Advertisment

ଗାୟିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ

ହାଇକୋର୍ଟରେ ପରିବାରଲୋକେ ଦ୍ୱାରସ୍ଥ ହୋଇଥିଲେ।

author-image
Chandan Shishu
Soumya and Sonali

Soumya and Sonali

ଗାୟିକା ସୋନାଲି ନନ୍ଦଙ୍କ ପାଇଁ ବଢିଲା ଅଡୁଆ। ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ଗାୟିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ ବୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗାୟିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ ହୋଇଛି।ଭୁବନେଶ୍ୱରର ବହୁଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ସୋନାଲିଙ୍କ ନାଁରେ ମାମଲା ରୁଜୁ କରିଛି ଇନଫୋସିଟି ଥାନା ପୋଲିସ୍।

Advertisment

ଗତ ଜାନୁଆରି ୩୧ ତାରିଖରେ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ। ଏଥିପାଇଁ ସେ ବାନ୍ଧବୀ ସୋନାଲିଙ୍କୁ ଦାୟୀ କରି ଶେଷ ଚିଠି ବି ଛାଡ଼ିଥିଲେ। ଆତ୍ମହତ୍ୟା ପରେ ପରିବାରଲୋକେ ବି ସୋନାଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏନେଇ ପୋଲିସ୍ କମିଶନରେଟ୍ ପୋଲିସ୍‌କୁ ବାରମ୍ବାର ଦାବି କରିବା ପରେ ବି କୌଣସି ଫଳ ମିଳିନଥିଲା।

ଶେଷରେ ହାଇକୋର୍ଟରେ ପରିବାରଲୋକେ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରି କୋର୍ଟ ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ କରିବାକୁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ।

Advertisment
Soumya Death Case Sonali Nanda
Advertisment
Advertisment