ଜବତ ଟଙ୍କା ବ୍ୟାଗ୍ର ଏକ ସ୍ୱତନ୍ତ୍ର ପଲିଥିନ୍ରୁ ବାହାରିଲା ୫ ଲକ୍ଷ । ସେହି ପଲିଥିନରୁ ଘଟଣାରେ ଆସିଛି ଏବେ ନୂଆ ଟ୍ୱିଷ୍ଟ ।
ଚେତାଶୂନ୍ୟ ହୋଇ ପଡିଥିବା ଲୋକକୁ ଉଠେଇ ହସପିଟାଲ ନେଲେ ଲେଡି ପୋଲିସ ଇନସପେକ୍ଟର ରାଜେଶ୍ୱରୀ। କାନ୍ଧରେ ପକେଇ ଅଟୋ ଡାକି ତାଙ୍କୁ ହସ୍ପିଟାଲ ପଠେଇଥିଲେ। ଚେନ୍ନାଇର ଛତ୍ରମ ପୋଲିସ ଷ୍ଟେସନ ନିକଟର ଏହି ଦୃଶ୍ୟ। ଚେନ୍ନାଇରେ ଲଗାଣ ବର୍ଷାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।
ରାଜେଶ୍ୱରୀଙ୍କ ଏଭଳି କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ରାଜେଶ୍ୱରୀଙ୍କ ମହତ କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରବଳ ପ୍ରଶଂସା କରାଯାଇଛି।