• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Kangaroo Court
ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ ! ମାଆ ପୁଅଙ୍କୁ ରାସ୍ତାରେ ଆଣ୍ଠୁଆ ବସାଇଲେ

କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍‌ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ ।

motu iic
ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ

ମାଲକାନଗିରି ମୋଟୁ ଥାନା IIC ଗିରଫ । ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ଆଇଆଇସିଙ୍କୁ ଗିରଫ କରାଯଇଥିବା ସୂଚନା ଦେଇଛି ।

Deadbody Found In Well
କାଲି ମିଳିଥିଲା ସ୍ତ୍ରୀ ଓ ୨ ଝିଅଙ୍କ ମୃତଦେହ, ଆଜି ମିଳିଲା ସ୍ୱାମୀର ମୃତଦେହ

ବ୍ରଜରାଜନଗରରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ମିଳିବା ଘଟଣାରେ ଟ୍ୱିଷ୍ଟ। ମା’ ଓ ୨ ଝିଅଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ମହିଳାଙ୍କ ସ୍ୱାମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Woman Beaten Up In Madhya Pradesh
ଟପିଗଲେ ସବୁ ସୀମା: ଅପହରଣ ପରେ ନିର୍ଦ୍ଧୁମ ପିଟିଲେ, ଶେଷରେ ଯୁବତୀଙ୍କ ଆଖିରେ ଢାଳି ଦେଲେ କେମିକାଲ୍‌

ପ୍ରଥମେ ଅପହରଣ ପରେ ନିର୍ଦ୍ଧୁମ ପିଟିଲେ, ଶେଷରେ ଆଖିରେ ଢାଳି ଦେଲେ କେମିକାଲ୍‌। ମଧ୍ୟପ୍ରଦେଶ ପାନ୍ନା ଜିଲ୍ଲାରେ ଏହି ଅମାନବୀୟ କାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଜଣେ ୨୧ ବର୍ଷୀୟ ଯୁବତୀ ଓ ତାଙ୍କ ଭାଇଙ୍କୁ ଅପହରଣ କରିବା ସେମାନଙ୍କୁ ନିର୍ଦ୍ଧୁମ ପିଟିବା ସହ ଯୁବତୀଙ୍କ ଆଖିରେ ଏସିଡ୍‌ ଭଳି କିଛି କେମିକାଲ୍‌ ଢାଳି ଦେଇଥିବା ଅଭିଯୋଗ ହୋଇଛି। 

NCRB
ବିଶେଷଜ୍ଞଙ୍କ ମତ, ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଯୋଗୁଁ ପରିବାରିକ ହିଂସା ବଢ଼ିଛି

ଝାରସୁଗୁଡ଼ା ବ୍ରଜରାଜନଗରରେ ମାଆ ଓ ଦୁଇ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ସ୍ୱାମୀ ନିଜ ପତ୍ନୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି ।

DRDO Info Leak
କାହାକୁ Hi.. ତ ଆଉ କାହାକୁ Love Uh.. କହି ବାୟା କରିଥିଲା ମାୟାବିନି

ରହସ୍ୟମୟୀ ଯୁବତୀର ରୋମାଞ୍ଚିତ ନାଟକ । ପ୍ରତିରକ୍ଷା କ୍ଷେତ୍ରର ଗୁପ୍ତ ତଥ୍ୟ ହାତେଇବାକୁ ନାନା ଫନ୍ଦି ଫିକର । ସୋସିଆଲ୍ ମିଡିଆରେ ଷଡ଼ଯନ୍ତ୍ରର ମାୟାଜାଲ ବିଛାଇ ଥିବା ରହସ୍ୟମୟୀ ଲେଡି କାହାକୁ Hi ଲେଖି ଯୋଡ଼ି ଦେଇଥିଲା ସମ୍ପର୍କ, ତ ଆଉ କାହାକୁ ଶିକାର କରୁଥିଲେ LOVE YOU କହି ।

DOG Death
ଗୁଲୁଗୁଲାରେ ବିଷ ଦେଇ ୨୦ କୁକୁରକୁ ମାରିଦେଲା ଜଳଖିଆ ଦୋକାନୀ !

ଜଳଖିଆ ଦୋକାନୀର ବର୍ବରକାଣ୍ଡ । ଜଳଖିଆ ଦୋକାନୀ ୫ ଦିନରେ ହତ୍ୟା କଲାଣି ୨୦ କୁକୁର । ଶଙ୍କରପୁର ଗାଁରେ କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ ହୋଇଛି । ଆଜି ସ୍ଥାନୀୟ ଅଞ୍ଚଳରୁ ୧୦ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧୦ କୁକୁରଙ୍କ ମୃତଦେହ ଉଦ୍ଧାର ପରେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।

Angel Piu
ଫେସ୍‌ବୁକ୍‌ର ଆଞ୍ଜେଲ ପିୟୁ ଗିରଫ, ଯୁବକଙ୍କୁ ପ୍ରସାଦ ଦେଇ ଘରୁ କରିଥିଲା ଲୁଟ୍‌

ପୋଲିସ କବ୍‌ଜାରେ ଆଞ୍ଜେଲ ପିୟୁ । ଫେସ୍‌ବୁକ୍‌ରେ ଜାଲ ବିଛାଇ ଯୁବକଙ୍କ ଘରୁ ଲୁଟ୍ ଘଟଣାରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ୍ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ।

Woman & Her Two Minor Daughters Found Dead
ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ

ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି।

DRDO Espionage Case
DRDO କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ପକାଉଥିବା ରହସ୍ୟମୟୀ ସମ୍ପର୍କରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ମାମଲା ଦିନକୁ ଦିନ ବିବାଦୀୟ ରୂପ ନେଉଛି। ତଦନ୍ତକାରୀ ଟିମ୍‌ ଯେତେ ଖୋଳୁଛି,  ସେତେ ନୂଆ ତଥ୍ୟ ହାତରେ ଲାଗୁଛି। ଏହି ଘଟଣାରେ  ଗିରଫ ୫ ଅଭିଯୁକ୍ତଙ୍କୁ ଚାଲିଛି ଜେରା ।

Bhubaneswar Bar
ମଦ ମାଂସ ଓ ଯୁବତୀଙ୍କ ନୃତ୍ୟରେ ରଙ୍ଗୀନ ରାଜଧାନୀର ରାତି, ଉଡୁଛି କୋଭିଡ୍ ନିୟମର ଧଜ୍ଜିଆ

ବିଳମ୍ବିତ ରାତି ଯାଏଁ ଚାଲୁଛି ନାଚଗୀତ, ମଉଜମସ୍ତି । ତେବେ ୧୭ ତାରିଖରେ ରେଡ୍ ପାଇଁ ଯାଇଥିବା ବିଏମ୍‌ସି କର୍ମଚାରୀଙ୍କ ଉପରେ ଆକ୍ରମଣ ପରେ ଆକ୍ସନମୋଡ୍‌ରେ ପୋଲିସ ।

Dangaria
ପୁରୁଣା ଟିଣ ଛପର ଘରେ ଫଳକ ମାରି ଲୁଟି ନେଲେ ଆବାସ ଟଙ୍କା ! ଆଦିମ ଜନଜାତିର ଲୋକେ ଜଳକା..

ମୁଣ୍ଡ ଉପରେ ଦଦରା ଟିଣ ଛପର ଛାତ । ପୁରୁଣା ମାଟି ଘରର କାନ୍ଥସବୁ ଫାଟି ଆଁ କଲାଣି । କିନ୍ତୁ ଘରର ମୁଖ୍ୟ ଦ୍ୱାର ନିକଟରେ ଲାଗିଛି ଚକାଚକ ସାଇନ୍ ବୋର୍ଡ । ଏହି ସାଇନ୍ ବୋର୍ଡକୁ ଭଲ କରି ଦେଖିଲେ ଆପଣଙ୍କ ମଥା ଘୁରିଯିବ ।

