• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣା । ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ । ମାମଲା ରୁଜୁ ସହ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ । ଘଟଣା ସଂପର୍କରେ ବିସ୍ତୃତ ବିବରଣୀ ଦେବାକୁ କମିଶନରଙ୍କୁ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ । ପରବର୍ତ୍ତୀ ଶୁଣାଣି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ OHRC ।

ଅନ୍ୟପଟେ ଏହି ଘଟଣାରେ ପୂର୍ବରୁ ଥାନା ଅଧିକାରୀଙ୍କ ବଦଳି ହୋଇସାରିଛି । ବଡ଼ଗଡ଼ ଥାନାରେ ଥିବା ମାମଲାର ତଦନ୍ତକାରୀ ଅଧିକାରୀ ଏସ୍‌କେ ବେହେରାଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଜିଲ୍ଲା HRPC ସହ ସଂପୃକ୍ତ ଜଣେ ଇନ୍ସପେକ୍ଟର ରାଙ୍କର ଅଧତ୍କାରୀ ଏହି ମୃତ୍ୟୁ ମାମଲାର ତଦନ୍ତ କରିବେ ।

ପୋଷ୍ଟମର୍ଟମ ରିପୋର୍ଟ, ପାରିପାର୍ଶ୍ୱିକ ସ୍ଥିତି, ବୟାନ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ଏହି ତଦନ୍ତ ଚାଲିଛି । ପ୍ରଦୀପଙ୍କ ମୃତ୍ୟୁକୁ ନେଇ ପୋଲିସ୍‌କୁ ଦାୟୀ କରିଛନ୍ତି ପରିବାରଲୋକେ । ତେଣୁ ଏଦିଗରେ ବି ଖୋଳତାଡ଼ କରାଯିବ । NHRC ଗାଇଡ୍‌ଲାଇନ୍‌ରେ ମାମଲାର ତଦନ୍ତ ହେବ । ଏହାର ତଦାରଖ ଜଣେ ଅତିରିକ୍ତ ଡିସିପି ରାଙ୍କର ଅଧିକାରୀ କରିବେ ।

ଭୁବନେଶ୍ୱର ଡିସିପିଙ୍କୁ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦିଆଯିବ । ଏହି ରିପୋର୍ଟ NHRCକୁ ପ୍ରଦାନ କରିବେ ଡିସିପି । ତିନି ଦିନ ତଳେ ସାଇକେଲ ଚୋରି ଅଭିଯୋଗରେ ପ୍ରଦୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ପୋଲିସ୍ । ତେବେ ପୋଲିସ୍ ହେପାଜତରେ ତାଙ୍କ ମୃତ୍ୟୁ ହେବା ପରେ ଏନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ସେହି ସମାନ ଚେହେରାକୁ ପୋଲିସ ଗୋଟିଏ ପରିଚୟ ଦେଉଥିବା ବେଳେ ପରିବାର ଲୋକ ଅନ୍ୟ ଏକ ପରିଚୟ ଦେଉଛନ୍ତ ।