/odishatv-khabar/media/post_attachments/uploadimage/library/16_9/16_9_0/Cuttack_1650474004.jpg)
Cuttack
ପୁଣି ସାମ୍ନାକୁ ଆସିଲା ବଧୂହତ୍ୟା ମାମଲା । ଏବେ ବି ଏମିତି କିଛି ଘଟଣା ଘଟୁଛି ! ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ଆଉ ତାହା ପୁଣି କଟକ ସହରରେ । କୁହାଯାଏ କଟକ ଭାଇଚାରାର ସହର । ହେଲେ ସେହି କଟକ ସହରରୁ ଏମିତି କିଛି ଘଟଣା ଶୁଣିଲେ ସତରେ ଭାରି ଆଶ୍ଚର୍ଯ୍ୟ ଲଗେ ଏବଂ ଦୁଃଖ ବି ଲାଗେ ।
କଟକ ସଦର ଥାନା ଅଞ୍ଚଳରୁ ଆସିଛି ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ଜଣେ ବଧୂଙ୍କ ଜୀବନ ଯାଇଛି । କଟକ ସଦର ଥାନା ଅନ୍ତର୍ଗତ ପ୍ରତାପ ନଗରୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗରେ ଦର୍ଶାଯାଇଛି । ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ କଟକ ତୁଳସୀପୁର ଅଞ୍ଚଳର ସ୍ୱେତାରାଣୀ ସାହୁ, ୭ ବର୍ଷ ପୂର୍ବେ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଅଞ୍ଚଳର ପ୍ରମୋଦ କୁମାର ସାହୁଙ୍କୁ ବିବାହ କରିଥିଲେ । ବାହାଘର ସମୟରେ ବୋହୁ ସମସ୍ତ ପ୍ରକାର ଜିନିଷପତ୍ର ଜାନି ଯୌତୁକ ଆଣିଥିଲେ । ଦାବି ମୁତାବକ କନ୍ୟା ଘର ପକ୍ଷରୁ ସବୁ କିଛି ଦିଆଯାଇଥିଲା । ହେଲେ ଏତିକିରେ ଶାଶୁ ଘର ଲୋକଙ୍କ ମନ ଶାନ୍ତି ହୋଇନଥିଲା ।
ପରବର୍ତ୍ତୀ ସମୟରେ ସ୍ୱେତାରାଣୀଙ୍କ ଶାଶୁ ଘର ଲୋକେ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଖାସ କରି ଶାଶୁ ଏବଂ ଦିଅର ସ୍ୱେତାରାଣୀଙ୍କୁ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେଇଆସୁଥିଲେ । ଗତ ରବିବାର ଦିନ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ସଦର ଥାନାରେ ମାମଲା ରୁଜୁ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)