । ଖାଲି ନିରଞ୍ଜନ ସେଠୀ ନୁହେଁ ଅନ୍ୟ ଜଣେ ଅଭିଯୁକ୍ତ ରଂଜନ ନାୟକ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି ।
ଆଇ ଆଣ୍ଡ ପିଆର୍ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ । ନିରଞ୍ଜନଙ୍କ ଗିରଫ ନେଇ ଚାନ୍ଦବାଲି ଏସ୍ଡିପିଓଙ୍କ ସୂଚନା ।
ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।
ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ସେବାୟତଙ୍କୁ କରାଯାଇଥିଲା ହତ୍ୟା ! ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ ପରେ ଏସ୍ପି କନଓ୍ୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି।
ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୬ ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଛନ୍ତି। ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା ବୋଲି ଜଣାପଡ଼ିଛି।
କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ଯୁବକ ଜଣ ସାଙ୍ଗମାନଙ୍କ ସହ ହୋଲି ଖେଳିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।
ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟ୍ ଅଭିଯୋଗ। ତେଲ ପକାଇବା ବାହାନାରେ ୨୦ ଲକ୍ଷ ଟଙ୍କା ଲୁଟିନେଲେ ୬ ଦୁର୍ବୃତ୍ତ । ପଦ୍ମପୁର ସ୍ଥିତ ପେଟ୍ରୋଲ ପମ୍ପରୁ ଲୁଟ୍, ପୋଲିସର ତନାଘନା ।
ଅଭିଯୁକ୍ତଙ୍କ ଠାରୁ ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ସିମ୍ କାର୍ଡ ଜବତ କରିଛି।
ଘଟଣାକୁ ପ୍ରାୟ ଦେଢ଼ ମାସ ବିତିଯାଇଥିଲେ ବି ହତ୍ୟାର ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଏଯାଏଁ ଟେର୍ ମିଳୁନାହିଁ ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ, ଅପହରଣ ଓ ହତ୍ୟା ମାମଲା ଘଟଣାରେ ଆସିଲା ନୂଆ ମୋଡ଼ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ ଯମୁନା ସ୍ୱାଇଁ । ଆମକୁ ନ୍ୟାୟ ଦିଅ କହି ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ ।