• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡ଼ିଶାରେ ମଦ ବ୍ୟବସାୟୀଙ୍କ ପାଖରୁ ପୁଳା ପୁଳା ଟଙ୍କା ଜବତ ଘଟଣାରେ ସାମ୍ନାକୁ ଆସିଛି ଏକ ନୂଆ ସୁରାକ୍ । ବଲାଙ୍ଗିରରୁ ଜବତ ଟଙ୍କା ବ୍ୟାଗର ଏକ ସ୍ୱତନ୍ତ୍ର ପଲିଥିନରୁ ୫ ଲକ୍ଷ ଟଙ୍କା ବାହାରିଛି । ଯେଉଁଥିରେ ଲେଖା ହୋଇଥିଲା ‘ଇନ୍ସପେକ୍ଟର ତିୱାରୀ’ । ତେବେ କିଏ ସେହି ଇନ୍ସପେକ୍ଟର ତିୱାରୀ ? କେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ଭର୍ତ୍ତି ସ୍ୱତନ୍ତ୍ର ପଲିଥିନରେ ତାଙ୍କ ନାଁ ଲେଖାଯାଇଥିଲା ? ଏହି ବେନାମୀ ଟଙ୍କା ପଛରେ ପୋଲିସର ବି ରହିଛି କି ସଂପୃକ୍ତି ? ଏବେ ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଘଟଣାର ଖୋଳତାଡ଼ ଜାରି ରଖିଥିବା ଆୟକର ବିଭାଗ ଏ ସଂପର୍କରେ କୌଣସି ସ୍ପଷ୍ଟ କରିନାହିଁ ।

ସେପଟେ ୪ ଦିନ ହେଲାଣି ଟଙ୍କା ଗଣତି ଚାଲିଛି ଯେ ଚାଲିଛି । ବ୍ୟାଙ୍କ କର୍ମଚାରୀ ଗଣି ପାରିଲେ ନାହିଁ ବୋଲି ମେସିନ ଲାଗିଛି । ୨୫ଟି ମେସିନ ଓ ୫୦ ଜଣ କର୍ମଚାରୀ ଗଣୁଛନ୍ତି । ତିନିଟି ସ୍ଥାନ, ଟିଟିଲାଗଡ଼ ଷ୍ଟେଟ ବ୍ୟାଙ୍କ, ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ, ସମ୍ବଲପୁର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଟଙ୍କା ଗଣାଯାଉଛି ।

ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ପ୍ରାୟ ୫୦ କୋଟି ଟଙ୍କା ଗଣା ଗଲାଣି । ଟିଟିଲାଗଡ଼ରେ ଗଣତି ସରିଛି । ସେଠାରୁ ବାହାରିଛି ୧୧ କୋଟି ଟଙ୍କା । ସମ୍ବଲପୁର ଓ ବଲାଙ୍ଗରରେ ଗଣତି ଆସନ୍ତାକାଲି ସରିବ ବୋଲି ଆକଳନ କରାଯାଉଛି । ଗତ ବୁଧବାର ମଦ ବ୍ୟବସାୟ ନେଇ ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼, ଭୁବନେଶ୍ୱରରେ ଆୟକର ବିଭାଗ ଛାପା ମାରିଥିଲା । ବସ୍ତା ବସ୍ତା ଟଙ୍କା, ଟ୍ରଙ୍କ୍ ଟ୍ରଙ୍କ୍ ୫ ଶହ ଟଙ୍କିଆ ନୋଟ, ଷ୍ଟିଲ ଆଲମିରାରେ ଥାକ ଥାକ ହୋଇ ରହିଥିଲା ବିଡ଼ା ବିଡ଼ା ଟଙ୍କା ।

ଏତେ ଟଙ୍କା ଦେଖି ଆଇଟି ଅଧିକାରୀ ବି କାବା ହୋଇ ଯାଇଥିଲେ । ଚର୍ଚ୍ଚା ହେଉଛି ପ୍ରାୟ ୮ ଶହ କୋଟି ନଗଦ ମିଳିଛି । ପ୍ରକୃତ ଟଙ୍କାର ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।