• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ଦେଶରେ ଏବେ ବଲାଙ୍ଗିରରେ IT ରେଡ୍‌ ନେଇ ଚର୍ଚ୍ଚା । କେଉଁଠୁ ଆସିଲା ଏତେ ଟଙ୍କା ? କାହିଁକି ଜଣେ ବ୍ୟକ୍ତି ନିଜ ଘରେ ଏତେ ଟଙ୍କା ରଖିଥିଲେ ? କ’ଣ ଥିଲା ଉଦେଶ୍ୟ ? ଏଭଳି ନାନା ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ । ଏହାକୁ ନେଇ ସାରା ଦେଶରେ ଏବେ ରାଜନୈତିକ ବୟାନବାଜି ବି ଜୋର ଧରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି ବଡ଼ ଧରଣର IT ରେଡ୍‌ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି । 

ତେବେ ଏହାରି ଭିତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ମୁହଁ ଖୋଲିଛନ୍ତି । ଆଉ କଂଗ୍ରେସକୁ ସମାଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ ସେ କହିଛନ୍ତି, ଓଡ଼ିଶାରେ ଶହ ଶହ କୋଟି କଳା ଟଙ୍କା ଜଣେ ଅଣଓଡ଼ିଆ କଂଗ୍ରେସ ସାଂସଦଙ୍କର ଧରା ପଡ଼ିବା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ । ଏସବୁ ଦେଖି ଲାଗୁଛି ସତେ ଯେମିତି ଓଡ଼ିଶା ଏବେ ଅଣଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି । ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜାଣତରେ ଏସବୁ ହେବା ସମ୍ଭବ କି ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି ।

ସେହିଭଳି ଏହି ରେଡ୍‌ ଘଟଣାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଭାରତରେ ଯେତେ ବଡ଼ ସ୍କାମ ହୋଇଛି, ସେଥିରେ କଂଗ୍ରେସର ନେତାଙ୍କ ସଂପୃକ୍ତି ରହିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ୍ ପାଣ୍ଡୋରା ବକ୍ସ ଖୋଲିଛି । ଆଗକୁ ଆହୁରି ଆଇଟି ରେଡ୍ ହେବ । ଆଉ ଏଥିରେ ଅନେକଙ୍କ ସଂପୃକ୍ତି ଦେଖିବାକୁ ମିଳିବ ।