ମେ ୧୩ ତାରିଖରେ ଧୂମଧାମରେ ହୋଇଥାନ୍ତା ବିବାହ। ପରସ୍ପରକୁ ଜୀବନ ସାଥୀ କରି ସାତ ଜନ୍ମ ପାଇଁ ଶପଥ ନେଇଥାନ୍ତେ ଉଭୟ ପତି-ପତ୍ନୀ। ହେଲେ ବ୍ୟବସାୟିକ ଶତ୍ରୁତାରୁ ଭାବି ସ୍ୱାମୀଙ୍କୁ ହତ୍ୟା ପରେ ନିୟତିର ଏ ନିଷ୍ଠୁର ବିଚାରକୁ ସହଜେ ଗ୍ରହଣ କରିପାରିଲେନି ଭାବି ପତ୍ନୀ। ସ୍ବାମୀ ବୋଲି ହୃଦୟରେ ଗ୍ରହଣ କରିସାରିଥିବା ମନର ମଣିଷକୁ ହରାଇ ମୃତ୍ୟୁର ୩ ଦିନ ପରେ ଶେଷରେ ବିଷ ପିଇ ଜୀବନ ହାରିଛନ୍ତି। ଗଞ୍ଜାମ ଛତ୍ରପୁର ଥାନା ହଂସପୁର ଗାଁର ଏ ଘଟଣା ଦୁଇ ଦୁଇଟି ପରିବାରକୁ ଶୋକ ସାଗରରେ ବୁଡାଇ ଦେଇଛି।
Published: Chandan Shishu
Last updated: 25 April 2022, 09:05 PM IST
ଢେଙ୍କାନାଳରେ ଚାଞ୍ଚଲ୍ୟକର ଘଟଣା । ଶୋଇଥିବା ବେଳେ ଜଣେ ଫାର୍ମ ହାଉସ୍ ମାଲିକଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ।