• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିବାହ ବେଦୀରେ ହଙ୍ଗାମା। ବାପାଙ୍କର ଦ୍ୱିତୀୟ ବିବାହ କଥା ଶୁଣି ପହଞ୍ଚିଲେ ପତ୍ନୀ ଓ ଦୁଇ ଝିଅ । ତାପରେ ନିର୍ଧୁମ ଛେଚିଲେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ସ୍ଥିତ ଦୁଲ୍ଲାଦେବୀ ମନ୍ଦିରରୁ । 

ପୂରା ଘଟଣାଟି ହେଲା ପ୍ରଥମ ସ୍ତ୍ରୀ ଓ ଦୁଇ ଝିଅ ଥାଇ ଦ୍ୱିତୀୟ ବିବାହ କରୁଥିଲା ସ୍ୱାମୀ । ଖବର ପାଇ ବିବାହ ସ୍ଥଳିରେ ପହଞ୍ଚିଲେ ପତ୍ନୀ ଓ ଦୁଇ ଝିଅ । ତାପରେ ଆରମ୍ଭ ହେଲା ହଙ୍ଗାମା । ଅଭିଯୁକ୍ତ ସ୍ୱାମୀକୁ ଉତ୍ତମ ମଧ୍ୟମ ଦେଲେ ପ୍ରଥମ ସ୍ତ୍ରୀ ଓ ଝିଅ । ପରେ ପୋଲିସ ଜିମାରେ ଦେଲେ । ଏବେ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଖୋର୍ଦ୍ଧା ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ଯୋଗେଶ ହାତୀ ୨୦୧୦ ମସିହାରୁ ଜଗତସିଂହପୁର ଏରସମା ଥାନା ଗଣେଶ୍ୱରପୁର ଅଞ୍ଚଳର ଅହଲ୍ୟା ହାତୀଙ୍କୁ ପ୍ରେମ ବିବାହ କରିଥିଲେ । ଦୀର୍ଘ ଦିନ ଧରି ପାରିବାରିକ ସମ୍ପର୍କ ଭଲ ଥିଲା। ଉଭୟଙ୍କର ୨ଟି କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି । ତେବେ ଏହାରି ଭିତରେ ଯୋଗେଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଯାହାଫଳରେ ଯୋଗେଶଙ୍କ ପରିବାରରେ ଫାଟ ସୃଷ୍ଟି ହୋଇଥିଲା । ଆଉ ଆଜି ସେହି ପ୍ରେମିକାକୁ ମନ୍ଦିରରେ ଲୁଚି ଲୁଚି ବିବାହ କରୁଥିଲେ ଯୋଗେଶ ।

ତେବେ ବିବାହ ଖବର ପହଞ୍ଚିଥିଲା ପ୍ରଥମ ପତ୍ନୀଙ୍କ କାନରେ । ତାପରେ ଦୁଇ ଝିଅଙ୍କ ସହ ଉକ୍ତ ମନ୍ଦିରରେ ସେ ପହଞ୍ଚିଥିଲେ । ସ୍ୱାମୀକୁ ଉତ୍ତମ ମଧ୍ୟମ ଦେଇଥିଲେ । ଅନ୍ୟପଟେ ଯୋଗେଶଙ୍କୁ ବିବାହ କରିବାକୁ ଆସିଥିବା ଯୁବତୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।