ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ। ଚାନ୍ଦବାଲିରେ ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଛି।
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଟଙ୍କା ବଣ୍ଟା ସନ୍ଦେହରେ ଉତ୍ତେଜନା ଓ ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ଆକ୍ସନ । ସମ୍ପାରୁ ପଞ୍ଚାୟତ କାଦୁଅମାଗୁରା ଗାଁରୁ ୪ ଜଣଙ୍କୁ ଉଠାଇ ନେଲା ପୋଲିସ।
କଟକ ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା । ବିଜେଡି ଓ କଂଗ୍ରେସ ସମର୍ଥକ ଏବଂ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।
ଭାପୁର ବ୍ଲକ ଭଗବାନପୁର ଓ ଖଣ୍ଡପଡା ବ୍ଲକର ବିରିଡି ଗାଁରେ ଏହି ଘଟଣା ଘଟିଛି। ଖଣ୍ଡା ଓ ଠେଙ୍ଗା ଧରି ଆତଙ୍କରାଜ ଖେଳାଇଥିଲେ ଦୁର୍ବୃତ୍ତ। ଘର ବାହାରେ ରହି ଲୋକଙ୍କୁ ଧମକଚମକ ଦିଆଯାଉଛି। ବିଜେଡିକୁ ଭୋଟ୍ ନଦେଲେ ସଂଘବଦ୍ଧ ହତ୍ୟା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।
ପିପିଲିରେ ସମିତି ସଭ୍ୟଙ୍କୁ ମାଡ଼ । ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କୁ ଆକ୍ରମଣ, ୩ ଅଟକ । ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ।
ଘଷିପୁରାରେ ନିର୍ବାଚନୀ ହିଂସା । ସୌମ୍ୟଙ୍କ ସମର୍ଥକଙ୍କୁ ବଦ୍ରିଙ୍କ ସମର୍ଥକଙ୍କ ମାଡ଼ ଅଭିଯୋଗ । ଗତକାଲି ଜଣେ ବ୍ୟକ୍ତିଙ୍କୁ ଦେଖା କରିଥିଲେ ସୌମ୍ୟ । ସଂପୃକ୍ତ ବ୍ୟକ୍ତିଙ୍କୁ ବଦ୍ରି ପାତ୍ରଙ୍କ ସମର୍ଥକ ଆକ୍ରମଣ ଅଭିଯୋଗ ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଅନେକ ସ୍ଥାନରେ ସଂଘଟିତ ହିଂସା ଏବଂ ବିଶୃଙ୍ଖଳାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ଲୋଇସିଂହା ୧୦୮ ନମ୍ବର ବୁଥରେ ସବୁ ସୀମା ଟପିଯାଇଥିଲା ବିଶୃଙ୍ଖଳା ।
କିଛି ଭୋଟରଙ୍କୁ ଧରି ଅଟୋ ଚାଳକ ଯିବାବେଳେ ହତ୍ୟା କରାଯାଇଥିବା ସୂଚନା । ତେବେ କେଉଁମାନେ ହତ୍ୟା କରିଛନ୍ତି ଏବଂ ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।
ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT । ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ ଏସ୍ଆଇଟି ।
ବିଜେପି ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶଙ୍କ କହିବା ଅନୁସାରେ ଗତକାଲି ରାତିରେ ରାଣୀଙ୍କ ବଙ୍ଗଳାରେ ଭୋଜିଭାତ ଚାଲିଥିଲା । ଆଉ ସେଠାରୁ ହିଂସାକାଣ୍ଡ ଲାଗି ଯୋଜନା ହୋଇଥିଲା ।
ପୋଲିସ ଗାଡ଼ିକୁ ଘେରିବା ସହ ଗାଡ଼ି ଉପରକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କରିଛନ୍ତି ଲୋକ । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍ର କାଚ ଭାଙ୍ଗିଛି ।
ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ । ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।
ବିଜେପିରେ ଭୋଟ ଦେବା ଓ ବିଜେପିକୁ ସମର୍ଥନ କରି ପ୍ରଚାରରେ ବୁଲିବାରୁ ଗାଁ ଦାଣ୍ଡକୁ ଡାକି କଙ୍ଗାରୁ କୋର୍ଟ ଦ୍ୱାରା ଜରିମାନା ଆଦାୟ କରାଯାଇଛି।
ଖଲ୍ଲିକୋଟ୍ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ନେଇ ଅଭିଯୋଗ ହୋଇଥିଲା । ଗାଁରେ ବିଜେପି କର୍ମୀ ବ୍ୟାନର ମାରୁଥିବା ଏହାକୁ ବିରୋଧ କରି ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା ।
ଭୋଜି ହେଲା କାଳ । ଭୋଜି ଖାଇବାକୁ ଡାକିନେଇ ପୂର୍ବତନ ୱାର୍ଡମେମ୍ବରଙ୍କୁ ନୃଶଂସ ଭାବେ ପିଟିପିଟି ମାରିଦେଲେ ୪ ଦୃର୍ବୁତ୍ତ ।
ପଞ୍ଚାୟତ ଭୋଟ୍ କେବେଠୁ ସରିଲାଣି, ହେଲେ ଥମୁନି ନିର୍ବାଚନୀ ପର ହିଂସା । ଭିତରେ ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁରେ ଯେମିତି ଘିଅ ସଦୃଶ ହୋଇଛି ଗତକାଲିର ହୋଲିଖେଳ । ଘନ ଘନ ବୋମାମାଡ଼ ସାଙ୍ଗକୁ ଗୁଳିକାଣ୍ଡରେ ପୁଣି ଅଶାନ୍ତ ହୋଇଛି ବ୍ରହ୍ମଗିରିର ଦଣ୍ଡୁଆସି ଗାଁ ।
ହୋଲି ଖେଳ ପରେ ପରେ ରାଜନୈତିକ ହିଁସାକାଣ୍ଡ, ଘରଭଙ୍ଗାରୁଜା,ଲୁଟ ଅଭିଯୋଗ ।
ଶେଷ ପର୍ଯ୍ୟାୟ ମତଦାନ ସମୟରେ ହିଂସା । ନିଆଳି ବ୍ଲକ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ବୁଥ ଜବରଦଖଲ ଅଭିଯୋଗ ପରେ ୯ଟି ବୁଥରେ ଭୋଟଗ୍ରହଣ ବନ୍ଦ ରହିଛି ।
ଏଥର ପଞ୍ଚାୟତ ନିର୍ବାଚନରେ ବଢିଛି ହିଂସା। କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଇନର ଶାସନ ହୁଗୁଳି ଗଲା ଭଳି ଜଣାପଡୁଛି। ଆଇନକୁ ହାତକୁ ନେବାକୁ ଟିକିଏ ବି ଡର ଭୟ ନାହିଁ ଏମାନଙ୍କର। ଏମାନଙ୍କ ପଛରେ କିଏ ? କେମିତି ହୋଇଛନ୍ତି ବଳିୟାନ୍?
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରାକ୍ ନିର୍ବାଚନୀ ହିଂସା । କଟକ ଚୌଦ୍ଵାର ଥାନା ଅନ୍ତର୍ଗତ ବଡସାମନ୍ତପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଛନ୍ତି ।
ବଲାଙ୍ଗିର : ବଲାଙ୍ଗିରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଦୁଇ ଦିନିଆ ଓଡିଶା ଗସ୍ତର ଶେଷ ଦିନରେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆୟୋଜିତ ବିଜେପି ଯୁବମୋର୍ଚ୍ଚା ସମାବେଶରେ ଯୋଗଦେଇ ଅମିତ ଶାହା ‘ମିଶନ ୧୨୦’ ଉପରେ ଉତ୍ତର ରଖିଛନ୍ତି। କାଲି ୧୨୦ କଥା କହି ନଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇନଥିଲା। ୧୨୦ କଥା କହିନଥିଲି, କାରଣ ତାଠାରୁ ଅଧିକ ହେବା ଦିଶୁଛି ବୋଲି ଶାହା ଆଜି ସଫେଇ ଦେଇଛନ୍ତି। ସେହିଭଳି ବିଜେପି ଯୁବକର୍ମୀଙ୍କ […]