/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702202213.jpg)
who is dhiraj sahu
ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏବେ ଯେଉଁ ମଦ ବ୍ୟବସାୟରେ ଆଇଟି ରେଡ୍ ଚାଲିଛି, କୁହାଯାଉଛି, ସେଥିରେ ସାଂସଦ ଧୀରଜ ସାହୁଙ୍କ ସଂପୃକ୍ତ ରହିଛି। କିଏ ଏହି ଧୀରଜ ସାହୁ। ଧୀରଜ ହେଉଛନ୍ତି ଝାଡ଼ଖଣ୍ଡର କଂଗ୍ରେସ ସାଂସଦ । ସେ ରାଜ୍ୟସଭାର ସଭ୍ୟ ଅଛନ୍ତି। ଏପରିକି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ ଗାନ୍ଧିଙ୍କ ସହିତ ତାଙ୍କୁ ଦେଖିବାକୁ ମିଳିଥିଲା।
Advertisment
ବିଭିନ୍ନ ରାଜ୍ୟରେ ଧୀରଜ ସାହୁଙ୍କ ମଦ ବ୍ୟବସାୟ ରହିଛି। ଆଇଟି ରେଡ୍କୁ ନେଇ ଧୀରଜ ସାହୁଙ୍କ ନାଁ ଚର୍ଚ୍ଚା ଆସିବା ପରେ କଂଗ୍ରେସର ଜୟରାମ ରମେଶ କହିଛନ୍ତି, ଧୀରଜଙ୍କ ବ୍ୟବସାୟ ସହିତ କଂଗ୍ରେସର କୌଣସି ଯାଏ ଆସେ ନାହିଁ । କେବଳ ସେ ହିଁ କହିପାରିବେ, କିପରି ତାଙ୍କ ଅଫିସ ଓ ମଦ ଭାଟିରୁ ଏତେ ଟଙ୍କା ବାହାରିଛି । ଏହି ଟଙ୍କା କେବଳ ତାଙ୍କର ନା ଆଉ କାହାର। ଧୀରଜ ସାହୁ ନିଜେ ଏହାର ସ୍ପଷ୍ଟୀକରଣ ଦେବା ଉଚିତ ବୋଲି କହିଛନ୍ତି ଜୟରାମ ରମେଶ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)