Chandipur Deal
ମନି ଆଉ ହନିଟ୍ରାପ୍‌ ପରେ ହେଉଥିଲା ଡିଲ୍‌, ବାୟୁସେନା ବି କରୁଛି ଜେରା

ଡିଆରଡିଓ ତଥ୍ୟ ପ୍ରଘଟ ମାମଲାରେ ଆସିଛି ଆରବୀୟ ଲିଙ୍କ୍ । ଦୁବାଇରୁ ଡିଲ୍ ହେଉଥିଲା, ଚାନ୍ଦିପୁରରୁ ତଥ୍ୟ ପ୍ରଘଟ ହେଉଥିଲା । ଟଙ୍କା ବିନିମୟରେ ସଉଦା ହେଉଥିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ୟ ।

ଚାନ୍ଦିପୁର ଆଇଟିଆରକୁ ଆସୁଛି ପାକିସ୍ତାନ ଟଙ୍କା
ଚାନ୍ଦିପୁର ଆଇଟିଆରକୁ ଆସୁଛି ପାକିସ୍ତାନ ଟଙ୍କା !

କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି, ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ।ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି।

Drowning Death
ଗିରଫ ଭୟରେ ନଦୀକୁ ଡେଇଁ ମଦ ବେପାରୀଙ୍କ ଜୀବନ ଗଲା

ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Miscreant
ଷ୍ଟୋନ୍‌ ମ୍ୟାନର ଦ୍ୱିତୀୟ ଟାର୍ଗେଟ୍‌ କିଏ?

ଜଣେ ସରକାରୀ ମଦ ଦୋକାନ ମାଲିକ ରାତିରେ ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ଆଉ ହତ୍ୟା ପରେ ଘଟଣାସ୍ଥଳରେ ରକ୍ତରେ ଆଉ ଜଣଙ୍କ ନାଁ ଲେଖିଦେଇଥିଲା ଦୁର୍ବୃତ୍ତ। ସେଠାରେ ଲେଖାଯାଇଥିବା ବ୍ୟକ୍ତି ଜଣକ ପରବର୍ତ୍ତୀ ଟାର୍ଗେଟ୍‌ ଅଛନ୍ତି ବୋଲି ଲଖାଯାଇଛି।

Love Crime
ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସ୍ଥାନ ସପ୍ତମ

ପୂର୍ବତନ ମହିଳା କମିଶନ ସଦସ୍ୟାଙ୍କ ମତରେ, ଯୁବ ସମାଜ ଏବେ ବାଟହୁଡ଼ା ହୋଇଛି। ଯୌଥ ପରିବାର ପରିବର୍ତ୍ତେ ଛୋଟ ପରିବାରରେ ରହଣୀ, ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଏଭଳି କାଣ୍ଡ ଭିଆଇବାରେ ସହଯୋଗ କରୁଛି।

Student Cut Hand
ଶୁଣିଲାନି କାଉନ୍‌ସିଲ ! ଶେଷରେ ହାତ କାଟି ଦେଲେ ଛାତ୍ରୀ

ସରକାରଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୧ ତାରିଖରୁ ୧୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଅଫ୍ ଲାଇନ ପରୀକ୍ଷା ହେବ। ତେବେ ଏତେ କମ୍ ସମୟ ଭିତରେ ପ୍ରସ୍ତୁତ ହେବା ସମ୍ବବପର ନୁହେଁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଏହା ସହ ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ କରିବାକୁ ଦାବି କରିଥିଲେ।

murder
ଚାଲିଛି ବିଦ୍ୟାଙ୍କ ମିଛ ଧରା ପରୀକ୍ଷା ! ବାହାରିବ କି ସତ ? 

ଡିଏଫ୍ଓଙ୍କୁ ସେ ଜାଣିଥିଲେ କି ନାହିଁ ? ସୌମ୍ୟ କିପରି ଭାବେ ଜଳିଗଲେ ?  ଘଟଣା ସଂପର୍କରେ କିଏ ପ୍ରଥମେ ଜଣାଇଥିଲା ? କାହାର ନିଷ୍ପତ୍ତି କ୍ରମେ ସୌମ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ?  ବୈବାହିକ ଜୀବନରେ କିଛି ବିବାଦ ଥିଲା କି ?  ମିଳିଥିବା ରିଲେସନସିପ୍ ଏଗ୍ରିମେଣ୍ଟ କଣ ସତ ନା ମିଛ ?  କିଏ ଏବଂ କେତେବେଳେ ସେହି ଏଗ୍ରିମେଣ୍ଟ କରିଥିଲା ? ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରା ଯାଇପାରେ ଲାଏ ଡିଟେକ୍ସନ ଟେଷ୍ଟ ବେଳେ । 

