ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁନଃ ତଦନ୍ତ ଆରମ୍ଭ କଲା ଝାରସୁଗୁଡା ପୋଲିସ । ସୁରକ୍ଷା କର୍ମଚାରୀଙ୍କୁ ୬ ଘଣ୍ଟା ଜେରା ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ରହୁଥିବା କ୍ୱାର୍ଟର୍ସରେ ରୋଷେୟାଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ । ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟା ଓ ପରେ ରାତି ଅଧିଆ ବ୍ୟବଚ୍ଛେଦ ପଛର ରହସ୍ୟକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।