• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀରେ ଶିଶୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ । ୫ ଦିନ ଧରି ନିଖୋଜ ଥିବା ଜଣେ ନାବାଳିକାକୁ ପୋଲିସ ଉଦ୍ଧାର କରିଛି । ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିର ନାବାଳିକା ଜଣଙ୍କ ୫ଦିନ ତଳେ ନିଖୋଜ ହୋଇଯାଇଥିଲେ । ବହୁଖୋଜା ଖୋଜି ପରେ କିଛି ସୂଚନା ନ ମିଳିବା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା ।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ନାବାଳିକାଙ୍କୁ ଧରି ଜଣେ ବୁଲୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଏହାପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସେ ପିଲାକୁ ଚୋରି ପରେ ବିକ୍ରି କରିବାକୁ ଯୋଜନା କରିଥିବା କମିଶନରେଟ ପୋଲିସ ସୂଚନା ଦେଇଛି । ତେବେ ସେ କାହାକୁ ପିଲାଟିକୁ ବିକ୍ରି କରିଥାନ୍ତା, ଏଥିନିମନ୍ତେ କାହା ସହ ଯୋଗାଯୋଗ କରିଥିଲା, ଅଭିଯୁକ୍ତଜଣକ ପୂର୍ବରୁ ଏପରି ଘଟଣା ଘଟାଇଥିଲା, ନା ଏହା ପ୍ରଥମ ସେ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ପୁଲିସ୍‌।