murder
ଶୋଇଥିଲା ବେଳେ ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା, ହତ୍ୟାକାଣ୍ଡ ସ୍ଥଳରେ ରକ୍ତରେ ଲେଖାଯାଇଛି ପରବର୍ତ୍ତୀ ଟାର୍ଗେଟ୍

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ବିନାୟକ ପ୍ରଧାନ । ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିବା ବେଳେ ବିନାୟକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି । 

bar seal
କୋଭିଡ୍ ନିୟମ ଉଲ୍ଲଂଘନ : କଟକଣା ଅବଧି ପରେ ବି ବାର୍-ରେଷ୍ଟୁରାଣ୍ଟରେ ଜମୁଛି ଆସର

ନର୍ଥ ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ସାଉଥ୍ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ନେତୃତ୍ୱରେ ବିଏମସି ସ୍କ୍ବାର୍ଡ ଚଢ଼ାଉ ପରେ ଏହି ଏହାକୁ ସିଲ୍ କରିଛନ୍ତି । ଚଢ଼ାଉ ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଥିବାର ଦେଖିବା ସହ ରାତି ସାଢ଼େ ୧୦ ଯାଏ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା ।

Bar Raid
ବିଏମ୍‌ସି ଅଫିସର୍‌ଙ୍କୁ ଲିପ୍ଟରେ ବନ୍ଦୀ କଲେ ବାର୍‌ କର୍ମଚାରୀ !

ଚଢାଉ ପାଇଁଁ ଯାଇଥିବା ଖୋଦ୍ ବିଏମସି ଜୋନାଲ ଡେପୁଟି କମିଶନର ଅଶୁମାନ ରଥଙ୍କ ସହ ଲିଫ୍ଟରେ ଫସିଗଲେ ଆଉ ଜଣେ ବିଏମସି ସ୍ୱାସ୍ଥ୍ୟ ଅଧିକାରୀ।ଏମିତିକି ଲିଫ୍ଟର ଥିବା ଏମର୍ଜେନ୍ସି ଆଲାର୍ମ ଦେବା ସତ୍ତ୍ୱେ ସେଥିରୁ ମଧ୍ୟ ପାୱାର ବନ୍ଦ କରିଦେଇଥିଲେ ବାର କର୍ମଚାରୀ। ଫଳରେ ୪୦ମିନିଟ୍ ଧରି ଲିଫ୍ଟରେ ଫସିରହିଲେ ଚଢାଉ କରିବାକୁ ଯାଇଥିବା ସ୍କ୍ୱାଡ୍। 

BJD leader Pranaya Sahoo
ବିଜେଡି ନେତା ପ୍ରଣୟ ସାହୁଙ୍କ ବିରୋଧରେ ମାମଲା

ଗତ ୧୬ ତାରିଖରେ ଗାଇସିଲେଟ୍ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଧମକ ଚମକ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଆଜି ମାମଲା ରୁଜୁ ହୋଇଥିବାବେଳେ ବରଗଡ଼ ଏସ୍‌ପି ରାହୁଲ ଜୈନ କହିଛନ୍ତି, ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି। 

Newly Married Woman Found Dead
ବିବାହର ୪ ମାସ ପରେ ନବବଧୂଙ୍କ ମୃତ୍ୟୁ, ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ଭଲ ପାଇ ବାହା ହୋଇଥିଲେ, ହେଲେ ଚାରି ମାସ ବି ତିଷ୍ଠି ପାରିଲାନି ପ୍ରେମ ବିବାହ। ବିବାହର ୪ ମାସ ପରେ ନବବଧୂଙ୍କ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ନବବଧୂଙ୍କ ମୃତଦେହ।

Youth killed By Miscreants
ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ ଲୋକେ

ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ହତ୍ୟା ପରେ ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ ଲୋକେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।