• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋବାଇଲ ଖୋଲିଦେଲା ସିକ୍ରେଟ୍ । ମୋବାଇଲରୁ ମିଳିଲା ଫରେନ ଲିଙ୍କ୍ । କୋକେନ ମାଫିଆଙ୍କ ବିଦେଶୀ ଲିଙ୍କ୍ ଥିବା ଜଣାପଡିଛି । ଭୁବନେଶ୍ୱରରେ ୨୦୨ ଗ୍ରାମ କୋକେନ ସହ ୨ ଗିରଫ ଘଟଣାରେ ବାହାରିଛି ବିଦେଶୀ ଲିଙ୍କ୍ । ଗିରଫ ନିଶା ମାଫିଆ ରବି ଏବଂ ସନିର ବିଦେଶୀ ମାଫିଆଙ୍କ ସହ ଲିଙ୍କ୍ ରହିଥିବା ଜଣାପଡିଛି ।

୬ଟି ଦେଶର ମାଫିଆଙ୍କ ସହ ଲିଙ୍କ୍ ଥିବା ଜଣାପଡ଼ିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସ୍ୱିଜରଲ୍ୟାଣ୍ଡ, ଚାଇନା, ଫ୍ରାନ୍ସ, ଆମେରିକା, ଥାଇଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ସହ ଏହି ଦୁଇ ଗିରଫ ମାଫିଆଙ୍କ ସମ୍ପର୍କ ରହିଛି । ୨୦୨୩ ବିଶ୍ୱକପ୍‌ ହକିକୁ ନଜରରେ ରଖି ସେମାନେ ନେଟୱାର୍କ ତିଆରି କରିଥିଲେ । ବହୁ ବିଦେଶୀ ଦର୍ଶକ ଆସିବାକୁ ଥିବାରୁ ସେମାନଙ୍କୁ ଟାର୍ଗେଟ ରଖାଯାଇଥିଲା ।

ରବି, ସନି ବିଦେଶୀ ମାଫିଆଙ୍କ ସହ ଲିଙ୍କରେ ଥିବା ନେଇ ତଦନ୍ତ ପରେ ଜଣାପଡ଼ିଛି । ପୁରୀକୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ୨ ମାଫିଆ ପୁରୀ ମଧ୍ୟ ଯାଇଥିଲେ । ଉଭୟ ମାଫିଆଙ୍କୁ NCB ଅଧିକାରୀ ବି ଜେରା କରିଥିବା କହିଛନ୍ତି ଏଡିଜି ।

ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ ସହ ରବି ଓ ସନିକୁ ଗିରଫ କରିଥିଲା ଏସ୍‌ଟିଏଫ୍‌ । ଏସ୍‌ଟିଏଫ୍‌ ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ସେମାନଙ୍କୁ ଜେରା କରିଛି । ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନିଆଯାଇ ଜେରା କରାଯାଉଛି । ମେଗା ଇଭେଣ୍ଟକୁ ଟାର୍ଗେଟ କରି ରାଜଧାନୀରେ ଏମାନେ ମହଙ୍ଗା ନିଶା ତଥା କୋକେନ୍ କାରବାର କରୁଥିଲେ । 

୨୦୨୩ ହକି ବିଶ୍ୱକପ୍‌କୁ ଆଖି ଆଗରେ ରଖି କୋକେନ୍ ବିକ୍ରି ପାଇଁ ସେମାନେ ରଚିଥିଲେ ବ୍ଲୁ-ପ୍ରିଣ୍ଟ । ତେବେ ରାଜଧାନୀର କେଉଁ କେଉଁ ତାରକା ହୋଟେଲକୁ କୋକେନ ଦିଆଯାଉଥିଲା । ସେନେଇ ତଥ୍ୟ ବାହାର କରିବାରେ ଲାଗିଛନ୍ତି ଏସଟିଏଫ ଓ ନାର୍କୋଟିକ୍ସ । ଏହାସହ ଭୁବନେଶ୍ୱରରେ ଆଉ କାହା ସହ ସେମାନଙ୍କ ଲିଙ୍କ୍ ରହିଛି ସେନେଇ ଖୋଳତାଡ଼ ବି କରୁଛି ଏସଟିଏଫ୍ ।

ରାଜଧାନୀ ଭୁବନେଶ୍ୱର ଏବେ ନିଶା ଆଡ୍ଡା ପାଲଟିଲାଣି । ଗଞ୍ଜେଇ- ଡ୍ରଗ୍ସ- ବ୍ରାଉନ୍‌ସୁଗର ପରେ ଭୁବନେଶ୍ୱରରେ କୋକେନ୍‌ ଆଡ୍ଡା । ପ୍ରଥମଥର ପାଇଁ ଭୁବନେଶ୍ୱର ଜାଭିୟର ଛକ ନିକଟରୁ ଏକାଥରେ ୨୦୨ ଗ୍ରାମର କୋକେନ୍‌ ଧରାପଡ଼ିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ଦିଲ୍ଲୀର କୋକେନ ମାଫିଆଠାରୁ କୋକେନ କିଣୁଥିଲା ରବି । ରାଜସ୍ଥାନରେ ତାର ଗୋଟିଏ ହୋଟେଲ ଏବଂ ଦିଲ୍ଲୀରେ ଏକ ଟ୍ରାଭେଲ ବିଜନେସ୍‌ ବି ରହିଛି । ଦିଲ୍ଲୀରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସମୟରୁ ସେ କୋକେନ୍ ବିଜନେସ୍ କରି ଆସୁଥିଲା । ଦିଲ୍ଲୀ ପରେ ବଡ଼ ବଡ଼ ସହରରେ କୋକେନ୍ ବିକ୍ରି କରିବାକୁ ଯୋଜନା କରିଥିଲା ରବି ।