/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702186962.jpg)
Bear Beaten To Death By Villagers
ନରହନ୍ତା ଭାଲୁକୁ ଆକ୍ରମଣ କରି ମାରିଦେଲେ ଉତ୍ତ୍ୟକ୍ତ ଲୋକେ । ନବରଙ୍ଗପୁର ବନାଞ୍ଚଳ ଅଧିନ ଭତରାସିଉନି ଗାଁ ନିକଟରେ ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ହୋହାଲ୍ଲା ପାଟିତୁଣ୍ଡରେ ଭାଲୁଟି ଜଙ୍ଗଲକୁ ପଳାଇଯାଇଯାଇଥିଲା । ଏପଟେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଭାଲୁକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ହେଲେ ଭାଲୁଟି ସ୍ଥାନୀୟ ଜଙ୍ଗଲରେ ରହିଯାଇଥିଲା ।
ପିଟି ପିଟି ଭାଲୁକୁ ମାରି ଦେଲେ ଲୋକେ..ନବରଙ୍ଗପୁର ବନାଞ୍ଚଳ ଅଧିନ ଭତରାସିଉନି ଗାଁ ନିକଟରେ ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା#BearAttack#Odisha#OTVpic.twitter.com/1LYyqXib2W
— ଓଟିଭି (@otvkhabar) December 10, 2023
ସନ୍ଧ୍ୟା ହୋଇଆସୁଥିବାରୁ ତୁରନ୍ତ ଭାଲୁକୁ ଅନ୍ୟତ୍ର ଘଉଡାଇବା ପାଇଁ ଜଙ୍ଗଲ କର୍ମଚାରୀଙ୍କୁ ଲୋକେ କହିଥିଲେ । ହେଲେ ଭାଲୁ ଘଉଡାଇବାରେ ବିଫଳ ହେବାରୁ ଉତ୍ତ୍ୟକ୍ତ ଲୋକେ ଭାଲୁକୁ ପ୍ରଥମେ ପଥର ମାଡ କରିବା ପରେ ପରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଏମିତିକି ଲୋକେ ଭାଲୁକୁ ପିଟିବା ବେଳେ ବନକର୍ମଚାରୀ ପ୍ରତିରୋଧ କରିବାରୁ ଦୁଇ କର୍ମଚାରୀଙ୍କୁ ମଧ୍ୟ ମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ଆହତ ହୋଇଛନ୍ତି ବନକର୍ମଚାରୀ । ଏପଟେ ଡିଏଫଓ କହିଛନ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)