କେବେ ହତ୍ୟା ତ କେବେ ଚୋରି, କେବେ ଡକାୟତି ତ କେବେ ଭିଭିଆଇପିଙ୍କ ସୁରକ୍ଷାରେ ତ୍ରୁଟି। ବର୍ଷ ଆରମ୍ଭରୁ ଭୁବନେଶ୍ବରର ଛାତି ଉପରେ କ୍ରମାଗତ ଅପରାଧ ଘଟିବା ଏବଂ ସଂପୃକ୍ତ ଅପରାଧୀ ଧରା ନପଡ଼ିବା ସମସ୍ତଙ୍କ ମନରେ ଆତଙ୍କ ବଢ଼ାଇଛି। ସାମଗ୍ରିକ ଘଟଣାକୁ ଦେଖିଲେ, କମିଶନରେଟ୍ ପୋଲିସର ଦାୟିତ୍ବକୁ ନେଇ ଉଠିଛି ନାନା ପ୍ରଶ୍ନ।
ରାଜଧାନୀରୁ ଗିରଫ ହୋଇଥିବା ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କ ପାଇଁ ବଢୁଛି ଅଡୁଆ।
ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ଫାୟାରିଂ କରି ପ୍ଳାଣ୍ଟ ସାଇଡ୍ ଦେଇ ଗାଁ ରାସ୍ତାରେ ପଳାଇ ଯାଇଥିଲେ।
ଦେବାଶିଷ ଓ ଜ୍ଞାନ ରଞ୍ଜନ ‘ମୋ ପିଠା’ ନାମକ ସଂସ୍ଥାରେ କାମ କରୁଥିଲେ। ଭୁବନେଶ୍ୱର ସ୍ଥିତ ଖାରବେଳନଗର ଥାନା ପଞ୍ଜାବୀ କଲୋନୀରେ ଘର ଭଡ଼ା ନେଇ ରହୁଥିଲେ।
ନିଶାରେ ଚୁର୍ ବାପା... ନିଶାରେ ଚୁର୍ ବି ମା’... ପୂରା ପରିବାରକୁ ନିଶାଦେଇ ଶୁଆଇଦେଲା ନାବାଳିକା ଝିଅ । ପରେ ପ୍ରେମିକ ସହ ଫେରାର ମାରିଲା ନାବାଳିକା ଝିଅ । ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ଜଣେ ୧୩ ବର୍ଷର ଝିଅ
ଲକ୍ଷ୍ମୀସାଗରରେ ଗୋଟିଏ ଫ୍ଲାଟ ଥିବାବେଳେ ଆଉ ଗୋଟିଏ ଫ୍ଲାଟ ପାଇଁ ଦେଢ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ ବିଶ୍ୱଦର୍ଶୀ।
ପ୍ରେମିକା ପ୍ରେମରେ ପ୍ରତାରଣା ପାଇବା ପରେ ଜଣେ ନୀରିହ ଝିଅକୁ ବିଷ ଦେଇ ଦେଇଛି । ନିର୍ବନ୍ଧ ସରିବା ପରେ କୋଲ୍ଡିଂସରେ ବିଷ ମିଶାଇ କନ୍ୟାକୁ ପିଆଇ ଦେଇଛି । ଆଉ ସେ ସବୁ କଥାକୁ ନିଜ ମୁହଁରେ ଗୋଟି ଗୋଟି ମାନୁଛି ।
ବିଚ୍ ରାସ୍ତାରେ ଲୁହା ରଡ୍ରେ ପିଟିଲେ । ବାରମ୍ବାର ଭୁସି ଚାଲିଲେ ଛୁରି । ଏତିକିରେ ମନ ବୁଝିଲାନି । ପେଟ ଚିରି ଅନ୍ତପୁଟା ବାହାର କରି ଖଣ୍ଡ ଖଣ୍ଡ କରି କାଟି ପକାଇଲେ। ମା’ର ପ୍ରେମ ସମ୍ପର୍କକୁ ବରଦାସ୍ତ କରି ନ ପାରି ଏପରି ଜହ୍ଲାଦ ପାଲଟି ଗଲେ ଦୁଇ ପୁଅ।
ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତ ଅଛି, ଏହି ଚେର କେତେ ଯାଏଁ ଲମ୍ବିଛି ତାହାର ତଦନ୍ତ କରୁଛି ପୋଲିସ।
ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଛି। ତେବେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା ଟାଙ୍ଗି ଦେଲା ତାହା ଜଣାପଡ଼ିନାହିଁ।
