• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Death Of ITI Student
ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ମହିଳା ହଷ୍ଟେଲକୁ ଖାଦ୍ୟ ପରଷିବା ପାଇଁ ପଠା ଯାଉଥିଲା !

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇ ପାଳି କରି ମହିଳା ହଷ୍ଟେଲକୁ ଖାଦ୍ୟ ପରଷିବା ପାଇଁ ପଠା ଯାଉଥିଲା ବୋଲି ମୃତ ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

Chit Fund Case
ଲୁଟେରା ଜନପ୍ରତିନିଧୀ: ଲୋକଙ୍କ ସେବା ବଦଳରେ ଲୋକଙ୍କୁ ଲୁଟୁଥିଲେ ପୂର୍ବତନ ବିଧାୟକ

ଦିନେ ଜନ ପ୍ରତିନିଧି ଥିଲେ, ହେଲେ ଏବେ ଜନତାଙ୍କ ଟଙ୍କା ଠକି ଚିଟଫଣ୍ଡ କେଳେଙ୍କାରୀ ଅଭିଯୁକ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ YSR କଂଗ୍ରେସର ପୂର୍ବତନ ବିଧାୟକ ଏମ୍.ଭି. ପ୍ରସାଦଙ୍କ ବିରୋଧରେ ଆସିଛି ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ

BJD MLA
ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିଲେ ଶାସକ ଦଳର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ପୁଣି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ସାମ୍ନାକୁ ଆସିଛି। ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ପିଟିଥିବା ନେଇ ଖବର ଆସିଛି

chit fund scam
ଚିଟଫଣ୍ଡ ଟଙ୍କା ଲୁଟି ଫିଲ୍ମ ଜଗତରେ ବିନିଯୋଗ କରୁଥିଲେ ପୂର୍ବତନ ବିଧାୟକ

ଚିଟଫଣ୍ଡ ଠକେଇର ଗିରଫ ହୋଇଥିବା ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କର ତେଲୁଗୁ ଫିଲ୍ମ ଲିଙ୍କ ଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କା ଗ୍ରାହକଙ୍କଠାରୁ ଠକି ସେ ତିଆରି କରୁଥିଲେ ଫିଲ୍ମ। 

bjp
କେନ୍ଦୁଝରରେ ନାବାଳିକାର ସନ୍ଦେହଜନକ ମୃତ୍ୟୁକୁ ମାମଲା : ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା କରି ପ୍ରଶ୍ନ ଉଠାଇଲା ବିଜେପି

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ପାରିପାର୍ଶିକ ସ୍ଥିତିରୁ ଏହା ଦୁଷ୍କର୍ମ ଏବଂ ହତ୍ୟା ବୋଲି କହିଛି ବିଜେପି । ବରିଷ୍ଠ ବିଜେପି ନେତା ମୂରଲୀ ମନୋହର ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦୁଝର ଏସପିଙ୍କୁ ଭେଟି ଏହି ଦାବି କରିଛନ୍ତି

Fake
ସରକାରୀ ଯୋଜନା ନାଁରେ ମେସେଜ ଆସୁଥିଲେ ହୋଇଯାଆନ୍ତୁ ସତର୍କ

ସାବଧାନ। ସରକାରୀ ଯୋଜନା ନାଁରେ ଆପଣଙ୍କ ପାଖକୁ କୌଣସି ମେସେଜ ଆସୁଛି କି। ଯଦି ହଁ, ତାହେଲେ ବିଳମ୍ୱ ନ ହୋଇଯାଆନ୍ତୁ ସତର୍କ। ଦେଶରେ ଏମିତି ମାମଲା ବଢିବା ପରେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛି ସରକାରୀ ଫ୍ୟାକ୍ଟ ଚେକ ଏଜେନ୍ସି

