Advertisment

ପକ୍ଷାଘାତରେ ପୀଡିତ ସ୍ତ୍ରୀକୁ ପୋଖରୀରେ ବୁଡେଇ ମାରିଦେଲା ପିଶାଚ ସ୍ୱାମୀ

ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Husband killed Wife

Husband killed Wife

ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ପୋଖରୀରେ ନିଜ ସ୍ତ୍ରୀକୁ ଜିଅନ୍ତା ବୁଡ଼େଇ ମାରିଲା ରାକ୍ଷସ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଂଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ। ଗାଁର ଦିଲ୍ଲୀପ ବେହେରା ନିଜ ୪୦ ବର୍ଷିୟା ସ୍ତ୍ରୀ ଲକ୍ଷ୍ମୀ ବେହେରାକୁ ଗାଁ ପୋଖରୀରେ ବୁଡ଼େଇ ମାରିଥିବା ନେଇ ପରଜଙ୍ଗ ଥାନାରେ ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁଯାୟୀ ଲକ୍ଷ୍ମୀ କିଛି ମାସ ହେବ ପକ୍ଷାଘାତ ରୋଗରେ ପୀଡିତ ଥିଲେ। ଆଜି ଦିଲ୍ଲୀପ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପୋଖରୀକୁ ଗାଧୋଇବାକୁ ନେଇଥିଲେ। ନିଜ ପୁଅକୁ ଶହେ ଟଙ୍କା ଦେଇ ଦୋକାନରୁ ଖାଇବାକୁ କହି ବାହାରକୁ ପଠେଇ ଦେଇଥିଲେ। ପରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପୋଖରୀ ପାଣିରେ ବୁଡ଼େଇ ମାରିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ।

ପାରିପାର୍ଶିକ ଅବସ୍ଥାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ତେବେ ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏସଡିପିଓ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି। ଏନେଇ ମୃତକଙ୍କ ଭାଉଜ ନଳିନୀ ବିଶ୍ୱାଳ କହିଛନ୍ତି ଯେ ସେ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ। ଘରେ  କେହି ନଥିଲେ। ସ୍ୱାମୀ ହିଁ ତାଙ୍କୁ ହତ୍ୟା କରିଛନ୍ତି।

Advertisment

ସେହିପରି କୁଆଳୋ ସରପଞ୍ଚ ଅଜିତ କୁମାର ସାହୁ କହିଛନ୍ତି ଯେ ଗାଁର ଏକ ପୋଖରୀରେ ମୃତଦେହ ଭାସୁଥିବା ନେଇ ମୋ ପାଖକୁ ଫୋନ୍‌ ଆସିଥିଲା।ସଂଗେସଂଗେ ମୁଁ ପୋଲିସକୁ ଖବର ଦେଇଥିଲି। ପୁଅକୁ ଜବରଦସ୍ତି ଦିଲ୍ଲିପ ମାର୍କେଟ ପଠେଇଛି। ସ୍ତ୍ରୀ ଲକ୍ଷ୍ମୀ ଚାଲିପାରୁନଥିବା ସତ୍ତ୍ୱେ ପୋଖରୀକୁ ଗଲା କେମିତି? ସ୍ୱାମୀ ମାରିଥିବା ନେଇ ଆମେ ସନ୍ଦେହ କରୁଛୁ।  

ରିପୋର୍ଟ: ବିଦ୍ୟାଧର ବରାଳ

Husband Killed Wife
Advertisment
Advertisment