ପିକେଙ୍କ ମୋଡ୍ ବଦଳି ଗଲା। ସେ ବିବିଙ୍କଠାରୁ ଦୂରେଇ ଗଲେ। ଆଗପରି ଆଉ ମିଳାମିଶା କଲେନାହିଁ। ସେ ଡାମରପୁର ଗାଁର ରୀମା(ଛଦ୍ମନାମ)ଙ୍କୁ ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଦୁଇ ପରିବାର ନିଷ୍ପତ୍ତି ଅନୁସାରେ ଆଜି ହୋଇଥିଲା ନିର୍ବନ୍ଧ।
ଚଢ଼ାଉ ବେଳେ ବିଶ୍ୱଦର୍ଶୀଙ୍କ ଘରୁ ଦାମୀ କାର୍, ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।
ମହାପ୍ରଭୁଙ୍କ ଭୂ-ସଂପତ୍ତିର ବେଆଇନ୍ ହସ୍ତାନ୍ତର ସଂପୂର୍ଣ୍ଣ ଅବୈଧ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଜମି ବିକ୍ରିବଟା ବେଳେ ଶ୍ରୀମନ୍ଦିର ପ୍ରଶାସନକୁ ଯାଞ୍ଚ ପାଇଁ ଯୋଗାଯୋଗ କରାଯାଇପାରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ଆଜି ପୀଡ଼ିତା ଏନେଇ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ମେଡିକାଲ ପଠାଇ ଦେଇଛି ପୋଲିସ୍। ଏସ୍ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ମାମଲାର ତଦନ୍ତ କରୁଛି।
ଅନ୍ୟପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଘଟଣା ଘଟିଥିବା ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିବା ପରେ ବିଜେପି ସରକାରକୁ ଆକ୍ଷେପ କରିଛି ବିଜେଡି।
ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଚାଲିଛି କ'ଣ ? କାହିଁକି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ବାରମ୍ବାର ପଶୁଛନ୍ତି ଚୋର ? ୨ ଦିନ ବିତି ଯାଇଥିଲେ ବି କାହିଁକି ଧରାପଡ଼ିନି ଚୋର ? କାହିଁକି ପୋଲିସ ଏହାର ପର୍ଦ୍ଦାଫାସ୍ କରିପାରୁନି?
ଆଜି ଶ୍ରୀମନ୍ଦିର ଉପରି ଭାଗରେ ଉଡିଥିଲା ଡ୍ରୋନ୍। ପୋଲିସ୍ ଡ୍ରୋନ୍ଟିକୁ ଖସାଇବାକୁ ଚେଷ୍ଟା କରିଥିଲା। ହେଲେ ଡ୍ରୋନ୍ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା।
ରଞ୍ଜନଙ୍କ ଘରୁ ୫୦ ଲକ୍ଷ ନୁହେଁ, ଏହାଠାରୁ ବହୁ ଅଧିକ ମୂଲ୍ୟର ଗହଣାଗାଣ୍ଠି ଲୁଟ୍ ହୋଇଛି। ତେବେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଘରେ ପଶି ଚୋର କଳାକନା ବୁଲାଇବା ଘଟଣା ସମସ୍ତଙ୍କୁ ଚକିତ କରୁଥିବାବେଳେ ପୋଲିସ କାହିଁକି ଏହାର ପର୍ଦ୍ଦାଫାସ୍ କରିପାରୁନି?
