Advertisment

'ମୋ ସହ ୨ ବର୍ଷ ସମ୍ପର୍କ ରଖି ଛାଡିଦେଲେ, ସବୁ ପ୍ରମାଣ ରଖିଛି'

ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ

author-image
Chandan Shishu
Accused Actor Arrested

Accused Actor Arrested

ଗିରଫ ହେଲେ ଓଡ଼ଇା ଟିଭି ସିରିଏଲ ଅଭିନେତା ଏମ୍ ସୁମନ କୁମାର ଓରଫ୍ ମିଲନ ମହାରଣା। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ ସୁମନ। ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିବାହ ନ କରି ଧୋକ୍କା ଦେଇଥିବା ପାହାଳ ଥାନାରେ ଅଭିଯୋଗ କରିଥିଲେ ଜଣେ ଯୁବତୀ। ଯୁବତୀଙ୍କ ଅଭିଯୋଗ ଆଧାରରେ ସୁମନଙ୍କୁ ଥାନା ଡାକି ଜେରା କରିଥିଲା ପୋଲିସ। ପରେ ତାଙ୍କୁ ଅଟକ ରଖିବା ପରେ ଗିରଫ କରାଯାଇଥିବା ଜଣାପଡ଼ିଛି।

Advertisment

ଏନେଇ ଯୁବତୀ ଜଣକ କହିଛନ୍ତି ଯେ ମିଲନ ମହାରଣାଙ୍କ ସହ ମୋର ୨ ବର୍ଷ ସମ୍ପର୍କ ରହିଛି। ମୋ ସହିତ ସେ ପ୍ରେମ ସମ୍ପର୍କ ରଖିଥିଲେ। ଆମେ ଦୁହେଁ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଆସୁଥିଲୁ। ସେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏବେ ମୋତେ ଆଭଏଡ୍‌ କରୁଛନ୍ତି। କିଛି ଦିନ ହେବ, ସେ ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଆସୁଛନ୍ତି।

ସେଥିପାଇଁ ମୋତେ ବିବାହ କରିବାକୁ ସେ ମନା କରୁଛନ୍ତି। ମୋ ପୂର୍ବରୁ ସେ ଅନେକ ଝିଅଙ୍କ ସହିତ ରହିଛନ୍ତି। ସେ ମୋର ଗାଡ଼ି କିଣିବା ପାଇଁ ୨ ଲକ୍ଷ ଟଙ୍କା ନେଇଥିଲେ।  ପୂର୍ବରୁ ବୁଲେଟ୍‌ କିଣିବା ପାଇଁ ମୋ ପାଖରୁ ଟଙ୍କା ନେଇଥିଲେ। ଏହାର ପ୍ରମାଣ ମଧ୍ୟ ମୋ ପାଖରେ ଅଛି। ମୁଁ ମଧ୍ୟ ପୋଲିସକୁ ଜଣାଇଛି।  

Advertisment
Serial Actor Arrested
Advertisment
Advertisment