/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650516371.jpg)
Doctor Demand Money for Childbirth
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ବିରୋଧରେ ଲାଞ୍ଚ ମାଗୁଥିବା ଅଭିଯୋଗ ଆଣିଲେ ରୋଗୀଙ୍କ ସଂପର୍କୀୟ । ପ୍ରସବ କରାଇ ଦେବା ଲାଗି ରୋଗୀଙ୍କୁ ୩ ହଜାରରୁ ୪ ହଜାର ମାଗିଥିବା ନେଇ ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କୀୟ । ଏ ନେଇ କିଛି ରୋଗୀଙ୍କ ସଂପର୍କୀୟ, ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବୀ ସିଡିଏମ୍ଓଙ୍କୁ ଦାବି ପତ୍ର ଦେଇଛନ୍ତି ।
Advertisment
କେବଳ ଏତିକି ନୁହଁ, ଡାକ୍ତର ଜଣଙ୍କ ନିଜ କ୍ୱାର୍ଟରରେ ଚିକିତ୍ସା କରି ରୋଗୀଙ୍କଠାରୁ ଫିସ୍ ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଡାକ୍ତର ପ୍ରଦ୍ୟୁମ୍ନ ସାହୁଙ୍କ ପଚାରାଯିବାରୁ ସେ କିଛି କହିନାହାଁନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର । ଏ ସଂପର୍କରେ ଡାକ୍ତରଙ୍କୁ ତାଗିଦ କରାଯାଇଛି । ଯଦି କେହି ଲାଞ୍ଚ ନେଇଥାଏ ତେବେ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)