Rape Accused
ଗଣଦୁଷ୍କର୍ମ ଅଭିଯୁକ୍ତକୁ ଗାଧୋଇ ଦେଲା ପୋଲିସ୍

ଘଟଣାରେ ରାଉରକେଲା ଏସ୍‌ପି ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ଏଥିସହ ତଦନ୍ତକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଛନ୍ତି। ପୂର୍ବରୁ ମଧ୍ୟ ରାଉରକେଲାରେ ପୋଲିସ ହେପାଜତରୁ ଅପରାଧୀ ଖସିଯିବା ଘଟଣା ନଜରକୁ ଆସିଥିଲା।

ACF Soumya Ranjan Death Case
ବିଧାନସଭାରେ ଉଠିଲା ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: DFOଙ୍କୁ ସରକାର ଘଂଟ ଘୋଡ଼ାଉଥିବା କହିଲେ ପାରଳା ବିଧାୟକ

ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି।

police raid
ମାନସ ଦାସଙ୍କ ଘର ରେଡ୍

 ବହୁ ଚର୍ଚ୍ଚିତ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଗିରଫ ପରେ ପୋଲିସ ତାଙ୍କ ଘରେ ରେଡ୍ କରିଛି।  ଖୋର୍ଦ୍ଧା ପୋଲିସ୍ ମାନସଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି।

Ex MLA arrested
ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହେଲେ ପୂର୍ବତନ ବିଧାୟକ

ଚିଟଫଣ୍ଡ ଠକେଇର ଚେର ଓଡ଼ିଶାରୁ ଲମ୍ବିଛି ଆନ୍ଧ୍ର ଯାଏ। ଚିଣ୍ଡ ଫଣ୍ଡ ଦୁର୍ନୀତି ମାମଲାରେ  ଗିରଫ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ପୂର୍ବତନ ବିଧାୟକ ।

Couple Fighting
କୋର୍ଟ ଆଗରେ ସ୍ୱାମୀ-ସ୍ତ୍ରୀ ହାତାହାତି, ନିର୍ଯାତନାର କାହାଣୀ ବଖାଣିଲେ ଶୁଭାସିନୀ

ଆଜି ସ୍ୱାମୀ-ସ୍ତ୍ରୀ କୋର୍ଟରେ ପହଞ୍ଚି ଥିଲେ। ମାଜିଷ୍ଟ୍ରେଟ୍‌ ଉଭୟଙ୍କୁ ବୁଝାଉଥିଲେ। ଜୀବନକୁ ବିପଦ ରହିଛି ଦର୍ଶାଇ ସେ(ସିଦ୍ଧାର୍ଥ) ମାଜିଷ୍ଟ୍ରେଟ୍‌ଙ୍କ କୌଣସି କଥା ଶୁଣିବାର ନଥିଲେ। ତେବେ ଆଜି କୌଣସି ନିଷ୍କର୍ସ ବାହାରି ନପାରିବାରୁ ୨୯ ତାରିଖରେ ହାଜର ହେବାକୁ ମାଜିଷ୍ଟ୍ରେଟ୍‌ ପରାମର୍ଶ ଦେଇଥିଲେ। ପାରିବାରିକ ଅଦାଲତରୁ ବାହାରି ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Widow Killed
ଭାଇର ପ୍ରେମ ବିବାହ ପାଇଁ ଭଉଣୀର ଗଲା ଜୀବନ

ମହଙ୍ଗା ପଡ଼ିଲା ପ୍ରେମ ବିବାହ। ଭାଇ କଲା ପ୍ରେମ, ହେଲେ ଭଉଣୀର ଗଲା ଜୀବନ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁରେ ଏହି ଘଟଣା ଘଟିଛି।

Man Arrested For Blackmailing
ପ୍ରଥମେ ଶାରୀରିକ ସମ୍ପର୍କ ପରେ ବ୍ଲାକ୍‌ମେଲିଂ, ଶେଷରେ...

