Accused Sani And Dipak
ଗଞ୍ଜେଇ କିଣିବାକୁ ନେଇ ହତ୍ୟାକାଣ୍ଡ। ଗଜପତି ମୋହନାରେ ଯୁବକଙ୍କୁ ହତ୍ୟା ମାମଲାରେ ଏହି ଖୁଲାସା କରିଛି ପୋଲିସ୍। ଦିଲ୍ଲୀ ପ୍ରେମନଗର ଅଞ୍ଚଳରୁ ଦୁଇ ଅଭିଯୁକ୍ତ ସନି ଦେବାସ ଓ ଦୀପକ ରାୟଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ କିଣିବାକୁ ନେଇ ଡିଲ୍ ଓ ପରବର୍ତ୍ତୀ ସମୟରେ ଏହାକୁ ନେଇ ବିବାଦ ହତ୍ୟାର କାରଣ ବୋଲି ପୋଲିସ୍ କହିଛି।
Advertisment
ମୁଖ୍ୟ ଅଭିଯୁକ୍ତ ଦୀପକଙ୍କଠୁ ଗଞ୍ଜେଇ କିଣିବାକୁ ଜୋସେଫ୍ ଡିଲ୍ କରିଥିଲେ। ଏବାବଦକୁ ୫୦ ହଜାର ଟଙ୍କା ଦେଇଥିଲେ। ତେବେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।
ଏହାକୁ ନେଇ ଗତ ୨୩ ତାରିଖ ଦିନ ଦୀପକ, ସନି ଓ ଅନ୍ୟ କିଛି ଯୁବକ ମିଶି ଜୋସେଫଙ୍କ ହାତ ଗୋଡ଼ ବାନ୍ଧି ହତ୍ୟା କରିଥିଲେ। ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଗଜପତି ଏସ୍ପି ସୂଚନା ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)