Advertisment

ଇଏ କେମିତିକା ପୁଅ, ମଦ ନିଶାରେ ମା'କୁ ହାଣିଲା

ମଦ ନିଶା ଆଗରେ ହାରିଗଲା ମା’ର ମମତା। ଯିଏ ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା, ଶେଷରେ ମଦ ନିଶାରେ ଚୁର ହୋଇ ତାକୁ ହିଁ କୁରାଢ଼ିରେ ହାଣି ଦେଲା ପୁଅ।

author-image
Otv Khabar Bureau
Son killed Mother

Son killed Mother

ମାଆକୁ ହାଣିଲା ପୁଅ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚାକୁଳିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହତ୍ୟାକାରୀ ପୁଅ ହେଲେ ଲୋସ ହେମ୍ବ୍ରମ୍ । ସେ ନିଜ ମା ଗୁରୁବାରି ହେମ୍ବ୍ରମ୍‌ଙ୍କୁ କୁରାଢିରେ ହାଣିଥିବାର ସୂଚନା ମିଳିଛି । ରାସଗୋବିନ୍ଦପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅଭିୟୁକ୍ତ ପୁଅକୁ ଗିରଫ କରିଛନ୍ତି ।

Advertisment

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରୋଇ ବଚସାକୁ ନେଇ ନିଶାସକ୍ତ ପୁଅ ପାଖରେ ଥିବା ଧାରୁଆ କୁରାଢ଼ିରେ ମାର ମୁଣ୍ଡ ଉପରକୁ ଆକ୍ରମଣ କରିଥିଲା । ଫଳରେ ମାଆର ମୃତ୍ୟୁ ହୋଇଥିଲା । ଆଜି ସକାଳୁ ଗ୍ରାମବାସୀ ଏନେଇ ପୋଲିସକୁ ଖବର ଦେଇଥିଲେ । ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ଘଟଣା ସ୍ଥଳରୁ କୁରାଢ଼ି ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ରାସଗୋବିନ୍ଦପୁର ପୋଲିସ୍ ।

Crime Son Kill Mother
Advertisment
Advertisment