ବ୍ଲାକ୍‌ମେଲିଂର ନୂଆ ତରିକା। ପ୍ରଥମେ ଶାରୀରିକ ସମ୍ପର୍କ ଓ ପରେ ଘଟଣାର ଭିଡିଓ କରି ବ୍ଲାକ୍‌ମେଲିଂ। ଜଣେ ବିଉଟି ପାର୍ଲର ମାଲିକ ଓ ତାଙ୍କ ସ୍ତ୍ରୀ ଏପରି ଷଡ଼ଯନ୍ତ୍ର ରଚିଥିଲେ। 

Web Channel Journalists Arrested
ମହଙ୍ଗା ପଡ଼ିଲା ଶିକ୍ଷକଙ୍କୁ ଟଙ୍କା ମାଗିବା ଓ ଧମକ; ୨ ୱେବ୍‌ ସାମ୍ବାଦିକ ଗିରଫ

ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ୨ ଜଣ ୱେବ୍‌ ଚ୍ୟାନେଲ୍ ପ୍ରତିନିଧିଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି ଥିବାବେଳେ ଆଉ ଜଣେ ଫେରାର ଥିବା ସୂଚନା ମିଳିଛି।

Sex Racket
ଦେହ ବେପାରକୁ ଧରିବା ପାଇଁ ଗ୍ରାହକ ସାଜି ହୋଟେଲ୍‌ ଗଲେ ଆଇଆଇସି

ପ୍ରତି ଯୁବତୀଙ୍କ ରହିବା ଖାଇବାକୁ ଛାଡ଼ି ମାସକୁ ମୋଟା ଅଙ୍କର ଟଙ୍କା ମଧ୍ୟ ପାଉଥିଲେ ଯୁବତୀ । ସବୁ ଦିନ ଗ୍ରାହକଙ୍କ ଭିଡ଼ ଲାଗି ରହୁଥିଲା । ତେବେ ଓୟୋ ହୋଟେଲ୍ ଥିବାରୁ ସ୍ଥାନୀୟ ଲୋକ କିଛି ଟେର ପାଉନଥିଲେ। ଏମାନେ ପ୍ରତି ଗ୍ରାହକ ପିଛା ଘଣ୍ଟାକୁ ୩ରୁ ୪ ହଜାର ଟଙ୍କା ଲେଖାଏଁ ନେଉଥିଲେ।

Three Arrested In Photographer’s Death Case
ଫଟୋଗ୍ରାଫରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ପର୍ଦ୍ଦାଫାସ ହେଲା ମୃତ୍ୟୁ ରହସ୍ୟ

ଫଟୋଗ୍ରାଫର ବି.ରାଜକୁମାରଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପରକୀୟା ପ୍ରୀତିକୁ ନେଇ ରାଜକୁମାରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି।

Odisha
ପୁତ୍ର ହତ୍ୟା ଘଟଣା : ବାପା ଓ ସାବତ ମାଙ୍କୁ ଆଜୀବନ ଜେଲ୍ ଦଣ୍ଡ

ପୁତ୍ର ହତ୍ୟା ଘଟଣାରେ ବାପା ଓ ସାବତ ମାଙ୍କୁ ଆଜୀବନ ଜେଲ୍ । ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କେନ୍ଦୁଝର ଚମ୍ପୁଆ ଅତରିକ୍ତ ଜିଲ୍ଲା ଦୌରା ଜଜ୍ ଦୋଳ ଗୋବିନ୍ଦ ବାରିକ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ମୃତକର ସାବତ ଭାଇକୁ ମଧ୍ୟ ବର୍ଷେ ଜେଲ୍ ଦଣ୍ଡାଦେଶ ହୋଇଛି ।

Couple Found Dead
ଖଟ ଉପରେ ପଡ଼ିଛି ସ୍ତ୍ରୀର ମୃତଦେହ, ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀର ମୃତଦେହ

ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ସ୍ତ୍ରୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ପଞ୍ଚାୟତ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।

Sex Racket
ଓୟୋ ହୋଟେଲ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌

ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ପୋଲିସ ଏଠାରେ ରେଡ୍ କରିଥିଲା ଚଢାଉ ବେଳେ ଏଠାରୁ ମଦ ବୋତଲ, ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି। ତେବେ ଏହି ରାକେଟର ମୁଖ୍ୟ କୁହାଯାଉଥିବା ହୋଟେଲ ମାଲିକ ଫେରାର ହୋଇଯାଇଛନ୍ତି।

