ସମ୍ବଲପୁର ଅଇଁଠାପାଲି ଥାନା ଅନୁଗୁଳିଆପଡ଼ାରେ ଉଭୟଙ୍କର ମୃତଦେହ ଠାବ ।
ପୋଲିସ ସହ ଲୁଚକାଳି ଖେଳୁଥିବା ପୂର୍ବତନ ବିଡିଓ ଶେଷରେ ଗିରଫ ହୋଇଛନ୍ତି । ତାଙ୍କ ନାଁରେ ୭ଟି ପ୍ରକଳ୍ପରେ ୩୪ ଲକ୍ଷ ଟଙ୍କା ହଡ଼ପ ମାମଲା ରହିଛି ।
ଅଡିଓରେ ତାଙ୍କୁ ଜଣଙ୍କ ମୁଣ୍ଡ ଦରକାର ବୋଲି କହୁଛନ୍ତି ଜେଲର । ଜୀବନ୍ତ କିମ୍ବା ମୃତ ଯେମିତି ହେଲେ ମୁଣ୍ଡ ଦରକାର ବୋଲି କହୁଛନ୍ତି ।
କଳାହାଣ୍ଡି କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ଘରେ ଥିବା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ।
ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର ଥାନାରେ ଏତଲା । ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଲେ ଡିନ୍ ।
ରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ବାଛୁଛନ୍ତି କି ସର୍ଟକଟ୍ ଉପାୟ ? ସରକାରୀ ଚାକିରି ଦେବାକୁ କେହି ଆପଣଙ୍କୁ ଦେଖାଇଛି କି ଲୋଭ ? କାହା ପାଲରେ ପଡ଼ି ଆପଣ ଟଙ୍କା କାରବାର କରିନାହାଁନ୍ତି ତ ? ଯଦି ହଁ, ତେବେ ସାବଧାନ୍ !
ରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ବାଛୁଛନ୍ତି କି ସର୍ଟକଟ୍ ଉପାୟ ? ସରକାରୀ ଚାକିରି ଦେବାକୁ କେହି ଆପଣଙ୍କୁ ଦେଖାଇଛି କି ଲୋଭ ? କାହା ପାଲରେ ପଡ଼ି ଆପଣ ଟଙ୍କା କାରବାର କରିନାହାଁନ୍ତି ତ ? ଯଦି ହଁ, ତେବେ ସାବଧାନ୍ !
ଯୌତୁକ ପାଇଁ ବୋହୂକୁ ଅକଥନୀୟ ନିର୍ଯାତନା ! ଗରମ ତାୱାରେ ଚେଙ୍କ, ବେକରେ ଶିଳପୁଆ ଥୋଇ ହତ୍ୟା ଉଦ୍ୟମ ଅଭିଯୋଗ । ଅଧ୍ୟାପିକା ଶାଶୁ ଓ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତାଲା । ବନ୍ଧା ହେଲେ ଶାଶୁ ଓ ସ୍ୱାମୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ମାମଲାରେ ଗତକାଲି ଜଗତସିଂହପୁର ଉଗ୍ରତାରା କଲୋନୀରୁ ।
ପୁଅର ପ୍ରେମ ପାଇଁ ବୃଦ୍ଧ ମୁସଲମାନ ଦମ୍ପତିଙ୍କ ଜୀବନ ଚାଲିଗଲା । ପଡ଼ିଶା ଘର ଝିଅକୁ ନେଇ ବିବାହ କରିବା ପରେ ପିଟି ପିଟି ମାରିଦେଲେ ଝିଅ ଘର ଲୋକ ।
ଜଣେ ସରକାରୀ ଅଧିକାରୀ ନିଜ ସାଙ୍ଗଙ୍କ ୧୪ ବର୍ଷୀୟା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ନାବାଳିକା ଜଣକ ଯେତେବେଳେ ଗର୍ଭବତୀ ହୋଇଥିଲେ, ଏହି ସମୟରେ ସମ୍ପୃକ୍ତ ଅଫିସରଙ୍କ ପତ୍ନୀ ମେଡିସିନ୍ ଦେଇ ନାବାଳିକାଙ୍କ ଗର୍ଭପାତ କରାଇଥିଲେ।
ସରପଂଚଙ୍କ ସ୍ୱାମୀଙ୍କ ଗୁଣ୍ଡାରାଜ୍ । ହିତାଧିକାରୀ ତାଲିକାରେ ନା ଥିବା ପରେ ବି ରାଗ ରଖି କାଟି ଦେଉଛନ୍ତି ନା । ପଚାରିବାରୁ କହୁଛନ୍ତି, ତୁମେ ମତେ ଭୋଟ୍ ଦେଇନ, ଘର ମିଳିବନି । କ୍ୟାମେରା ଦେଖି ଧାଉଁଛନ୍ତି ବିଡିଓ
