Advertisment

ଲୁଟେରାଙ୍କ ଟାର୍ଗେଟରେ ସୁନା ବ୍ୟବସାୟୀ, ୨ ମାସରେ ତିନି ସୁନା ବ୍ୟବସାୟୀଙ୍କୁ ଟାର୍ଗେଟ୍

ଲୁଟେରାଙ୍କ ଗନ୍ ପଏଣ୍ଟରେ ଗହଣା ବ୍ୟବସାୟୀ । ସହରର ଭିତରେ ହେଉ ଅବା ଉପକଣ୍ଠ, ତିନି ତିନି ଜଣ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟ ହେଲା , ମାତ୍ର ଲୁଟେରାଙ୍କ ଟେର ପାଉନି ପୋଲିସ । ଏହା ପଛର କାରଣ କଣ ? ଅପରାଧୀଙ୍କ ଗୁପ୍ତତଥ୍ୟ ରଖିବାରେ ଫେଲ ମାରୁଛି କି ପୋଲିସ? ଅନଭିଜ୍ଞ ଅଫିସରଙ୍କ ଫାଇଦା ଉଠାଇଛନ୍ତି କି ଲୁଟେରା ? ବାରମ୍ବାର ବିଫଳତାର ସ୍ୱାଦ ଚାଖିଥିବା କମିଶନରେଟ ପୋଲିସ ଆଗରେ ଏବେ ଏଭଳି ଅନେକ ପ୍ରଶ୍ନ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Looting from gold traders by showing guns

Looting from gold traders by showing guns

ଆଉ କରିବିନି ସୁନା ବ୍ୟବସାୟ। ବେପାର ନହେଲେ ନାଇଁ ଜୀବନ ବଞ୍ଚିଯାଉ । ମାସକ ଭିତରେ ଗୋଟିଏ ପରିବାର ଦୁଇ ଭାଇଙ୍କୁ ଲୁଟେରା ଟାର୍ଗେଟ କରି ଲୁଟ ପରେ, ପୋଲିସର କାର୍ଯ୍ୟକାରିତା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ପରିବାର ଲୋକ  କହିଛନ୍ତି, ପୋଲିସ ତ ନିଦରେ ଶୋଇଛି, ‌ଆଉ ସୁରକ୍ଷା ଦେବ କିଏ ? ଲୁଟ୍ ପୂର୍ବରୁ ପୁଅକୁ ଗୁଳି କଲେ, ସେତେ ବେଳେ ପୋଲିସ କେଉଁଠି ଥିଲା । ଦିନ ଗଡୁଛି ହେଲେ ଲୁଟେରାଙ୍କ ଟେର ପାଉନି ପୋଲିସ । ଯାହା ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି ବୋଲି କହିଛନ୍ତି ଲୁଟ୍‌ର ଶିକାର ପରିବାର ।

Advertisment

ଦୁଇମାସର ବ୍ୟବଧାନରେ ତିନି ସୁନା ବ୍ୟବସାୟୀଙ୍କୁ ଗନ୍ ପଏଣ୍ଟରେ ଟାର୍ଗେଟ୍ । ମାର୍ଚ ୧୬, ଗହଣା ବ୍ୟବସାୟୀଙ୍କୁ ଦିନ ଦ୍ୱିପ୍ରହରରେ ଲୁଟ୍ ଗୁଳିମାଡ଼ କରି ୧୪ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ କରି ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ । ଗଲା ବେଳେ ଲୁଟେରା ବାଇକ ଛାଡି ଫେରାର ମାରିଲା । ପୁରା ଘଟଣାର ସିସିଟିଭି ଫୁଟେଜ ଥିବା ସତ୍ତ୍ୱେ ଟେର ପାଇଲାନି ପୋଲିସ।

ଏପ୍ରିଲ ୨୩, ଖଣ୍ଡଗିରି ଡେଲଟା ଛକରେ ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ୬ ଲକ୍ଷ ଲୁଟ୍ ହୋଇଥିଲା। ଦିନକ ପରେ ଅର୍ଥାତ ଏପ୍ରିଲ ୨୪ ଜାଆଁଳାରେ ସୁନା ବ୍ୟବସାୟୀ ବାପା-ପୁଅଙ୍କୁ ୮ ରାଉଣ୍ଡ ଫାୟରିଂ କରାଯିଥିଲା, ତେବେ ସେଥିରୁ ବାପା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପୁଅକୁ ବାଜିଛି ଗୁଳି । ଉପକଣ୍ଠରେ ଉତପାତ କରୁଥିବା ଲୁଟେରା ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇ ଚାଲିଥିବା ବେଳେ, ପୋଲିସକୁ ଦେଇଛନ୍ତି ଖୋଲା ଚାଲେଞ୍ଜ।

Advertisment

ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି ରାଜଧାନୀ ଉପକଣ୍ଠରେ ମାତିଥିବା ଲୁଟେରା। ଏଠି ପ୍ରଶ୍ନ ଉଠୁଚି, ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିବା ଗ୍ୟାଙ୍ଗକୁ କେବେ ଧରିବ ପୋଲିସ ? ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଏବେ ସମସ୍ତଙ୍କ ନଜର ।

Bhubaneswar Looting From Gold Traders
Advertisment
Advertisment