/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650509955.jpg)
Chitfund Lootera
ଚିଟଫଣ୍ଡ ଲୁଟେରାଙ୍କ ଟେର ପାଉନି ପୋଲିସ । ମୋଷ୍ଟ ଓ୍ୱାଣ୍ଟେଡ ତାଲିକାରେ ତିନି ଜଣଙ୍କ ନା ଜାରି କରିଛି କ୍ରାଇମବ୍ରାଞ୍ଚ । ଅର୍ଥନୈତିକ ଅପରାଧ ଶାଖା ୱେୟାର୍ଡ ଇଣ୍ଡଷ୍ଟ୍ରିଜ୍, ୱେୟାର୍ଡ ଇନଫ୍ରାଷ୍ଟ୍ରକଚର, କର୍ପୋରେସନ ଲିମିଟେଡ, ଚିଟଫଣ୍ଡ ସଂସ୍ଥାର ସଂଜୟ କୁମାର ଦାସ, ଅଭିଜିତ ଚାଟାର୍ଜି ଏବଂ ଚାନ୍ଦ ମୋହନ ଘୋଷ ଏହି ତିନିଜଣଙ୍କୁ ୱାଣ୍ଟେଡ ଜାରି କରିଛି ଇଓଡବ୍ଲୁ ।
Advertisment
ଦୀର୍ଘ ଦିନ ଧରି ଫେରାର ରହିବା ଯୋଗୁ ଇଓଡବ୍ଲୁ ସେମାନଙ୍କ ସମ୍ପର୍କରେ କୌଣସି ବି ସୁରାକ ପାଉନଥିବାର ସୂଚନା ମିଳିଛି । ଏମାନଙ୍କ ସଂପର୍କରେ ଯିଏ ସୂଚନା ଦେବ ସେମାନଙ୍କ ନାମ ଗୋପନ ରଖାଯିବ ଏବଂ ପୁରସ୍କୃତ କରାଯିବ ବୋଲି ମଧ୍ୟ କୁହାଯାଇଛି । ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରି ଏମାନେ ଚମ୍ଫଟ ମାରିଛନ୍ତି । କେବଳ ମୋଷ୍ଟ ୱାଣ୍ଟେଡ ଜାରି କରି ଦେଇ ଦାୟିତ୍ୱ ସାରିଦେବ ନା ସେମାନଙ୍କ ଇଓଡବ୍ଲୁ ଖୁବ ଶୀଘ୍ର ଧରିବ ତାକୁ ହିଁ ଅପେକ୍ଷା ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)