• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାରଙ୍ଗ ଥାନା ମଧୁପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି । ବନ୍ଦ ଘରେ ଶାଶୁଙ୍କୁ ହତ୍ୟା କରିଥିବା ବୋହୂ ଗିରଫ ହୋଇଛି । ପ୍ରେସମିଟରେ ସୂଚନା ଦେଲେ ଅତିରିକ୍ତ ଡିସିପି ଅନିଲ୍‌ ମିଶ୍ର । ସେ କହିଛନ୍ତି ଯେ, ଉଭୟ ଶାଶୁ ଓ ବୋହୂ ମଧ୍ୟରେ ମନୋମାଳିନ୍ୟ ଥିଲା । ଘଟଣା ଦିନ ରୁମ୍ ଲାଇଟ୍ ବନ୍ଦ କରିବାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଲାଇଟ୍ ବନ୍ଦ କରିବାକୁ ଶାଶୁ କହିବାରୁ ବୋହୂ ବିରୋଧ କରିଥିଲେ । ଯୁକ୍ତିତର୍କ ପରେ ଲୁହା ରଡ୍‌ରେ ପିଟିପିଟି ଶାଶୁଙ୍କୁ ହତ୍ୟା କରିଥିଲେ ।

ଗତ ପାଞ୍ଚ ତାରିଖ ସକାଳୁ ଶୋଇବା ଶେଯରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମରେ ଚତୁର୍ଭୁଜ ସାହୁଙ୍କ ପତ୍ନୀ ସୁଚିତ୍ରା ସାହୁ ଓ ବୋହୂ ସରସ୍ଵତୀ ସାହୁ ଗୋଟିଏ ରୁମ୍‌ରେ ଶୋଇଥିଲେ । ମାତ୍ର ସକାକୁ ଶେଯରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶାଶୂ ପଡିଥିବାର ବୋହୂ ଶ୍ୱଶୁରଙ୍କୁ କହିଥିଲେ । ଏକ ବିବାହ ଭୋଜିରେ ପୁଅ ଚାଲିଯାଇଥିବାରୁ ସୁଚିତ୍ରାଙ୍କ ଭାଇ ବାରଙ୍ଗ ଥାନାକୁ ଖବର ଦେଇ ଅଭିଯୋଗ କରିଥିଲେ ।

ଖବର ପାଇ ସଙ୍ଗେ ସଙ୍ଗେ ବାରଙ୍ଗ ପୋଲିସ ପହଞ୍ଚି ସାଇଣ୍ଟଫିକ ଟିମ୍ ଓ ସନ୍ଧାନି କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ହେଲେ ଗୋଟିଏ ରୁମ୍‌ରେ ଯେହେତୁ ଭିତର ପଟୁ କବାଟ ବନ୍ଦ କରି ଉଭୟେ ଶାଶୁ ଓ ବୋହୁ ଶୋଇଥିଲେ । ତେଣୁ ବାହାରୁ କେହି ଆସି ହତ୍ୟାକାଣ୍ଡ କରିପାରିବେ ନାହିଁ ବୋଲି ଆଶଙ୍କା କରାଯାଇଥିଲା । ବୋହୂର ଢିଲା ପୋଷାକ ପିନ୍ଧିବାକୁ ନେଇ ଶାଶୁ ଓ ବୋହୁ ମଧ୍ୟରେ ରାତିରେ ଗଣ୍ଡଗୋଳ ହୋଇଥିଲା । ବୋହୂ ରାଗରେ ଶାଶୂକୁ ଲୁହା ରଡ଼ରେ ପିଟି ପିଟି ମାରିଥିଲା ।

ପୋଲିସ ବିଭିନ୍ନ ଦିଗକୁ ତଦନ୍ତ କରି ଶେଷରେ ହତ୍ୟାକାରୀ ବୋହୂ ବୋଲି ପୋଲିସ ଚିହ୍ନଟ କରି ଗିରଫ କରିଥିଲେ ।