Advertisment

ସିକ୍ୟୁରିଟି ଗାର୍ଡ ଲୁଟୁଥିଲା ବାଇକ, ଧରିଲା ପୋଲିସ

ସୁଯୋଗ ଦେଖି ଚାବି ମେକାନିକକୁ ଡାକି ତାଲା ଭାଙ୍ଗି ଲୁଟ୍ କରୁଥିଲା । ସିକ୍ୟୁରିଟି ଗାର୍ଡ ବେଶରେ ଲୁଟେରା ଜଣକ ବାଇକ ଲୁଟି ଚମ୍ପଟ ମାରୁଥିଲା ।

author-image
Satyendu Shekher Mishra
Crime

Crime

ବନ୍ଧା ହେଲା ବାଇକ ଲୁଟେରା ସିକ୍ୟୁରିଟି ଗାର୍ଡ । କଟକ ବଡ଼ ମେଡିକାଲ ପରିସରରୁ ୮ଟି ଚୋରା ବାଇକ୍‌ ଜବତ ସହ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ସିକ୍ୟୁରିଟିଗାର୍ଡ ସହ ଜଣେ ତାଲା ଚାବି ମେକାନିକ ଓ ଜଣେ ଲୁଟେରା ଗିରଫ ହୋଇଛି । ଏହି ଲୁଟେରା ଏସ୍‌ସିବିରେ ସିକ୍ୟୁରିଟି ଗାର୍ଡ ଭାବେ ପୂର୍ବରୁ କାର୍ଯ୍ୟ କରୁଥିଲା । ସୁଯୋଗ ଦେଖି ଚାବି ମେକାନିକକୁ ଡାକି ତାଲା ଭାଙ୍ଗି ଲୁଟ୍ କରୁଥିଲା । ସିକ୍ୟୁରିଟି ଗାର୍ଡ ବେଶରେ ଲୁଟେରା ଜଣକ ବାଇକ ଲୁଟି ଚମ୍ପଟ ମାରୁଥିଲା ।

Advertisment

ଗତ କିଛି ଦିନ ଧରି ଏସ୍‌ସିବି ମେଡିକାଲ୍‌ ପରିସରରୁ ବାରମ୍ୱାର ବାଇକ୍‌ ଚୋରି ହେଉଥିଲା । ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ୍‌ । ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୮ଟି ବାଇକ୍‌ ଓ ଗୋଟିଏ ଅଟୋ ଜବତ କରିଛି ।

କମିଶନରେଟ୍‌ ପୋଲିସ୍‌ର କହିବା ଅନୁସାରେ ଭଦ୍ରକ ଜିଲ୍ଲା ବାଆଁଶଡ଼ା ଗାଁର ପ୍ରତାପ ସାମଲ ଏସ୍‌ସିବି ମେଡିକାଲ୍‌ରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ବର୍ଷେ ତଳେ ଏସ୍‌ସିବିରୁ ଚାକିରି ଛାଡ଼ି ଭୁବନେଶ୍ୱରରେ ଅନ୍ୟ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛି । ତା’ର ସାଥୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ସୌରଭ ସ୍ୱାଇଁ ଓରଫ ପିଣ୍ଟୁ। ସେ ଜଣେ ପେଶାଦାର ଅଟୋ ଚୋର। ତୃତୀୟ ଚୋର ହେଉଛି ବଗ୍ନି ବହ୍ଲଭ ଜେନା। ସେ ଜଣେ ପେଶାଦାର ବାଇକ୍ ଚୋର।

Advertisment

ଏହି ତିନି ଜଣ ଚୋରି ସମୟରେ ଏସ୍‌ସିବିରେ ନିୟୋଜିତ ସିକ୍ୟୁରିଟିଗାର୍ଡଙ୍କ ପରି ଡ୍ରେସ୍ ପିନ୍ଧି ଆସୁଥିଲେ । ବାଇକ୍‌ ଷ୍ଟାଣ୍ଡରେ ସେମାନେ ଅନାୟସରେ ଘୂରି ବୁଲୁଥିଲେ। ସ୍ଥିତି ଦେଖି ଏମାନେ ବାଇକ୍‌ ଲକ ଭାଙ୍ଗିବା ପାଇଁ କଲେଜ ଛକରେ ଥିବା ଜଣେ ପଞ୍ଜାବୀ ସହିତ ଯୋଗାଯୋଗ କରୁଥିଲେ। ତା’ପରେ ସମୟ ସୁବିଧା ଦେଖି ଲକ୍‌ ଭାଙ୍ଗି ବାଇକ୍ ଓ ଅଟୋ ଚୋରି କରୁଥିଲେ। ଲକ୍‌ ଭାଙ୍ଗିବାକୁ ଆସୁଥିବା ପଞ୍ଜାବୀ ଜଣକ ଥରକେ ୩୦୦ ଟଙ୍କା ନେଉଥିଲା ବୋଲି କମିଶନରେଟ୍‌ ପୋଲିସ୍‌ କହିଛି। ଏହି ମାମଲାରେ ଆହୁରି କିଛି ଲୋକଙ୍କ ହାତ ଥାଇପାରେ। ଘଟଣାର ଏବେ ମଧ୍ୟ ତଦନ୍ତ ଚାଲିଛି ।

Scb Crime Bike Loot
Advertisment
Advertisment