Advertisment

ଭୋଜି ଖାଇବାକୁ ଡାକିନେଇ ପିଟିପିଟି ମାରିଦେଲେ !

ଭୋଜି ହେଲା କାଳ । ଭୋଜି ଖାଇବାକୁ ଡାକିନେଇ ପୂର୍ବତନ ୱାର୍ଡମେମ୍ବରଙ୍କୁ ନୃଶଂସ ଭାବେ ପିଟିପିଟି ମାରିଦେଲେ ୪ ଦୃର୍ବୁତ୍ତ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
 Former ward member of Manoharpur village beaten to death with iron rods allegedly by four miscreant

Former ward member of Manoharpur village beaten to death with iron rods allegedly by four miscreant

ଭୋଜି ହେଲା କାଳ । ଭୋଜି ଖାଇବାକୁ ଡାକିନେଇ ପୂର୍ବତନ ୱାର୍ଡମେମ୍ବରଙ୍କୁ ନୃଶଂସ ଭାବେ ପିଟିପିଟି ମାରିଦେଲେ ୪ ଦୃର୍ବୁତ୍ତ । କେନ୍ଦୁଝର ସଦର ଥାନା ମନୋହରପୁର ଗାଁରେ ଘଟିଛି ଏହି ଘଟଣା । ମୃତକ ଜଣକ ହେଲେ ମନୋହରପୁର ଗାଁର ଭାଗ୍ୟଧର ରଣା ।

Advertisment

ଅଭିଯୋଗ ଅନୁଯାୟୀ, ଭୋଜି ଖାଇବା ବାହାନାରେ ଭାଗ୍ୟଧରଙ୍କୁ ଗାଁର ୪ ଯୁବକ ଡାକି ନେଇଥିଲେ । ଏହାପରେ ଭାଗ୍ୟଧରଙ୍କୁ ଏକ ଲୁହା ରଡ୍‌ରେ ପିଟିପିଟି ମାରିଥିଲେ । ଗାଁ ପୋଖରୀ ହୁଡାରେ ମୃତଦେହ ପଡି ରହିଥିଲା ।

Advertisment

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଛାନଭିନ ଚଳାଇଛି ।

Keojhar Political Violence Murder
Advertisment
Advertisment