Advertisment

ବନ୍ଧୁକ ଲୋଡ୍ କରୁଥିଲେ, ଫୁଟିଲା ଗୁଳି, ଗୁରୁତର ଆହତ ହେଲେ ମହିଳା

ଇଶରାତଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ଏହି ଘଟଣା ପରଠାରୁ ଉକ୍ତ ପୋଲିସ୍ ଅଫିସର ଫେରାର୍ ଅଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
UP Cop Accidentally Shoots

UP Cop Accidentally Shoots

ଥାନା ଭିତରେ ଭୁଲରେ ଜଣେ ମହିଳାଙ୍କୁ ଗୁଳି କରିଛନ୍ତି ଜଣେ ପୋଲିସ୍ କର୍ମଚାରୀ। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ। ଏହି ଘଟଣାର ସିସିଟିଭ୍‌ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡ଼ରୁ। ସୂଚନା ଅନୁସାରେ ଇଶରାତ୍‌ ନାମକ ଜଣେ ମହିଳା ତାଙ୍କ ପାସପୋର୍ଟ ଯାଞ୍ଚ ପାଇଁ ପୋଲିସ୍ ଷ୍ଟେସନ୍‌କୁ ଯାଇଥିଲେ ଏବଂ ତାଙ୍କ ପାଳିକୁ ଅପେକ୍ଷା କରିଥିଲେ। ମହିଳାଙ୍କଠାରୁ କିଛି ଇଞ୍ଚ ଦୂରରେ ଜଣେ ପୋଲିସ ତାଙ୍କ ବନ୍ଧୁକ ଲୋଡ୍‌ କରୁଥିଲେ। ଏହି ସମୟରେ ଭୁଲ ବଶତଃ ବନ୍ଧୁକ ଗୁଳି ଫାୟାରିଂ ହୋଇ ମହିଳାଙ୍କ ଦେହରେ ବାଜିଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ ମହିଳାଜଣକ।

Advertisment

ଇଶରାତଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ଏହି ଘଟଣା ପରଠାରୁ ଉକ୍ତ ପୋଲିସ୍ ଅଫିସର ଫେରାର୍ ଅଛନ୍ତି।

Advertisment

ଏହି ଘଟଣା ପରେ ଇଶରାତଙ୍କ ପରିବାର ଲୋକ ପୋଲିସ୍ ବିରୋଧରେ ଅଭିଯୋଗ କରିଛନ୍ତି। ପାସପୋର୍ଟ ଯାଞ୍ଚ ଦାୟିତ୍ୱରେ ଥିବା ଅଧିକାରୀ ମହିଳାଙ୍କୁ ଟଙ୍କା ପାଇଁ ହଇରାଣ କରୁଥିଲେ। ତେବେ ପୋଲିସ୍ ସହ ଇଶରାତଙ୍କ ଯୁକ୍ତିତର୍କ ହେବା ପରେ ଅଧିକାରୀ ଜଣକ ତାଙ୍କୁ ଗୁଳି କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ଆଲିଗଡ଼ ଏସଏସପି କାଲାନିଧି ନୈଥାନି କହିଛନ୍ତି, "ଅବହେଳା କାରଣରୁ ଇନ୍ସପେକ୍ଟର ମନୋଜ ଶର୍ମାଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି ଏବଂ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଆହତ ମହିଳାଙ୍କୁ ଡାକ୍ତରଙ୍କ ଏକ ଟିମ୍ ଚିକିତ୍ସା କରୁଛି। ସିସିଟିଭ୍ ଫୁଟେଜ୍‌କୁ ଆଧାର କରି ଏହି ଘଟଣାର ତଦନ୍ତ ଜାରି ରହିଛି” ବୋଲି ସେ କହିଛନ୍ତି।

India Shooting UP Police
Advertisment
Advertisment