/odishatv-khabar/media/post_attachments/uploadimage/library/16_9/16_9_0/Crime_1702129051.jpg)
Crime
ବୟସ ମାତ୍ର ୨୦ । ହେଲେ ଏମିତି ଜଘନ୍ୟ କାଣ୍ଡ ଘଟାଇଲା ଯେ ସମସ୍ତେ ଆଶ୍ଚର୍ଯ୍ୟ । ପ୍ରଥମେ ଆଖିକୁ ଲଙ୍କା ଗୁଣ୍ଡ ଫିଙ୍ଗିଲା ପରେ ଛୁରି ଭୁସିଲା । ଥରେ କି ଦୁଇ ଥର ନୁହେଁ ୩୦ ଥର ଛୁରି ଭୁସି ହତ୍ୟା କଲା । ତାହା ପୁଣି ବିଚ୍ ରାସ୍ତାରେ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏମିତି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି ବିହାର ନୱାଡ଼ା ଅଞ୍ଚଳରେ । ସବୁଠାରୁ ବଡ଼ କଥା କଥା ହେଲା, ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଯୁବକ ଜଣକ (ରାହୁଲ କୁମାର) ଅଚାନକ ଆସୁଛି ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁହଁକୁ ଲଙ୍କା ଗୁଣ୍ଡ ଫିଙ୍ଗୁଛି । ତାପାରେ ରାସ୍ତାର ଗୋଟିଏ କ’ଣକୁ ଟାଣି ନେଇ ଛୁରିରେ ବାରମ୍ବାର ଆକ୍ରମଣ କରୁଛି । ଲୋକଟି ଜୀବନ ବିକଳରେ ଚିତ୍କାର ବି କରୁଛି । ନିଜକୁ ବଞ୍ଚେବାକୁ ଚେଷ୍ଟା ବି କରୁଛି । ହେଲେ ଆଖିରେ ଲଙ୍କାଗୁଣ୍ଡ ପଡ଼ିଥିବାରୁ ତାଙ୍କୁ କିଛି ଦେଖାଯାଉନି । ଯାହାଫଳରେ ସେ ରାହୁଲ କବଳରୁ ବର୍ତ୍ତିପାରିଲେ ନାହିଁ ।
ରାହୁଲ ପାଖାପାଖି ୩୦ ଥର ତାଙ୍କୁ ଛୁରାମାଡ଼ କରିଛି । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି । ହେଲେ ଏହି ଆକ୍ରମଣ ଘଟଣା ପଛର କାରଣ କ’ଣ ? ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମୃତ ବ୍ୟକ୍ତି ଜଣକ ୩୫ରୁ ୪୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ତାଙ୍କ ମାଆ ଜଣେ ଜେଲ୍ କର୍ମଚାରୀ ବୋଲି ପୋଲିସ କହିଛି ।
ଶିବ ନଗରର ବାସିନ୍ଦା ବାସୁଦେବଙ୍କ ଏକମାତ୍ର ପୁତ୍ର ସନ୍ତାନ ହେଉଛି ରାହୁଲ । ପୋଲିସର କହିବାନୁଯାୟୀ ଛଟ ପୂଜା ପାଇଁ ଗାଁକୁ ଆସିଥିଲା ରାହୁଲ । ସେ ସାଧାରଣତଃ ବାରାଣାସୀରେ ରହି ପାଠ ପଢ଼େ ।
Boy dies after he was stabbed 30 times in Bihar's Nawada. He was identified as Rahul Kumar.
Efforts were on to identify the accused. #Bihar#CCTV#CCTVFootage#ViralVideo#Videopic.twitter.com/0EPwf2itXF
— Vani Mehrotra (@vani_mehrotra) December 9, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)