• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକ ବଡ଼ ମେଡିକାଲରେ ରୋଗୀ ମୃତ୍ୟୁରୁ ଉତ୍ତେଜନା । ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ଗଣ୍ଡଗୋଳ । ଡାକ୍ତରଙ୍କ ମାଡ଼ରେ ଜଣେ ରୋଗୀ ସମ୍ପର୍କୀୟ ଆହତ ହୋଇଛନ୍ତି । ଏହାପରେ ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ହୋଇଛି । ସେପଟେ ଡାକ୍ତର ଜଣକ ମଧ୍ୟ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାୟୀ ପୁରୀ ଅଞ୍ଚଳର ଜଣେ ରୋଗୀ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କ ମୃତ୍ୟୁ ପରେ ଚିକିତ୍ସା ଅବହେଳର ଅଭିଯୋଗ ଆଣିଥିଲେ ତାଙ୍କ ପରିବାର ଲୋକେ । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଡାକ୍ତର ଓ ରୋଗୀ ସଂପର୍କୀୟ ।

ଏସସିବି ମେଡିକାଲ ମେଡିସିନ ୱାର୍ଡରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ମୁହାଁମୁହିଁ ହୋଇଥିଲେ ରୋଗୀ ସଂପର୍କୀୟ ଓ ଡାକ୍ତର । ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ କରିବାରୁ ରୋଗୀଙ୍କ ସଂପର୍କୀୟଙ୍କୁ ଗୋଟିଏ ଘରେ ପୁରାଇ କବାଟ ବନ୍ଦ କରିଦେବା ସହ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏପରକି ଡାକ୍ତରଙ୍କ କବଳରୁ ରୋଗୀଙ୍କ ସଂପର୍କୀୟଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ବି ଆକ୍ରୋଶର ଶିକାର ହୋଇଛି । ଏନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିବା ବେଳେ, ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୁରୀ ବ୍ରହ୍ମଗିରି ଅଞ୍ଚଳର ମହିଳା ଜଣକ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଥିଲେ । ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ଅବହେଳା ଅଭିଯୋଗ ଆଣିବାରୁ ଡାକ୍ତର ମାନେ ସଂଘବଦ୍ଧ ଆକ୍ରମଣ କରିଥିବା କହିଛନ୍ତି ଆକ୍ରମଣର ଶିକାର ରୋଗୀଙ୍କ ସଂପର୍କୀୟ । ସେପଟେ ଡାକ୍ତରଙ୍କ କବଳରୁ ଉଦ୍ଧାର ପରେ ରୋଗୀଙ୍କ ସଂପର୍କୀୟଙ୍କ ଚିକିତ୍ସା କରିବା ସହ ମୃତଦେହ ହସ୍ତାନ୍ତର କରିଥିଲା ପୋଲିସ ।

ରୋଗୀଙ୍କ ସଂପର୍କୀୟଙ୍କ ଦ୍ୱାରା ଚିକିତ୍ସା ଅବହେଳା ନୂଆ ନୁହେଁ । ମାତ୍ର ଡାକ୍ତରଙ୍କ ଏଭଳି ଆଚରଣ କେବେବି ଗ୍ରହଣୀୟ ନୁହେଁ । ତେବେ ପୋଲିସର ତଦନ୍ତର ଦିଗ କେଉଁ ଆଡେ ଯାଉଛି ତାହା ଦେଖିବାକୁ ବାକି ରହିଲା ।