/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650541980.jpg)
Child trafficking
ପୁଣି ରାଜଧାନୀରେ ଚକୋଲଟ୍ ଦେଇ ଶିଶୁକୁ ଅପହରଣ ଅଭିଯୋଗ । ଅପହରଣ ପରେ ଶିଶୁକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିର ନାବାଳିକା ଜଣଙ୍କ ୫ଦିନ ତଳେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜା ଖୋଜି ପରେ କିଛି ସୂଚନା ନ ମିଳିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ।
Advertisment
ଚନ୍ଦ୍ରଶେଖରପୁର ଅଂଚଳରେ ନିଖୋଜ ନାବାଳିକାଙ୍କୁ ଧରି ଜଣେ ବୁଲୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁୁ ଖବର ଦେଇଥିଲେ । ଏହାପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତଙ୍କୁ ପଚରାଉଚରା ପରେ, ସେ ପିଲାକୁ ଚୋରି ପରେ ବିକ୍ରି କରିବାକୁ ଯୋଜନା କରିଥିବା କମିଶନରେଟ ପୋଲିସ ସୂଚନା ଦେଇଛି ।
ତେବେ ସେ କାହାକୁ ପିଲାଟିକୁ ବିକ୍ରି କରିଥାନ୍ତା, ଏଥିନିମନ୍ତେ କାହା ସହ ଯୋଗାଯୋଗ କରିଥିଲା, ଅଭିଯୁକ୍ତ ଜଣକ ପୂର୍ବରୁ ଏପରି ଘଟଣା ଘଟାଇଥିଲା, ନା ଏହା ପ୍ରଥମ । ସେ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ପୋଲିସ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)