ଏଆଇ ତଥ୍ୟ ଆଧାରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି କପ୍ତିପଦା ଥାନା ନଛିପୁର ଗାଁରେ ଚଢ଼ଉ କରିଥିଲା। ଆଉ ଶିକାର ଅଭିଯୋଗରେ ରାଜକିଶୋର ନାଏକ ଓ କାଳିଚରଣ ଦେହୁରୀଙ୍କୁ ଗିରଫ କରିଥିଲା।
ସୋସିଆଲ୍ ମିଡିଆରେ ଧର୍ମକୁ ନିନ୍ଦା କରିବା ଓ ଈଶ୍ୱରଙ୍କୁ ନିନ୍ଦା କରିବା ଭଳି ବିଷୟବସ୍ତୁ ସେୟାର କରିବା ମାମଲାରେ ଶୁକ୍ରବାର ଚାରି ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଅଭିଯୋଗ ପରେ ମୋବାଇଲରୁ ମିଳିଥିବା ତଥ୍ୟକୁ ଫରେନସିକ୍ ଲ୍ୟାବରେ ଯାଞ୍ଚ କରାଯିବା ପରେ ଦୋଷୀଙ୍କ ବିରୁଦ୍ଧରେ ଏହି ରାୟ ଦିଆଯାଇଛି।
ଚୋରଙ୍କ ଟାର୍ଗେଟରେ ପୁଣି ଥରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘର। ଗତ ୨୬ ତାରିଖ ରାତିରେ ତାଙ୍କ ନୟାପଲ୍ଲୀ ଘରୁ ବଡ଼ ଧରଣର ଲୁଟ୍ ପରେ ସେହି ନୟାପଲ୍ଲୀରେ ଥିବା ଆଉ ଏକ ଘରୁ ଚୋରି ଉଦ୍ୟମ ଚାଲିଥିବା ବେଳେ ଧରାପଡ଼ିଛି ଚୋର।
ଭୁବନେଶ୍ୱରରେ ଚର୍ଚ୍ଚା, କାହିଁକି ପୁତୁଲ୍ ବାବୁଙ୍କ ଘରେ ପଶୁଛନ୍ତି ଚୋର ? ନୟାପ୍ଲଲୀ ଅଞ୍ଚଳରେ ଏହି ଚର୍ଚ୍ଚା ଜୋର୍ । ଚୋର ତାଙ୍କ ଘରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଘଟଣାରେ ପୋଲିସ୍ କାହାରିକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ତାଙ୍କର ସେହି ନୟାପଲ୍ଲୀରେ ଥିବା ଆଉ ଏକ ଘରୁ ହୋଇଛି ଚୋରି ଉଦ୍ୟମ ।
ଗତକାଲି କୌଣସି କଥାକୁ ନେଇ ଭଡ଼ାଟିଆ ଓ ଘର ମାଲିକ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା।
ଫାଇନାନ୍ସ ଲୋନ୍ ନା ଗଞ୍ଜେଇ କାରବାର ଲିଙ୍କ୍ ? ସାପ ଦେଖାଇ ଡରାଉଥିଲେ, ବନ୍ଧୁକ ମୁନରେ ଧମକାଉଥିଲେ । ମୁଣ୍ଡ ଜାମିନ ରଖି ଦାବି କରିଥିଲେ ଦୁଇ କୋଟି ଟଙ୍କା । ୪ ଦିନ ନିକାଞ୍ଚ ସ୍ଥାନରେ ରଖି ଦେଇଥିଲେ ନିର୍ଯାତନା । ସେମାନଙ୍କୁ ଉଦ୍ଧାର ପରେ ଗଞ୍ଜାମ ଚିକିଟି ଅପହରଣ ମାମଲାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଟଙ୍କା ନଦେଲେ ନାଗ ସାପ କାମୁଡାଇ ମାରି ଦେବାକୁ ଭୟଭୀତ ବି କରୁଥିଲେ ଅପହରଣକାରୀ।
ଶନିବାର ରାତିରେ ନିରଞ୍ଜନଙ୍କ ପୁଅ ଓ ବୋହୂ ସାତପଡ଼ା ଯାଇଥିଲେ। ଏହା ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶି ନଗଦ ଟଙ୍କା ସହ ୫୦ ଲକ୍ଷର ସୁନା ଗହଣା ଲୁଟି ନେଇଛି ଲୁଟେରା ଦୁର୍ବୃତ୍ତ।