ACF death case
ରାତି ଅଧରେ ସୌମ୍ୟଙ୍କ ଘରକୁ ଡିଏଫ୍‌ଓ ଯିବା ମୁଁ ଦେଖିଛି: ଜଗୁଆଳି

ଏଲିଫ୍ୟାଣ୍ଟ ଗାର୍ଡ ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ ଗଙ୍ଗା। ପରବର୍ତ୍ତୀ ସମୟରେ ଡିଏଫ୍ଓଙ୍କ ଅଫିସ ସମେତ କ୍ୟାମ୍ପସରେ ଅସ୍ଥାୟୀ ରାତ୍ର ଜଗୁଆଳି ବନିଥିଲେ। ଏହି ସମୟରେ ସ୍ୱାମୀ ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀ ଯେତେବେଳେ ମର୍ଣ୍ଣି ୱାର୍କରେ ଯାଆନ୍ତି, ସେତେବେଳେ ଡିଏଫ୍ଓ ଛାତ ଉପରୁ ଅନାନ୍ତି ବୋଲି ବି କହିଛନ୍ତି ଗଙ୍ଗା। ଏସବୁ ଦେଖିଥିବାରୁ ତାଙ୍କୁ କିଛି ମାସ ତଳେ ଚାକିରିରୁ ବାହାର କରିଦିଆଯାଇଥିବା ନେଇ ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଗଙ୍ଗା।  

New Twist In Paralakhemundi ACF Death Case
ACF ସୌମ୍ୟଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ୍‌, ଚାଞ୍ଚଲ୍ୟକର ବୟାନ ଦେଲେ ଡିଏଫ୍‌ଙ୍କ ପୂର୍ବତନ ରାତ୍ରୀ ଜଗୁଆଳି

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ଆସିଛି। DFO ସଂଗ୍ରାମ ବେହେରାଙ୍କ ଅଫିସ୍‌ର ଜଣେ ପୂର୍ବତନ ରାତ୍ରୀ ଜଗୁଆଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। 

Murder In Angul
ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟି ପିଟି ମାରିଦେଲେ

ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ। ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।

vigilance raid on Sundergarh
ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ବିଇଓ, କିରାଣୀ

ଲାଞ୍ଚ ନେବାବେଳେ ଭିଜିିଲାନ୍ସ ଜାଲରେ ପଡ଼ିଲେ ଦୁଇ ସରକାରୀ କର୍ମଚାରୀ। ସେମାନେ ହେଲେ  ସୁନ୍ଦରଗଡ଼ ଜିଲ୍ଲା ହେମଗିରିର ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ। 

crime in telengana
ଜେଜେ ବାପାଙ୍କ ଶବକୁ ଫ୍ରିଜ ଭିତରେ ଲୁଚାଇ ରଖିଥିଲା ନାତି, ଦୁର୍ଗନ୍ଧ ଖୋଜିଖୋଜି ପହଞ୍ଚିଗଲା ପୋଲିସ

ଦୁର୍ଗନ୍ଧକୁ ଖୋଜି ଖୋଜି ଏକ ମୃତଦେହ ପାଖରେ ପହଞ୍ଚିଛି ପୋଲିସ। ଫ୍ରିଜ ଭିତରୁ ଜବତ କରିଛି ଏହି ମୃତ ଦେହ । ପୋଲିସ ଯାଞ୍ଚରୁ ଜଣାପଡ଼ିଛି, ନାତି ନିଜ ଜେଜେବାପାଙ୍କ ମୃତ ଦେହକୁ ଫ୍ରିଜ ଭିତରେ ରଖିଥିଲା। 

dutee chand
ଦୂତିଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଅଭିଯୋଗ; ସମ୍ପାଦକଙ୍କ ପରେ ଗିରଫ ହେଲେ ରିପୋର୍ଟର

ଅପମାନଜନକ ଖବର ପ୍ରସାରଣ କରିଥିବା  ଅଭିଯୋଗରେ ଗତକାଲି ୱେବ ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତ ଓ ଆଜି ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ  ।