Advertisment

ବିଲ୍‌ ମାଗିବା ପଡ଼ିଲା ମହଙ୍ଗା, କୁକୁର ଲଗାଇ ଆକ୍ରମଣ କଲା ମାଲିକ

ଯେତେବେଳେ ବିଦ୍ୟୁତ୍ ବିଭାଗ ଟିମ୍‌ ଉପଭୋକ୍ତାଙ୍କୁ ବକେୟା ବିଲ୍ ଜମା କରିବାକୁ ଅନୁରୋଧ କରିଥିଲେ ସେ ସମୟରେ ବିଲ୍‌ ଜମା କରିବାକୁ ସିଧା ସିଧା ମନା କରିଦେଇଥିଲେ ଉପଭୋକ୍ତାଙ୍କ ପୁଅ । ଏପରିକି ବିଦ୍ୟୁତ୍ ବିଭାଗ ଟିମ୍‌କୁ ଆକ୍ରମଣ ପାଇଁ ତାଙ୍କ ଘରେ ଥିବା ପୋଶା କୁକୁରକୁ ଲଗାଇ ଦେଇଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
JE Bitten by Dogs

JE Bitten by Dogs

ବକେୟା ବିଜୁଳି ବିଲ୍‌ ମାଗିବାକୁ ଆସି ହଟହଟା ହେଲେ ବିଦ୍ୟୁତ୍ ବିଭାଗ କର୍ମଚାରୀ। ବିଲ୍‌ ପାଇଁ ଆସି ଉପଭୋକ୍ତାର ଆକ୍ରୋଶର ଶିକାର ହେଲେ ଟିମ୍‌। ବିଦ୍ୟୁତ୍ ବିଭାଗ ଟିମ୍‌କୁ ମାଡ଼ ମାରିବା ସହ ଆକ୍ରମଣ ପାଇଁ ପୋଶା କୁକୁରକୁ ମଧ୍ୟ ଲଗାଇ ଦେଲେ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବୁଲନ୍ଦଶାହରରେ।

Advertisment

ସୂଚନା ଅନୁସାରେ, ଏହି ଘଟଣା ବୁଲନ୍ଦଶାହରର ନଗର କୋଟୱାଲି ଅଞ୍ଚଳରେ ଅବସ୍ଥିତ ଅମ୍ବା କଲୋନୀର ଅଟେ। ଯେଉଁଠାରେ ଗୁରୁବାର ବିଦ୍ୟୁତ୍ ଚୋରି ଅଭିଯୋଗରେ ଜଣେ ଉପଭୋକ୍ତାଙ୍କ ଘରକୁ ଜରିମାନା ଆଦାୟ କରିବାକୁ ଯାଇଥିଲେ ବିଦ୍ୟୁତ ବିଭାଗର ଏକ ଟିମ୍। ଏହି ଟିମ୍‌ରେ SDO ରେଣୁ ଶର୍ମା, JE ଜ୍ୟୋତି ଭାସ୍କର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ସେହି ଉପଭୋକ୍ତାଙ୍କ ନାଁ ୩ ଲକ୍ଷ ୫୭ ହଜାର ଟଙ୍କାର ବିଲ୍‌ ବକେୟା ଥିଲା ।

ଯେତେବେଳେ ବିଦ୍ୟୁତ୍ ବିଭାଗ ଟିମ୍‌ ଉପଭୋକ୍ତାଙ୍କୁ ବକେୟା ବିଲ୍ ଜମା କରିବାକୁ ଅନୁରୋଧ କରିଥିଲେ ସେ ସମୟରେ ବିଲ୍‌ ଜମା କରିବାକୁ ସିଧା ସିଧା ମନା କରିଦେଇଥିଲେ ଉପଭୋକ୍ତାଙ୍କ ପୁଅ । ଏପରିକି ସେ ବିଦ୍ୟୁତ୍ ବିଭାଗ ଟିମ୍‌କୁ ଆକ୍ରମଣ ପାଇଁ ତାଙ୍କ ଘରେ ଥିବା ପୋଶା କୁକୁରକୁ ଲଗାଇ ଦେଇଥିଲେ। କୁକୁର ଆକ୍ରମଣରେ JEଙ୍କ ସହ ଆଉ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ।

Advertisment

ଏହା ପରେ ଉପଭୋକ୍ତାଙ୍କ ପୁଅ ତା’ର ଅନ୍ୟ କିଛି ସହଯୋଗୀଙ୍କ ମିଶି ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଲୁହା ରଡ୍‌ରେ ମାଡ଼ ମାରିଥିଲେ। ଯାହାଫଳରେ ସମସ୍ତ କର୍ମଚାରୀ ସେମାନଙ୍କ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସିଥିଲେ।

ତେବେ ଏହି ଘଟଣା ସମ୍ପର୍କରେ ପୋଲିସ୍‌ ନିକଟରେ ଅଭିଯୋଗ କରିଥିଲେ JE ଜ୍ୟୋତି ଭାସ୍କର। ଅଭିଯୋଗ ପରେ ପୋଲିସ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ତେବେ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଟି ଏସପି ସୁରେନ୍ଦ୍ର ନାଥ ତିୱାରୀ।

India Uttar Pradesh Stray Dog Attack
Advertisment
Advertisment