• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶିକ୍ଷାଧିକାରୀଙ୍କୁ ମାରି ମୁହଁ ଫଟାଇଦେଲେ ଦମ୍ପତି । ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପଶି ଆକ୍ରମଣ । ଦରମା ନ ପାଇବା ଅଭିଯୋଗ କରି କିଛି ଦିନ ହେଲା ସ୍ୱାମୀ-ସ୍ତ୍ରୀ, ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଆସୁଥିଲେ । ଆଜି ଏନେଇ ସେମାନେ DEOଙ୍କ ସହ ଆଲୋଚନା କରୁଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏହି ସମୟରେ ଉତକ୍ଷିପ୍ତ ହୋଇ ଦମ୍ପତି ହଠାତ୍ ତାଙ୍କ ମୁହଁକୁ ଏକ ମୁଥ ମାରିଥିଲେ । ଏଥିରେ ଶିକ୍ଷା ଅଧିକାରୀ ବିନୀତା ସେନାପତିଙ୍କ ନାକ ଓ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଆକ୍ରମଣ କରିଥିବା ଶିକ୍ଷକ ଦମ୍ପତିଙ୍କୁ ପୋଲିସ ଥାନାକୁ ନେଇଥିଲା । ତେବେ ଏନେଇ ସମ୍ପୃକ୍ତ ଦମ୍ପତ୍ତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।