Advertisment

ସ୍କୁଲ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଛାତ୍ରୀ

ସ୍କୁଲ ଯାଉଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତର ଚୁଲିମାଳ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Class 10 girl student was on her way to school reportedly to bring admit card for the upcoming board

Class 10 girl student was on her way to school reportedly to bring admit card for the upcoming board

ସ୍କୁଲ ଯାଉଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତର ଚୁଲିମାଳ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା । ଛାତ୍ରୀ ଜଣକ ହେଲେ ଦଶମ ଶ୍ରେଣୀର ସ୍ୱାଗତିକା ବାଗ ।

Advertisment

ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସେ ଆାଜି ଭଣ୍ଡାର ହାଇସ୍କୁଲକୁ ଆଡ୍‌ମିଟ୍‌ କାର୍ଡ ନେବାକୁ ଯାଉଥିଲା ବେଳେ ତାଙ୍କ ଦାଦାଙ୍କୁ କିଛି ଲୋକ ଆକ୍ରମଣ କରୁଥିବା ଦେଖିଥିଲେ । ଏହା ଦେଖି ସେ ଦାଦାଙ୍କୁ ବଞ୍ଚାଇବାକୁ ଯିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀଙ୍କ ଠେଙ୍ଗା ମାଡ଼ରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବାର ସନ୍ଦେହ କରାଯାଉଛି । 

Advertisment
Minor Girl Sonepur Crimes In Odisha
Advertisment
Advertisment