ପ୍ରେମିକକୁ ଦେଖା କରିବାକୁ ଆସିଥିବା ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ। ଗଞ୍ଜାମ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ଭାଇ ଓ ଭାଉଜଙ୍କ ଆତ୍ମହତ୍ୟା ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ଯୁବକ ନିଜ ଆଙ୍ଗୁଠି କାଟି ପ୍ରତିବାଦ କଲେ। କହିଲେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ପ୍ରତି ସପ୍ତାହରେ ଶରୀରର ଗୋଟିଏ ଗୋଟିଏ ଅଂଶ କାଟି ସରକାରଙ୍କୁ ପଠାଇବେ।
୨ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା। କୁକି ସଂପ୍ରଦାୟର ୩ ଜଣ ଆଦିବାସୀ ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ସୂଚନା ମିଳିଛି।
ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ କିଏ ? ନାବାଳିକାଟି ଆତ୍ମହତ୍ୟା କଲା ନା ରାଜନେତାଙ୍କୁ ଢାଲ କରି ମାରିଦିଆଗଲା ? ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ?
ଦୁଇ ଦିନ ଭିତରେ ମୋର ଟଙ୍କା ଦରକାର । ନହେଲେ କାଙ୍ଗାଳ ନୁହେଁ ତମେ ଲଙ୍ଗଳା ହୋଇ ବୁଲିବ ।
ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ପଚରାଉଚରା କରାଯାଇଛି। ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଡିଓ ଭାଇରାଲ ପରେ ବିବାଦୀୟ ହୋଇଥିଲେ ଶରତ।
ଗୁଳି କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଘନଉଛି ମାହାଙ୍ଗା ଛାତ୍ରୀ ମୃତ୍ୟୁ ରହସ୍ୟ: ଆତ୍ମହତ୍ୟା ନା ଅନରକିଲିଂ, ଜାଣିବାକୁ କ୍ରୀଡ଼ା ଶିକ୍ଷକ ଓ ମାଆଙ୍କ ବୟାନ ରେକର୍ଡ । ବିଜେଡି ନେତାଙ୍କ ମାମଲା ରଫାଦଫା ଉଦ୍ୟମକୁ ନେଇ ପ୍ରଶ୍ନ । ଏଣେ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରୁଜୁ କଲେ କେସ୍
୧୫/୧୬ ବର୍ଷ ବୟସର ନାବାଳିକାଟିଏ ଆଜି ଯେଭଳି ପ୍ରାଣ ହରାଇଲା ମାହାଙ୍ଗା ଅଞ୍ଚଳରେ, ୨ ମାସ ପରେ ଚେତା ପଶିଛି ପୋଲିସର । ପୋଲିସ ଦପ୍ତରଠୁ ପଲିଟିକାଲ୍ ମୈଦାନ ଯାଏଁ ହୁଲସ୍ତୁଲ ହେବା ପରେ ଆରମ୍ଭ ହୋଇଛି ଖୋଳତାଡ଼ ।
ମଣିଷ ପ୍ରକୃତି ମଲେ ବଦଳେ । ୧୦ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ବି ସୁଧୁରିଲାନି ମଣିଷରୂପି ରାକ୍ଷସ ।
ଖାଲି ସେତିକି ନୁହେଁ, ଛାତ୍ରଙ୍କୁ ପ୍ରବଳ ମାଡ଼ ମଧ୍ୟ ମରାଯାଇଛି । ଜଣେ ଶିକ୍ଷକଙ୍କ ସମେତ ଦୁଇ ଜଣ ଶିକ୍ଷୟିତ୍ରୀ ତାଙ୍କୁ ମାଡ଼ ମାରିଛନ୍ତି । ଆଉ ଗୁରୁତର ଅବସ୍ଥାରେ ଛାଡ଼ିଛନ୍ତି ।
ଭାଇରାଲ ଅଡିଓ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଏସ୍ପି । ଜଣେ ଅତିରିକ୍ତ ଏସ୍ପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।
୪ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍ କଟର ମେସିନରେ କାଟିଲେ ବେକ, ତା’ପରେ...