/odishatv-khabar/media/post_attachments/uploadimage/library/16_9/16_9_0/IT_Raid_1702118340.jpg)
IT Raid
ଆଇଟି ରେଡ ପରେ ଟିଟିଲାଗଡ଼ SBI ମୁଖ୍ୟ ଶାଖାରେ ଗଣତି ବେଳେ ମିଳିଛି କେବଳ ୧୧ କୋଟି ଟଙ୍କା । ଟଙ୍କା ଗଣତି ଶେଷ ନେଇ ସମ୍ବଲପୁର SBI ଉପମହାପ୍ରବନ୍ଧକ ଏନେଇ ସୂଚନା ଦେଇଛନ୍ତି । ଗଣତି ଟଙ୍କା ମଧ୍ୟରେ ଡୁପ୍ଲିକେଟ କିମ୍ବା ୨ ହଜାର ଟଙ୍କିଆ ନାର୍ହି । ଗଣତି ଟଙ୍କା ମଧ୍ୟରେ ଅଛି କେବଳ ୫ଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟ ।
ହେଲେ ବଲାଙ୍ଗିର ଓ ସମ୍ବଲପୁର ମୁଖ୍ୟ ଶାଖାରେ ଟଙ୍କା ଗଣତି ଚାଲିଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୫୦ କୋଟି ଟଙ୍କା ଗଣତି ସରିଲାଣି ବୋଲି ଉପମହାପ୍ରବନ୍ଧକ କହିଛନ୍ତି । ଆସନ୍ତାକାଲି ସୁଦ୍ଧା ଗଣତି ସରିଯିବ ବୋଲି ସେ ଆଶା ରଖିଛନ୍ତି । ଟଙ୍କା ଗଣତି ପାଇଁ ବିଭିନ୍ନ ସ୍ଥାନରୁ ୧୫ ମେସିନ୍ ଓ ୧୦ ଜଣ କର୍ମଚାରୀ ଆସିଛନ୍ତି ।
୪ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ସମ୍ବଲପୁରରୁ ରାଉରକେଲା, ବଲାଙ୍ଗିରରୁ ସୁନ୍ଦରଗଡ଼ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଠିକଣାରେ ଚାଲିଛି ଯାଞ୍ଚ, ଚଢ଼ାଉ । ଜବତ ହୋଇଥିବା ୨ ଶହ କୋଟିରୁ ଅଧିକ ଟଙ୍କା ଗଣିବାରେ ଲାଗିଛନ୍ତି ଇନକମ୍ ଟ୍ୟାକ୍ସ ବିଭାଗର ଅନେକ ଅଧିକାରୀ ।
ଟଙ୍କା ଗଣି ଗଣି ମଣିଷ ଥକି ଯାଇଥିବା ବେଳେ ବାରମ୍ବାର ମେସିନ୍ ବି ଖରାପ ହେଉଛି, ତଥାପି ଟଙ୍କା ସରୁନି । ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି । ବଲାଙ୍ଗିର ସୁଦପଡ଼ାର ମଦ ଭାଟି ମ୍ୟାନେଜର ରାଜେଶ ସାହୁଙ୍କ ଘର ଆଲମାରୀରୁ ବିଡ଼ା ବିଡ଼ା ଟଙ୍କା ମିଳିବା ପରେ ଏହାର ଚେର ଖୋଜା ଚାଲିଛି ।
ସମ୍ବଲପୁର ଧନୁପାଲି ଦେଶୀ ମଦ ଭାଟି ଓ ବଡ଼ବଜାରର ଅଫିସରୁ ମିଳିଥିବା ବିପୁଳ ଟଙ୍କାର ଗଣତି ବି ଜାରି ରହିଛି । ସେହିପରି ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ବାଲଙ୍କ ଘର, ଅଫିସ ଓ ସର୍ଗିପାଲି ଦେଶୀ ମଦ ଭାଟିରେ ଆୟକର ବିଭାଗ ଛାପା ମାରିଛି । ଏସବୁ ଜାଗାରୁ ଜବତ କୋଟି କୋଟି ଟଙ୍କା କାହାର ? ନଗଦ ଏତେ ଟଙ୍କା ଗଚ୍ଛିତ ରଖିବାର କାରଣ କ’ଣ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)