/odishatv-khabar/media/post_attachments/uploadimage/library/16_9/16_9_0/IT_Raid_1702190453.jpg)
IT Raid
ପାହାଡ଼ ପରି ମଦ ଟଙ୍କାର ଗଣତି ସରିନି, ପୁଣି ଆରମ୍ଭ ହେଲାଣି ଚଢାଉ। ଆଜି ପଞ୍ଚମ ଦିନରେ ସକାଳୁ ପୁଣି ବଲାଙ୍ଗିର ସୁଦ୍ ପଡ଼ାରେ ଥିବା ମଦ ଭାଟିରେ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଛି। ଚଢାଉ ବେଳେ ପୁଳା ପୁଳା ଟଙ୍କା ସହ କିଛି କାଗଜପତ୍ର ମଧ୍ୟ ଆୟକର ଅଧିକାରୀଙ୍କ ହାତରେ ହାତରେ ଲାଗିଛି । ଭାଟି ଭିତରେ ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି ।
Advertisment
ସେପଟେ ମଦ ଟଙ୍କା ଗଣି ଗଣି କେବଳ କର୍ମଚାରୀ ନୁହନ୍ତି, ଟଙ୍କା ଗଣତି ମେସିନ ବି ହାଲିଆ। ଗତକାଲି ସୁଦ୍ଧା ୧୦୬ ବ୍ୟାଗର ପ୍ରାୟ ୧୪୦ କୋଟି ଟଙ୍କା ଗଣତି ସରିଛି । ବାକି ଅଛି ଆହୁରି ୭୦ଟି ବ୍ୟାଗ୍ । ଆଜି ୧୦ଟାରୁ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଏହାର ନୋଟ୍ ଗଣତି କରାଯିବ। ସୂଚନା ଅନୁସାରେ ଅଧିକ କର୍ମଚାରୀ ଓ ମେସିନ ନିୟୋଜିତ କରାଯାଇପାରେ । ଟିଟିଲାଗଡ଼ ଓ ସମ୍ବଲପୁରରେ ଟଙ୍କା ଗଣତି ସରିଛି। ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)